Get Updates
Get notified of breaking news, exclusive insights, and must-see stories!

ଏହି ଖେଳାଳିଙ୍କ ନାମରେ ରହିଛି ଏସିଆ କପର ଦ୍ରୁତତମ ଶତକ ରେକର୍ଡ...

Asia Cup Fastest Century: ଆରମ୍ଭ ହୋଇସାରିଛି ଏସିଆ କପ୍ ଟୁର୍ଣ୍ଣାମେଣ୍ଟ । ଆୟୋଜକ ପାକିସ୍ତାନ ପ୍ରଥମ ମ୍ୟାଚରେ ନେପାଳକୁ ବିପୁଳ ରନ୍ ବ୍ୟବଧାନରେ ପରାସ୍ତ କରିଛି । ତେବେ 1984 ମସିହାରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ଚଳିତଥର ଦିନିକିଆ ଫର୍ମାଟରେ ଖେଳାଯାଉଛି । ଏଥର ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମଡେଲରେ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯାଉଛି ।

ଉଲ୍ଲେଖନୀୟ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ 15ଟି ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି । ଯେଉଁଥିରେ ପାକିସ୍ତାନ କେବଳ ଦୁଇଥର ଏସିଆ କପ୍ ଜିତିଥିବା ବେଳେ ଭାରତ ଏପର୍ଯ୍ୟନ୍ତ 7 ଥର କପ୍ ଜିତିଛି । ଯେଉଁଥିରୁ 6 ଥର ଦଳ ଦିନିକିଆ ଫର୍ମାଟ ଓ ଥରେ T20 ଫର୍ମାଟରେ ଜିତିଛି ।

Fastest Century in Asia Cup

ଏସିଆ କପର ଦ୍ରୁତତମ ଶତକ ରେକର୍ଡ

ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ, ଏସିଆ କପରେ ଦ୍ରୁତତମ ଶତକ ସ୍କୋର କରିବାର ରେକର୍ଡ କିଏ ରଖିଛି ? ପାକିସ୍ତାନର ପୂର୍ବତନ ଖେଳାଳି ସହିଦ ଆଫ୍ରିଦି ଏସିଆ କପରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ରଖିଛନ୍ତି । 2010 ମସିହାରେ, ସେ 53 ବଲରେ ବାଂଲାଦେଶ ବିପକ୍ଷରେ ତୋଫାନୀ ପାଳି ଖେଳିଥିଲେ । ବାଂଲାଦେଶ ବିପକ୍ଷରେ 55 ବଲରେ ଶତକ ହାସଲ କରି ଏସିଆ କପରେ ଦ୍ରୁତତମ ଶତକର ରେକର୍ଡ ନିଜ ନାମରେ କରିଥିଲେ ।

ଏହି ତାଲିକାରେ ଶ୍ରୀଲଙ୍କାର ପୂର୍ବତନ ତାରକା ଖେଳାଳି ସନଥ ଜୟସୁରିଆ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଏହି ବର୍ଗର ତିନି ନମ୍ବର ହେଉଛି ଭାରତର ପୂର୍ବତନ ତାରକା ଖେଳାଳି ସୁରେଶ ରାଇନା, ଯିଏ ହଂକଂ ବିପକ୍ଷ 2008 ମ୍ୟାଚରେ 66 ବଲ ଶତକ ହାସଲ କରିଥିଲେ । ପାକିସ୍ତାନୀ ଇଫ୍ଟିଖର ଅହମ୍ମଦ ଏହି ବର୍ଗରେ ଚତୁର୍ଥ ସ୍ଥାନରେ ଅଛନ୍ତି, ଯିଏ ଚଳିତଥର ନେପାଳ ବିପକ୍ଷରେ 67 ବଲରେ ଶତକ ହାସଲ କରିଛନ୍ତି ।

ଇଣ୍ଡିଆ ବନାମ ପାକିସ୍ଥାନ ହେଡ୍ ଟୁ ହେଡ୍

ଭାରତ ଏବଂ ପାକିସ୍ତାନର ଦଳ ଏସିଆ କପ୍ (ଦିନିକିଆ ଫର୍ମାଟ୍) ରେ ଏପର୍ଯ୍ୟନ୍ତ 13 ଥର ଭେଟିଛନ୍ତି, ଯେଉଁଠାରେ ଟିମ୍ ଇଣ୍ଡିଆ 7 ଟି ମ୍ୟାଚ୍ ଜିତିଥିବାବେଳେ ପାକିସ୍ତାନ 5 ଟି ମ୍ୟାଚ୍ ଜିତିଛି । ଗୋଟିଏ ମ୍ୟାଚ୍ ବାତିଲ ହୋଇଛି । ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟକୁ ସର୍ବାଧିକ 7 ଥର ଜିତିଥିବା ବେଳେ ପାକିସ୍ତାନ 2 ଥର ଟ୍ରଫି ହାସଲ କରିଛି । ଭାରତ ଏବଂ ପାକିସ୍ତାନର ଦଳ ମୋଟ ଦିନିକିଆରେ 132 ଥର ଭେଟିଛନ୍ତି, ଯେଉଁଠାରେ ଭାରତ 55 ଟି ମ୍ୟାଚ ଜିତିଥିବା ବେଳେ ପାକିସ୍ତାନ 73 ଟି ମ୍ୟାଚ ଜିତିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+