ବାରବାଟୀ ଟି-୨୦: ଆରମ୍ଭ ହେଲା ଅନଲାଇନ୍‌ ଟିକେଟ୍ ବିକ୍ରି

ବାରବାଟୀ ଟି-20 ପାଇଁ ଆଜି ଠାରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି । ଦିନ ୧୧ଟାରୁ ଆରମ୍ଭ ହୋଇଛି ଅନଲାଇନରେ ଟିକେଟ ବିକ୍ରି । ମୋଟ ୫ ହଜାର ଟିକେଟ ଅନଲାଇନରେ ବିକ୍ରି କରାଯିବ ।

କଟକ: ବାରବାଟୀ ଟି-20 ପାଇଁ ଆଜି ଠାରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି । ଦିନ ୧୧ଟାରୁ ଆରମ୍ଭ ହୋଇଛି ଅନଲାଇନରେ ଟିକେଟ ବିକ୍ରି । ମୋଟ ୫ ହଜାର ଟିକେଟ ଅନଲାଇନରେ ବିକ୍ରି କରାଯିବ । ଗ୍ୟାଲେରୀ ନମ୍ବର ୨,୪,୭ , ସ୍ପେଶାଲ ଏନକ୍ଲୋଜର, ନ୍ୟୁ ପାଭେଲିୟନ ଏବଂ ଏସି ବକ୍ସ ପାଇଁ ଟିକେଟ ବିକ୍ରି କରାଯିବ ।

Barabati Stadium

ପେଟିଏମ୍‍, ପେଟିଏମ୍‍ ଇନସାଇଡର ମୋବାଇଲ ଆପ୍ଲିକେସନ କିମ୍ବା ଡବ୍ଲୁ ଡବ୍ଲୁ ଇନସାଇଡର ଡଟ୍ ଇନରେ ୱେବସାଇଟରେ ଟିକେଟ କିଣି ପାରିବେ ଦର୍ଶକ । 9 ତାରିଖରୁ 11 ତାରିଖ ମଧ୍ୟରେ ଦିନ 10ଟାରୁ 6 ଟା ମଧ୍ୟରେ ସେମାନଙ୍କ ଟିକେଟର ହାର୍ଡକପି ସଂଗ୍ରହ କରିବେ ।

ନିଜର ଆଇଡ଼ି ପ୍ରୁଫ, ଫୋନ ନମ୍ବର ଏବଂ ଇମେଲ ଆଇଡ଼ି ଦେଇ ଟିକେଟ ବୁକ କରିବେ । ଜଣେ ବ୍ୟକ୍ତି କେବଳ ଦୁଇଟି ଟିକେଟ ବୁକିଙ୍ଗ କରିପାରିବେ । ଏଥିସହ ୯ ତାରିଖ ରୁ ବାରବାଟୀ ଷ୍ଟାଡିୟମର ଟିକେଟ କାଉଣ୍ଟରରେ ଅଫଲାଇନ ଟିକେଟ ବିକ୍ରି ହେବ । ଜୁନ ୧୨ ତାରିଖରେ ଖେଳାଯିବ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-20 ମ୍ୟାଚ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+