ବାରବାଟୀ ଟି-20: କାଲିଠୁ ଅନଲାଇନରେ ଟିକେଟ୍ ବିକ୍ରି, ଜାଣନ୍ତୁ, କେଉଁଠୁ-କେମିତି କିଣିବେ ଟିକେଟ୍ ?
ବାରବାଟୀ ଟି-20 ପାଇଁ ଆସନ୍ତାକାଲିଠୁ ଟିକେଟ୍ ବିକ୍ରି । ଦିନ ୧୧ ଟାଠାରୁ ଆରମ୍ଭ ହେବ ଅନଲାଇନ୍ ଟିକେଟ୍ ବିକ୍ରି । ୫ ହଜାର ଟିକେଟ ଅନଲାଇନରେ ବିକ୍ରି କରାଯିବ। ପରିଚୟ ପତ୍ର ଦେଇ ଜଣେ ବ୍ୟକ୍ତି ଦୁଇଟି ଟିକେଟ୍ ବୁକ୍ କରିପାରିବେ । ଜୁନ୍ ୧୨ରେ ବାରବାଟୀରେ ହେବ ଭାରତ-ଦ
କଟକ: ବାରବାଟୀ ଟି-20 ପାଇଁ ଆସନ୍ତାକାଲିଠୁ ଟିକେଟ୍ ବିକ୍ରି । ଦିନ ୧୧ ଟାଠାରୁ ଆରମ୍ଭ ହେବ ଅନଲାଇନ୍ ଟିକେଟ୍ ବିକ୍ରି। ୫ ହଜାର ଟିକେଟ ଅନଲାଇନରେ ବିକ୍ରି କରାଯିବ। ପରିଚୟ ପତ୍ର ଦେଇ ଜଣେ ବ୍ୟକ୍ତି ଦୁଇଟି ଟିକେଟ୍ ବୁକ୍ କରିପାରିବେ । ଜୁନ୍ ୧୨ରେ ବାରବାଟୀରେ ହେବ ଭାରତ-ଦକ୍ଷିଣଆଫ୍ରିକା ଟି-୨୦ ମ୍ୟାଚ୍ ।

ତେବେ ଗ୍ୟାଲେରୀ ନମ୍ବର ୨, ୪, ୭, ସ୍ପେଶାଲ ଏନକ୍ଲୋଜର, ନ୍ୟୁ ପାଭେଲିୟନ ଏବଂ ଏସି ବକ୍ସ ପାଇଁ ବିକ୍ରି କରାଯିବ ଟିକେଟ ।ଏଥିସହ ୯ ତାରିଖରୁ ବାରବାଟୀ ଷ୍ଟାଡିୟମର ଟିକେଟ୍ କାଉଣ୍ଟରରେ ଅଫଲାଇନରେ ଟିକେଟ ମିଳିବ। ଜୁନ୍ ୯ ଏବଂ ୧0 ରେ ସାଧାରଣ ଜନତାଙ୍କ ପାଇଁ 21,154 ଟିକେଟ୍ ଉପଲବ୍ଧ ହେବ । ସେହିପରି, OCA ଅନୁବନ୍ଧିତ ସଂଗଠନଗୁଡ଼ିକ ପାଇଁ 8,000 ଟିକେଟ୍ ବଣ୍ଟନ କରାଯାଇଛି । ବାରବାଟୀରେ ଦର୍ଶକ କ୍ଷମତା ୪୪ ହଜାରରୁ ଅଧିକ ରହିଛି ।
କେମିତି କିଣିବେ ଟିକେଟ୍ ?
- -Paytm ଇନସାଇଡର ଆପ୍, ପେଟିଏମ୍ ଆପ୍ ମାଧ୍ୟମରେ ଅନଲାଇନ୍ ଟିକେଟ୍ ବୁକ୍ କରି ହେବ ।
- -ଇମେଲ୍ ଆଇଡି କିମ୍ବା ମୋବାଇଲ୍ ନଂ ଦେଇ ପଞ୍ଜିକରଣ କରିବାରୁ ପଡିବ ।
- -ପରିଚୟ ପତ୍ର ଦେଇ ଜଣେ ବ୍ୟକ୍ତି ଦୁଇଟି ଟିକେଟ୍ ବୁକ୍ କରିପାରିବେ ।
ବାରବାଟୀରେ ଆସନ୍ତା ଜୁନ୍ ୧୨ ତାରିଖରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-20 ମ୍ୟାଚ୍। ମ୍ୟାଚ୍ ପାଇଁ ଓସିଏ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଷ୍ଟାଡିୟମକୁ ନୂଆ ରୂପରେ ସଜାଯାଉଛି। ଏଥିସହ ଲାଇଟ୍ ସବୁ ଟେଷ୍ଟିଂ କରାଯାଇଛି।












Click it and Unblock the Notifications