ଆଇସିସି ହଲ ଅଫ ଫେମ’ରେ ସାମିଲ ହେଲେ ବିରେନ୍ଦ୍ର ସେହଓ୍ବାଗଙ୍କ ସମେତ ୩ କ୍ରିକେଟର
ଆଇସିସି ହଲ ଅଫ ଫେମ'ରେ ସାମିଲ ହେଲେ ବିରେନ୍ଦ୍ର ସେହଓ୍ବାଗ ।ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ବିରେନ୍ଦ୍ର ସେହଓ୍ବାଗଙ୍କ ସମେତ ତିନିଜଣ ପୂର୍ବତନ କ୍ରିକେଟର ଆଇସିସି ହଲ ଅଫ ଫେମରେ ସ୍ଥାନ ପାଇଛନ୍ତି ।
ସେହ୍ବାଗଙ୍କ ବ୍ୟତୀତ ଦେଶର ପୂର୍ବତନ ମହିଳା କ୍ରିକେଟର ଡାଏନା ଏଡୁଲଜୀ ମଧ୍ୟ ଏହି ବିଶେଷ ତାଲିକାରେ ସ୍ଥାନ ପାଇଛନ୍ତି । ଏହି ଦୁଇ ଖେଳାଳିଙ୍କ ସହିତ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଅରବିନ୍ଦ ଡି ସିଲଭାଙ୍କୁ ମଧ୍ୟ ଏକ ବିଶେଷ ସମ୍ମାନରେ ସମ୍ମାନିତ କରାଯାଇଛି ।
ସେହ୍ବାଗ ଏବଂ ଏଡୁଲଜୀଙ୍କ ପୂର୍ବରୁ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଭାରତୀୟ ଦଳର ବର୍ତ୍ତମାନର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ମଧ୍ୟ ଏହି ବିଶେଷ ସମ୍ମାନ ପ୍ରଦାନ କରାଯାଇଛି ।
ଆଇସିସି ହଲ ଅଫ ଫେମରେ ସମ୍ମାନିତ ହୋଇଥିବା ଡାଏନା ଏଡୁଲଜୀ ଦେଶର ପ୍ରଥମ ମହିଳା କ୍ରିକେଟର ହୋଇଛନ୍ତି । ୨୦୨୩ ପୂର୍ବରୁ ସାତଜଣ ଭାରତୀୟ ଖେଳାଳି ଏହି ବିଶେଷ ସମ୍ମାନ ପାଇଥିଲେ ।

ସେହୱାଗଙ୍କ କ୍ୟାରିଅର୍
ଟେଷ୍ଟରେ ସେହୱାଗଙ୍କ ସର୍ବାଧିକ ସ୍କୋର ହେଉଛି ୩୧୯ ରନ୍ । ଟେଷ୍ଟରେ ଭାରତୀୟଙ୍କ ଦ୍ୱାରା ଏହା ସର୍ବାଧିକ ସ୍କୋର । ସେହୱାଗ ୨୦୦୮ ରେ ଚେନ୍ନାଇରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୧୯ ରନ୍ ସଂଗ୍ରହ କରିଥିଲେ। ମୋଟ ଉପରେ, ସେହୱାଗ ୧୦୪ ଟି ଟେଷ୍ଟ ମ୍ୟାଚରେ ତାଙ୍କ ନାମରେ ୮୫୮୬ ରନ୍ କରିଛନ୍ତି । ସେ ହାରାହାରି ୪୯.୩୪ ରନ୍ ସଂଗ୍ରହ କରିଛନ୍ତି। ସେହୱାଗ ହାରାହାରି ୩୫.୦୫ ରେ ୨୫୧ ଦିନିକିଆ ରେ ୮୨୭୩ ରନ୍ ସଂଗ୍ରହ କରିଛନ୍ତି । ସେ ୨୦୦୭ ଟି-୨୦ ବିଶ୍ୱକପ ଏବଂ ୨୦୧୧ ବିଶ୍ଵକପ ବିଜୟ ଦଳର ମେମ୍ବର ଥିଲେ ।
ଆଇସିସି ହଲ୍ ଅଫ୍ ଫେମରେ ଭାରତୀୟ ଖେଳାଳି
ସୁନୀଲ ଗାଭାସ୍କର, ବିଶନ ସିଂ ବେଦୀ, କପିଲ ଦେବ, ଅନିଲ କୁମ୍ବଲେ, ରାହୁଲ ଦ୍ରାବିଡ, ସଚିନ ତେନ୍ଦୁଲକର, ବିନୁ ମାଙ୍କଡ, ଡାଏନା ଏଡୁଲଜୀ, ବିରେନ୍ଦର ସେହୱାଗ












Click it and Unblock the Notifications