ବାରବାଟୀ ମ୍ୟାଚ ପାଇଁ ଡିସେମ୍ବର ୫ରେ ଟିକେଟ୍ ବିକ୍ରି, ସୂଚନା ଦେଲେ OCA ସମ୍ପାଦକ
ବାରବାଟୀ ମ୍ୟାଚ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରେ ହେବ ଟିକେଟ ବିକ୍ରି। ଏ ନେଇ ସୋମବାର ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ଷ୍ଟାଡିୟମର ୬ଟି କାଉଣ୍ଟରରେ ଟିକେଟ ବିକ୍ରି ହେବ। ତେବେ ଡିସେମ୍ବର ୧ ତାରିଖରେ ଅନଲାଇନରେ ଟିକେଟ ମିଳିବ। ଡିସେମ୍ବର ୩ ଏବଂ ୪ ତାରିଖରେ ଓସିଏ ଅନୁବନ୍ଧିତ ସଂସ୍ଥାକୁ ଟିକେଟ ଦିଆଯିବ ବୋଲି ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ, ଆସନ୍ତା ଡିସେମ୍ବର ୯ ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ ଅନୁଷ୍ଠିତ ହେବ।













Click it and Unblock the Notifications