ବାରବାଟୀ ଦିନିକିଆ ମ୍ୟାଚ୍ ପାଇଁ ଟିକେଟ କଳାବଜାରୀ, ୪ ଅଟକ

ରବିବାର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଦିନିକିଆ ମ୍ୟାଚ , ସେହି ମ୍ୟାଚରେ ଟିକେଟ ନେବା ନେଇଁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା , କିନ୍ତୁ ଟିକେଟ ନେବା ପରେ ସେହି ଟିକେଟ ଏବେ ବଜାରରେ କଳାବଜାରୀ କରାଯାଉଥିବା ଦେଖିବାକୁ ମିଳିଛି ସେହି ସମୟରେ ପୋଲିସ ତିନିଜଣଙ୍କୁ ଗିରଫ କରିଛି .

Ticket black market

କେବଳ ସେତିକି ନୁହେଁ କଳାବଜାରୀ ସମୟରେ ଟିକେଟ ଡିଲ ମଧ୍ୟ ଚାଲୁରହିଥିଲା , ସୁଚନା ଅନୁଯାୟୀ ରବିବାର ଖେଳାଯିବାକୁ ଥିବା ବାରବାଟୀ ଦିନିକିଆ ପାଇଁ ଉଭୟ ଭାରତ ଓ ଇଂଲଣ୍ଡ ଆଜି ଭୁବନେଶ୍ବରରେ ପହଞ୍ଚିବେ । ଉଭୟ ଦଳର ଖେଳାଳି ଗୁରୁବାର ପ୍ରଥମ ମ୍ୟାଚ ଖେଳିସାରି ନାଗରପୁରରୁ ସିଧାସଳଖ ଏଠାକୁ ଆସିବେ ।

ସ୍ବତନ୍ତ୍ର ବିମାନ ରାତି ୭ଟା ୪୦ରେ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନବନ୍ଦରେ ଅବତରଣ କରିବା ପରେ କଡ଼ା ସୁରକ୍ଷା ମଧ୍ୟରେ ଖେଳାଳି ମାନଙ୍କୁ ହୋଟେଲକୁ ନିଆଯିବ । ଆଜି ବିଶ୍ରାମ ପରେ ଶନିବାର କଟକ ବାରବାଟୀ ଷ୍ଟାଡିୟମ ଯାଇ ଅଭ୍ୟାସ କରିବେ ଉଭୟ ଦଳର ଖେଳାଳି। ଇଂଲଣ୍ଡ ଖେଳାଳି ମାନେ ଅପରାହ୍ନ ୧ଟାରୁ ୪ଟା ଯାଏଁ ଏବଂ ଭାରତୀୟ ଖେଳାଳି ୪ଟାରୁ ୮ଟା ପର୍ୟ୍ୟନ୍ତ ଅଭ୍ୟାସ କରିବେ । ପୁଣି କଡ଼ା ସୁରକ୍ଷା ଭିତରେ ବାରବାଟୀରୁ ହୋଟେଲକୁ ଫେରିବେ ଖେଳାଳି। ପରେ ରବିବାର ଦ୍ବିତୀୟ ଦିନିକିଆ ଖେଳିବା ପରେ ତୃତୀୟ ତଥା ଶେଷ ମ୍ୟାଚ ଖେଳିବାକୁ ପାଇଁ ଗୁଜୁରାଟ ଅଭିମୁଖେ ବାହାରିଯିବେ ଉଭୟ ଟିମ୍। ସେପେଟେ ଦୁଇ ଦେଶର ଖେଳାଳି ଓଡ଼ିଶାରେ ପହଞ୍ଚିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରିଛି କମିଶନରେଟ୍ ପୁଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+