ବାରବାଟୀ ମ୍ୟାଚ୍ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା: ସିପି ଏସ୍ ଦେବଦତ୍ତ ସିଂ
ବାରବାଟୀ ମ୍ୟାଚ୍ ପାଇଁ କମିଶନରେଟ ପୋଲିସ ଜୋରଦାର ପ୍ରସ୍ତୁତି କରିଛି। ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ। ସିପି କହିଛନ୍ତି, ମ୍ୟାଚ୍ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷାକୁ ନେଇ ସଜାଗ ଅଛି କମିଶନେରେଟ ପୋଲିସ। ଏୟାରଲାଇନ୍ସ ସମସ୍ୟା ଭିତରେ ଗତକାଲି କିଛି ଖେଳାଳି ପହଞ୍ଚିଛନ୍ତି। ସମୟ ନିର୍ଘଣ୍ଟ ହିସାବରେ ଅନ୍ୟ ଖେଳାଳିମାନେ ମଧ୍ୟ ପହଞ୍ଚିବେ। ଶାନ୍ତିଶୃଙ୍ଖଳା ଭିତରେ ଲୋକମାନେ ଟିକେଟ୍ କିଣିଛନ୍ତି। ଟିକେଟ୍ କଳାବଜାରୀ କଥା ସାମ୍ନାକୁ ଆସିନାହିଁ ବୋଲି କହିଛନ୍ତି ପୋଲିସ କମିଶନର ।

ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ କିଛି କ୍ରିକେଟରଙ୍କ ଗସ୍ତ ସମୟ ପରିବର୍ତ୍ତନ ହୋଇଥିବା ସୂଚନା ମିଳିଛି । ଇଣ୍ଡିଗୋ ପରିବର୍ତ୍ତେ ସେମାନେ ଏୟାରଇଣ୍ଡିଆ ବିମାନରେ ଭୁବନେଶ୍ବର ଆସିବେ ବୋଲି ଜଣାପଡ଼ିଛି । ଟିମ ଇଣ୍ଡିଆ ଟିଟ୍ବେଣ୍ଟି ଟିମର କ୍ୟାପେଟନ ସୂର୍ଯ୍ୟକୁମାର ଯାଦବ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିଭମ ଦୁବେ ଆଜି ରାତିରେ ଭୁବନେଶ୍ବରରେ ପହଞ୍ଚିବେ । କାଲି ରାତି ସୁଦ୍ଧା ସବୁ କ୍ରିକେଟର ଆସିବେ ବୋଲି ସୂଚନା ମିଳିଛି ।
ଗତକାଲି ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ୫ ଖେଳାଳି ଆସିଛନ୍ତି । ଡୋନଭାନ ଫରେଇରା, ଆର ହେଣ୍ଡ୍ରିକସ୍, ଡେଭିଡ ମିଲର୍, ଜର୍ଜ ଫ୍ରେଡରିକ ଲିଣ୍ଡେ ଓକ୍ୱେନା ମାଫାଖା ଭୁବନେଶ୍ବରର ଏକ ତାରକା ହୋଟେଲରେ ରହୁଛନ୍ତି । ଖେଳାଳିଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆସନ୍ତା ୯ ତାରିଖ ରେ କଟକ ବାରବାଟୀ ଷ୍ଟାଡିୟମ୍ ରେ T20 ମ୍ୟାଚ୍ ଅନୁଷ୍ଠିତ ହେବ ।












Click it and Unblock the Notifications