Instagram ରିଲ୍ସ କରୁ କରୁ IPL ମିନି ଅକ୍ସନରେ ପହଞ୍ଚିଲେ ଏହି ଖେଳାଳି, କେବେ ଖେଳିନାହାନ୍ତି ପ୍ରଫେସନାଲ କ୍ରିକେଟ...
ଭାଗ୍ୟ କେବେ, କେଉଁଠି ଏବଂ କିପରି ଚମକିବ ତାହା କେହି କହିପାରିବେ ନାହିଁ। ଆଉ ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଇଜାଜ୍ ସାୱାରିଆ। ୨୦ ବର୍ଷୀୟ ସାୱାରିଆ କେବେ ପ୍ରଫେସନାଲ କ୍ରିକେଟ ଖେଳିନାହାଁନ୍ତି, କିନ୍ତୁ ଏବେ ତାଙ୍କ ନାମ IPL ୨୦୨୬ର ମିନି ଅକ୍ସନରେ ନିଲାମ ହେବାକୁ ଯାଉଛନ୍ତି। ଏବେ ଆପଣ ଭାବୁଥିବେ ଏହା କିପରି ସମ୍ଭବ? ଆଜ୍ଞା ହଁ, ଏହା କେବଳ ସୋସିଆଲ ମିଡିଆ ଦ୍ଵାରା ସମ୍ଭବ ହୋଇ ପାରିଛି, ଯାହା ଇଜାଜ୍ ସାୱାରିଆଙ୍କ ଏହି ସଫଳତାରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲା। ୨୦ ବର୍ଷୀୟ ସାୱାରିଆ କେବଳ ଇନଷ୍ଟାଗ୍ରାମରେ ତାଙ୍କ ବୋଲିଂର ରିଲ୍ ତିଆରି କରୁଥିଲେ। ଏବଂ ସେହି ରିଲ୍ ତିଆରି କରୁ କରୁ, ସେ ଏବେ IPL ନିଲାମରେ ମଧ୍ୟ ପହଞ୍ଚି ଯାଇଛନ୍ତି।

ଇଜାଜ୍ ସାୱାରିଆଙ୍କ ବିଶେଷତ୍ୱ ହେଉଛି ତାଙ୍କର ଲେଗ୍ ସ୍ପିନ୍। ଇନଷ୍ଟାଗ୍ରାମରେ ତାଙ୍କର ଲେଗ୍ ସ୍ପିନ୍ ରିଲ୍ ଦେଖିବା ପରେ IPL ଫ୍ରାଞ୍ଚାଇଜ୍ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ପଞ୍ଜାବ କିଙ୍ଗସ୍ ଭଳି ଫ୍ରାଞ୍ଚାଇଜ୍ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଫଳସ୍ୱରୂପ, ସେ ଏବେ IPL 2026 ନିଲାମ ତାଲିକାରେ ଅଛନ୍ତି।
ଡାହାଣହାତୀ ଲେଗ୍-ସ୍ପିନର ଇଜାଜ୍ ସାୱାରିଆ ରାଜସ୍ଥାନର ଏବଂ ରାଜସ୍ଥାନ କ୍ରିକେଟ୍ ଆସୋସିଏସନ୍ ଅଧୀନରେ ନିଲାମ ପାଇଁ ତାଙ୍କ ନାମ ପଞ୍ଜିକୃତ କରିଛନ୍ତି। ସେ କେବେ ଭାରତ କିମ୍ବା ରାଜସ୍ଥାନକୁ କୌଣସି ସ୍ତରରେ ପ୍ରତିନିଧିତ୍ୱ କରିନାହାଁନ୍ତି ଏବଂ ତାଙ୍କର କୌଣସି ବୃତ୍ତିଗତ ଅଭିଜ୍ଞତା ନାହିଁ। ତଥାପି, ସେ ଏବେ IPL ନିଲାମ ୨୦୨୬ ରେ ଖେଳାଳି ନମ୍ବର ୨୬୫ ଭାବରେ ପ୍ରବେଶ କରିବେ। ତାଙ୍କ ନାମ ନିଲାମର ଚତୁର୍ଥ ପର୍ଯ୍ୟାୟରେ ରଖାଯିବ।
ଇଜାଜ୍ ସାୱାରିଆ ପ୍ରାୟତଃ ଇନଷ୍ଟାଗ୍ରାମ୍ ଏବଂ ୟୁଟ୍ୟୁବ୍ରେ ତାଙ୍କ ଅଭ୍ୟାସ ସେସନ୍ ଏବଂ ବୋଲିଂର ଭିଡିଓ ପୋଷ୍ଟ କରନ୍ତି। ତାଙ୍କର ହଜାର ହଜାର ଫଲୋଅର୍ସ ଅଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଇଂଲଣ୍ଡର ରାଦିଲ୍ ରସିଦ୍ ସମେତ ଅନେକ ଭାରତୀୟ ଏବଂ ଅନ୍ତର୍ଜାତୀୟ କ୍ରିକେଟର୍ ତାଙ୍କ ବୋଲିଂ ଭିଡିଓରେ କମେଣ୍ଟ ଦେଇଛନ୍ତି । ଆୟର୍ଲାଣ୍ଡର ସିମି ସିଂହ ଏବଂ ଭାରତର ବିପ୍ରାଜ ନିଗମ ଭଳି ଅନ୍ୟ କ୍ରିକେଟର୍ ମଧ୍ୟ ସାୱାରିଆଙ୍କ ପୋଷ୍ଟରେ କାମେଣ୍ଟ ଦେଇଛନ୍ତି।
ଇଜାଜ୍ ସାୱାରିଆ ଜୟପୁରର ସଂସ୍କାର ଏକାଡେମୀରେ ତାଲିମ ନେଇଥିଲେ। ରିଲ୍ସ ତାଙ୍କୁ IPL ନିଲାମରେ ପହଞ୍ଚାଇ ଦେଇଛି। ଆଶା କରାଯାଉଛି, ₹୩୦ ଲକ୍ଷ ମୂଳ ମୂଲ୍ୟ ସହିତ, ସାୱାରିଆ ଏବେ ଏକ ଏପରି ଦଳ ପାଇବେ ଯେଉଁଠାରେ ସେ ପ୍ରଥମ ଥର ପାଇଁ ବୃତ୍ତିଗତ କ୍ରିକେଟ୍ ଖେଳିବେ।












Click it and Unblock the Notifications