ଆଇସିସି ଟେଷ୍ଟ ରାଙ୍କିଙ୍ଗର ଟପ୍ ୩ରେ ଅଷ୍ଟ୍ରେଲିଆର ୩ ବ୍ୟାଟର
ICC Test Rankings: ICCର ସଦ୍ୟ ଘୋଷିତ ଟେଷ୍ଟ ମାନ୍ୟତା ତାଲିକାରେ ଆଷ୍ଟ୍ରେଲିଆ ବ୍ୟାଟର ସଫଳତା ହାସଲ କରିଛନ୍ତି । ବ୍ୟାଟିଂ ମାନ୍ୟତାରେ ଶ୍ରେଷ୍ଠ 3ରେ ତିନିଜଣ ଅଷ୍ଟ୍ରେଲିଆ ବ୍ୟାଟର ସ୍ଥାନ ପାଇଛନ୍ତି ।
ତେବେ ଏପରି ବିରଳ ଘଟଣା ଶେଷଥର ପାଇଁ 1948ରେ ଘଟିଥିଲା । ସେହି ବର୍ଷ ୱେଷ୍ଟଇଣ୍ଡିଜର 3 ଜଣ ବ୍ୟାଟର ଆଇସିସି ଟେଷ୍ଟ ରାଙ୍କିଙ୍ଗର ଟପ୍ ୩ରେ ରହିଥିଲେ । ଏହା ପରଠାରୁ କେବେ ହେଲେ ଏମିତି ଘଟଣା ଘଟି ନଥିଲା। କିନ୍ତୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପରେ ଆଇସିସି ଜାରି କରିଥିବା ଅପଡେଟ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆ ବାଜିମାତ କରିଛି ।

ଭାରତ ବିପକ୍ଷ ଫାଇନାଲରେ ଶତକୀୟ ଇନିଂସ ଖେଳିବା ସହ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଷ୍ଟ୍ରେଲିଆର ବ୍ୟାଟର ଟ୍ରାଭିସ ହେଡ୍ ବ୍ୟାଟିଂ ରାଙ୍କିଙ୍ଗର 3ଟି ସ୍ଥାନ ଉପରକୁ ଉଠି 3ୟ ସ୍ଥାନରେ ପହଞ୍ଚି ଯାଇଛନ୍ତି । ମାର୍ନସ ଲାବୁସାନ(903 ପଏଣ୍ଟ) ପାଇ ଶୀର୍ଷ ସ୍ଥାନରେ ରହିଥିବା ବେଳେ 885 ପଏଣ୍ଟ ପାଇ ସ୍ମିଥ ଦ୍ବିତୀୟ ଓ 883 ପଏଣ୍ଟ୍ ପାଇ ଟ୍ରେଭିସ ହେଡ୍ ତୃତୀୟ ସ୍ଥାନରେ ରହିଛନ୍ତି ।
ସେହିପରି ସଦ୍ୟ ପ୍ରକାଶିତ ମାନ୍ୟତା ତାଲିକାରେ ଭାରତୀୟ ମଧ୍ୟକ୍ରମ ଅନୁଭବୀ ବ୍ୟାଟର ଆଜିଙ୍କ୍ୟ ରାହାଣେ ଓ ଦ୍ରୁତ ବୋଲର ସାର୍ଦୁଲ ଠାକୁରଙ୍କ ରାଙ୍କ୍ରେ ଉନ୍ନତି ହୋଇଛି । ଆଜିଙ୍କ୍ୟ ରାହାଣେ 37ତମ ଏବଂ ସାର୍ଦୁଳ ଠାକୁର 94ତମ ସ୍ଥାନକୁ ଉନ୍ନିତ ହୋଇଛନ୍ତି । ବିଶ୍ବ ଟେଷ୍ଟ ଚମ୍ପଆନସିପ୍ ଫାଇନାଲେରେ ରାହାଣେ 89 ଓ 46 ରନ କରି ଭାରତୀୟ ଦଳର ଆଶା ଉଜ୍ଜୀବିତ କରିଥିଲେ ଯାହାର ଫାଇଦା ରାହଣେଙ୍କୁ ଟେଷ୍ଟ ରାଙ୍କିଂରେ ମିଳିଛି ।
ସେହିପରି ଭାରତୀୟ ଖେଳାଳିଙ୍କ ମଧ୍ୟରେ ବୋଲରଙ୍କ ତାଲିକାରେ ଅଶ୍ବିନୀ ଅଲରାଉଣ୍ଡର ତାଲିକାରେ ଜାଡେଜା ଶୀର୍ଷରେ ରହିଛନ୍ତି । ବୋଲରଙ୍କ ତାଲିକାରେ ଅଶ୍ବିନୀ 860 ପଏଣ୍ଟ ଏବଂ ଅଲରାଉଣ୍ଡର ତାଲିକାରେ ରବୀନ୍ଦ୍ର ଜାଡେଜା 434 ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଛନ୍ତି । ଆହତ ସମସ୍ୟା ଦେଇ ଗତି କରୁଥିବା ଯଶପ୍ରୀତ ବୁମ୍ରା ଅଷ୍ଟମ ସ୍ଥାନକୁ ଖସି ଆସିଛନ୍ତି ।












Click it and Unblock the Notifications