ବାରବାଟୀ ଟି-20 ପାଇଁ ଜୁନ୍ ୧ରୁ ଟିକେଟ୍ ବିକ୍ରି
ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-20 ମ୍ୟାଚ୍ ପାଇଁ ଜୁନ୍ ୧ରୁ ଟିକେଟ ବିକ୍ରି ଆରମ୍ଭ ହେବ। ଏନେଇ ଓସିଏ ସଂପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।
କଟକ: ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-20 ମ୍ୟାଚ୍ ପାଇଁ ଜୁନ୍ ୧ରୁ ଟିକେଟ ବିକ୍ରି ଆରମ୍ଭ ହେବ। ଏନେଇ ଓସିଏ ସଂପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ସେହିପରି ୯ ଓ ୧୦ ତାରିଖରୁ ଅଫଲାଇନରେ ମିଳିବ ଟିକେଟ । ଅନଲାଇନ ଟିକେଟ ବିକ୍ରିରେ ଅନିୟମିତତା ଉପରେ ଗୁରୁତ୍ୱ ଦିଆଯିବ । ୧୦ ତାରିଖରେ ଉଭୟ ଦଳ ଭୁବନେଶ୍ୱରରେ ପହଞ୍ଚିବେ ।

କରୋନା ଯୋଗୁ ଷ୍ଟାଡିୟମ ଗୁଡ଼ିକରେ ଦର୍ଶକଙ୍କ ପ୍ରବେଶ ଉପରେ ବିସିସିଆଇ ଯେଉଁ କଟକଣା ଲଗାଇଥିଲା, ତାହା ଗତକାଲି ହଟାଇ ଦେଇଛି। ତେଣୁ ଜୁନ୍ ୧୨ରେ ବାରବାଟୀରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-20 ମ୍ୟାଚ୍ ପୂର୍ଣ୍ଣ ଦର୍ଶକୀୟ କ୍ଷମତାରେ ହେବ। ଆଜି କ୍ରୀଡ଼ା ସଚିବ ଆର୍ ଭିନୀଲ କ୍ରିଷ୍ଣା ମଧ୍ୟ ଏ ବିଷୟରେ ସୂଚନା ଦେଇଛନ୍ତି।
ଦୀର୍ଘ ଦୁଇ ବର୍ଷ ୮ ମାସ ପରେ ବାରବାଟୀରେ ମ୍ୟାଚ ଅନୁଷ୍ଠିତ ହେବ । ମ୍ୟାଚ ସମୟରେ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ବିସ୍ତୃତ ଭାବରେ ଆଲୋଚନା ହୋଇଛି । ଖେଳାଳିମାନେ ଜୁନ ୧୦ ତାରିଖରେ ଆସି ଭୁବନେଶ୍ୱରରେ ପହଞ୍ଚିବେ । ଏହାପରେ ଜୁନ ୧୨ ତାରିଖରେ ବାରବାଟୀରେ ଟି-୨୦ ମ୍ୟାଚ ଖେଳାଯିବ ।
ଜୁନ୍ ୯ରୁ ୧୯ ଯାଏ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ଦିଲ୍ଲୀରେ ଖେଳାଯିବାକୁ ଥିବା ବେଳେ ୧୨ ତାରିଖରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ବାରବାଟୀରେ ଅନୁଷ୍ଠିତ ହେବ। ଜୁନ୍ ୧୪ରେ ବିଶାଖାପଟନମରେ ତୃତୀୟ, ଜୁନ୍ ୧୭ରେ ଗୁଜରାଟରେ ଚତୁର୍ଥ ଓ ଜୁନ୍ ୧୯ରେ ବେଙ୍ଗାଲୁରୁରେ ଖେଳାଯିବ ପଞ୍ଚମ ମ୍ୟାଚ୍।
ଅନ୍ୟପଟେ ବର୍ଷା ହେଲେ ବି ବାରବାଟୀରେ ଖେଳାଯାଇପାରିବ ମ୍ୟାଚ୍ । ବର୍ଷାରୁ ପିଚକୁ ସୁରକ୍ଷା ଦେବା ପାଇଁ ହୋଭର କଭର'ର ବ୍ୟବସ୍ଥା କରାଯାଇଛି । ଯାହା ଆସନ୍ତା ଜୁନ୍ ୧୦ ତାରିଖ ସୁଦ୍ଧା କଟକରେ ପହଞ୍ଚିବାର ଯୋଜନା ଅଛି । କଟକ ମ୍ୟାଚ୍ ବେଳକୁ ଓଡିଶାରେ ମୌସୁମୀ ସକ୍ରିୟ ହୋଇସାରିଥିବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନରୁ ଜଣାପଡିଛି ।
ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ମୌସୁମୀ ଓଡିଶାରେ ପହଞ୍ଚି ସାରିଥିବ । ତେଣୁ ଜୁନ୍ ୧୨ରେ ହେବାକୁ ଥିବା ବାରବାଟୀ ଟି-୨୦ ମ୍ୟାଚ ପାଇଁ ପୂରା ପ୍ରସ୍ତୁତ ରହିଛି ଆୟୋଜକ ଓସିଏ । ବର୍ଷା ହେଲେ ବି ମ୍ୟାଚରେ ବିଶେଷ ପ୍ରଭାବ ପଡିବ ନାହିଁ ବୋଲି କୁହାଯାଇଛି । କାରଣ ଏଥର 'ସ୍ୟାଣ୍ଡ ବେସ୍ ଫିଲ୍ଡ' ବା ବାଲି ଭିତ୍ତିଭୂମି ଉପରେ ନିର୍ମିତ ପଡିଆରେ ଖେଳାଯିବ ମ୍ୟାଚ୍ ।












Click it and Unblock the Notifications