Get Updates
Get notified of breaking news, exclusive insights, and must-see stories!

ମ୍ୟାଚ୍ ନ ଖେଳି ବି ପାଇବେ ୫ କୋଟି ଟଙ୍କା !

ଟି୨୦ ବିଶ୍ୱକପରେ ଭାରତୀୟ ଦଳ ଟାଇଟଲ ହାତେଇବା ପରେ ହୋଇଛି ଟଙ୍କା ବର୍ଷା । ବିସିସିଆଇ ପୂରା ଟିମକୁ ଦେଇଛି ପୁରସ୍କାର । କେବଳ ଖେଳାଳି ନୁହଁ ସମସ୍ତ ଷ୍ଟାଫମାନଙ୍କୁ ମଧ୍ୟ ମିଳିଛି ପୁରସ୍କାର ।

ଭାରତୀୟ ଦଳ ସ୍ୱଦେଶ ଫେରିବା ପରେ ବିସିସିଆଇ ପକ୍ଷରୁ ମୁମ୍ବାଇରେ ଦଳକୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ସମୟରେ ଟିମ୍ ଇଣ୍ଡିଆକୁ 125 କୋଟି ଟଙ୍କାର ଚେକ୍ ଦିଆଯାଇଥିଲା । ଟିମ୍ ର ସମସ୍ତ ସଦସ୍ୟ କିଛି କିଛି ଧନରାଶି ପୁରସ୍କାର ବାବଦକୁ ପାଇଛନ୍ତି ।
ଏଥିରେ ଏପରି ତିନିଜଣ ଖେଳାଳି ଅଛନ୍ତି ଯେଉଁମାନେ ନ ଖେଳି ମଧ୍ୟ ମୋଟା ଅଙ୍କର ପୁରସ୍କାର ରାଶି ପାଇଛନ୍ତି । ଏହି ତିନି ଖେଳାଳି ୫ କୋଟି ଟଙ୍କା ଲେଖାଏଁ ପୁରସ୍କାର ପାଇବେ ।

cricket

ଯଶସ୍ୱୀ ଜୈସୱାଲ: ୨୦୨୪ ଟି୨୦ ବିଶ୍ୱକପରେ ଖେଳିବାର ସୁଯୋଗ ପାଇ ନ ଥିବା ତିନି ଖେଳାଳିଙ୍କ ମଧ୍ୟରୁ ଯଶସ୍ୱୀ ଜୈସୱାଲ ଥିଲେ । ସେ ପ୍ରଥମେ ରୋହିତ ଶର୍ମାଙ୍କ ସହ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବରେ ଭାରତୀୟ ଏକାଦଶରେ ରହିବେ ବୋଲି ଆଶା କରାଯାଉଥିଲା, କିନ୍ତୁ ବିରାଟ କୋହଲି ଓପନିଂ ଭୂମିକା ଗ୍ରହଣ କରିଥିଲେ । ଏହା ପରେ ଜୈସୱାଲଙ୍କୁ ଦଳରେ ସାମିଲ କରାଯାଇନଥିଲା । ସେ ନ ଖେଳି ମଧ୍ୟ ୫ କୋଟି ଟଙ୍କା ପୁରସ୍କାର ପାଇଛନ୍ତି ।

ସଞ୍ଜୁ ସାମସନ୍: ସଞ୍ଜୁ ସାମସନ୍ ମଧ୍ୟ ବିଶ୍ୱକପ୍ ର କୌଣସି ମ୍ୟାଚ୍ ରେ ଅଂଶଗ୍ରହଣ କରିନାହାଁନ୍ତି । ସମଗ୍ର ଟୁର୍ଣ୍ଣାମେଣ୍ଟରେ ଭାରତର ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଭାବରେ ଋଷଭ ପନ୍ତଙ୍କୁ ଚୟନ କରାଯାଇଥିଲା ଏବଂ ସାମସନଙ୍କୁ ପ୍ଲେଇଙ୍ଗ୍ ୧୧ ରୁ ବାହାରେ ରହିବାକୁ ପଡ଼ିଥିଲା । ତେବେ ସେ ବାଂଲାଦେଶ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳିଥିଲେ ଯେଉଁଠାରେ ସେ ମାତ୍ର ଗୋଟିଏ ରନ୍ କରିଥିଲେ । କିନ୍ତୁ ଚୂଡ଼ାନ୍ତ ୧୫ ଜଣିଆ ତାଲିକାରେ ସେ ଥିବାରୁ ତାଙ୍କୁ ମଧ୍ୟ ୫ କୋଟି ଟଙ୍କା ମିଳିବ ।

ୟୁଜବେନ୍ଦ୍ର ଚହଲ: ଚୟନ କମିଟି ଦଳରେ ଚାରିଜଣ ସ୍ପିନରଙ୍କୁ ନେଇ ଏକ ନିର୍ଭୀକ ନିଷ୍ପତ୍ତି ନେଇଥିଲେ । ୟୁଏସ୍ ବିପକ୍ଷରେ ରବିନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲଙ୍କୁ ଚୟନ କରାଯାଇଥିବାବେଳେ କୁଲଦୀପ ଯାଦବଙ୍କୁ ୱେଷ୍ଟଇଣ୍ଡିଜ୍ ସହ ମ୍ୟାଚରେ ସାମିଲ କରାଯାଇଥିଲା । ୟୁଜବେନ୍ଦ୍ର ଚହଲ ଟୁର୍ଣ୍ଣାମେଣ୍ଟରେ ସମ୍ପୂର୍ଣ୍ଣ ବାହାରେ ରହିଥିଲେ । ତଥାପି ସେ ମ୍ୟାଚ୍ ନଖେଳି ମଧ୍ୟ ବସି ବସି ୫ କୋଟି ଟଙ୍କା ପାଇବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+