Get Updates
Get notified of breaking news, exclusive insights, and must-see stories!

ଶିଖର ଧାୱନଙ୍କ ପରେ ଖୁବଶୀଘ୍ର ଅବସର ନେବେ ଏହି କ୍ରିକେଟର ! ଆଉ ନାହିଁ ସୁଯୋଗ

କ୍ରିକେଟ ଜଗତରୁ ଅବସର ନେଇଛନ୍ତି ଭାରତୀୟ ଷ୍ଟାର ବ୍ୟାଟର ତଥା ବାମହାତୀ ଭେଟେରାନ ଓପନର ଶିଖର ଧାୱନ । କ୍ରିକେଟ କ୍ୟାରିୟରରେ ସୁପର ଫର୍ମରେ ଥାଇ ମଧ୍ୟ ତାଙ୍କୁ ଦୀର୍ଘ ଦିନ ଧରି ଦଳରେ ସୁଯୋଗ ମିଳିନଥିଲା । ଶେଷରେ ବହୁ ଅପେକ୍ଷା ପରେ 24 ଅଗଷ୍ଟରେ ସେ ଏହି ବଡ଼ ଘୋଷଣା କରିଥିଲେ । ତେବେ ଧାୱନଙ୍କ ପରେ ଏପରି ଆହୁରି ଅନେକ ଭାରତୀୟ କ୍ରିକେଟର ଖୁବଶୀଘ୍ର ସନ୍ୟାସ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି, ଯେଉଁମାନେ ଦୀର୍ଘ ଦିନ ହେବ ଦଳଠାରୁ ଦୂରରେ ରହିଛନ୍ତି, ଏବଂ ଭବିଷ୍ୟତରେ ମଧ୍ୟ ଜାତୀୟ ଦଳରେ ଆଉ ସୁଯୋଗ ମିଳିବା ସମ୍ଭାବନା କ୍ଷୀଣ । ସେଭଳି 11 ଜଣ କ୍ରିକେଟରଙ୍କ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ,

ଭୁବନେଶ୍ବର କୁମାର :- ଭାରତର ଷ୍ଟାର ଦ୍ରୁତ ବୋଲର ଭୁବନେଶ୍ବର କୁମାର ଏକଦା ଡେଥ ଓଭରରେ ଦଳର ସଙ୍କଟ ମୋଚକ ଭାବେ ଉଭା ହେଉଥିଲେ । ହେଲେ ଏବେ ପ୍ରାୟ 2 ବର୍ଷ ହେବ ସେ ଜାତୀୟ ଦଳରେ ସୁଯୋଗ ପାଇନାହାନ୍ତି । ନଭେମ୍ବର 2022ରେ ସେ ଭାରତ ପାଇଁ ଶେଷ ମ୍ଯାଚ୍‌ ଖେଳିଥିଲେ । 34 ବର୍ଷୀୟ ଭୁବି ଟେଷ୍ଟ, ଦିନିକିଆ ଓ ଟି20 କ୍ରିକେଟରେ ଯଥାକ୍ରମେ 21, 121 ଓ 87 ମ୍ୟାଚ୍‌ ଖେଳି ମୋଟ 294 ୱିକେଟ ହାସଲ କରିଛନ୍ତି । ତେବେ ବର୍ତ୍ତମାନ ବୁମରା ଓ ସିରାଜଙ୍କ ଉପସ୍ଥିତି ସହ ନୂଆ ବୋଲରଙ୍କ ପ୍ରଭାବ ବଢ଼ୁଥିବାରୁ ପୁଣିଥରେ ଭୁବିଙ୍କ କମ୍‌ବ୍ୟାକ୍‌ ଆଶା କ୍ଷୀଣ ରହିଛି ।

Shikhar Dhawan

ମନୀଷ ପାଣ୍ଡେ :-ଭାରତର ଅନ୍ୟତମ ଷ୍ଟାଇଲିଶ ମିଡିଲ ଅର୍ଡର ବ୍ୟାଟର ମନୀଷ ପାଣ୍ଡେ ପୂର୍ବରୁ ବିଶେଷ ମୌକା ପାଇନାହାନ୍ତି, ଯେତେବେଳେ ବି ସୁଯୋଗ ପାଇଛନ୍ତି ନିଜକୁ ପ୍ରଭାବୀ ସାବ୍ୟସ୍ତ କରିପାରିନାହାନ୍ତି । ସେ ଦିନିକିଆରେ ମୋଟ 566 ଓ ଟି20ରେ 709 ରନ ହିଁ କରିପାରିଛନ୍ତି । 34 ବର୍ଷୀୟ ମନୀଷ 2021 ଜୁଲାଇରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ ।

ଉମେଶ ଯାଦବ : ଭାରତୀୟ ଡାବାଣହାତୀ ଦ୍ରୁତ ବୋଲର ଉମେଶ ଯାଦବଙ୍କୁ କିଛି ବର୍ଷ ହେବ ଟି20 କିମ୍ବା ଦିନିକିଆ ଦଳରେ ବିଚାରକୁ ନିଆଯାଉ ନାହିଁ । କେବଳ ଟେଷ୍ଟରେ ସୁଯୋଗ ପାଉଥିବା ଉମେଶଙ୍କୁ ଏବେ ଏହି ଲମ୍ବା ଫର୍ମାଟରେ ମଧ୍ୟ ସୁଯୋଗ ମିଳୁନି । 36 ବର୍ଷୀୟ ଉମେଶ ଯାଦବ ଭାରତ ପାଇଁ 57 ଟେଷ୍ଟ, 75 ଦିନିକିଆ ଓ କେବଳ 9ଟି ଟି20 ମ୍ୟାଚ୍‌ ଖେଳି ଯଥାକ୍ରମେ 170, 106 ଓ 12ଟି ୱିକେଟ ଦଖଲ କରିଛନ୍ତି । ଆଗାମୀ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ ତାଙ୍କୁ ବିଚାରକୁ ନିଆ ନଗଲେ, ସେ ଖୁବଶୀଘ୍ର ନିଜର ଅବସର ଘୋଷଣା କରିଦେଇପାରନ୍ତି ।

ରିଦ୍ଧିମାନ ଶାହ :-ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବସର ପରେ ରିଦ୍ଧିମାନ ଶାହଙ୍କୁ ଟେଷ୍ଟରେ ପ୍ରମୁଖ ୱିକେଟ-କିପର ଭାବେ ସୁଯୋଗ ମିଳିଥିଲା । ହେଲେ ସମୟକ୍ରମେ ଋଷଭ ପନ୍ତ, ଇଶାନ କିଷାନ, ଧ୍ରୁବ ଜୁରେଲ ଓ କେଏସ୍‌ ଭରତଙ୍କ ପରି ଯୁବ ତାରକା ମଧ୍ୟ ଟେଷ୍ଟରେ ସୁଯୋଗ ପାଇଲେ । ବିସ୍ଫୋରକ ବ୍ୟାଟିଂ କୌଶଳ ଯୋଗୁଁ ସେମାନଙ୍କୁ ରିଦ୍ଧିମାନଙ୍କ ଠାରୁ ଅଧିକ ସୁଯୋଗ ମିଳିଲା । ଶେଷ ଥର ପାଇଁ 2021ରେ ଜାତୀୟ ଦଳରେ ସୁଯୋଗ ପାଇଥିବା 39 ବର୍ଷୀୟ ରିଦ୍ଧିମାନଙ୍କ ପାଇଁ ପୁଣି ଜାତୀୟ ଦଳକୁ ଫେରିବା ସହଜ ନୁହେଁ ।

ଈଶାନ୍ତ ଶର୍ମା :- ଏକଦା ଭାରତୀୟ ଦଳର ପ୍ରମୁଖ ସଦସ୍ୟ ଥିଲେ ଷ୍ଟାର ପେସର ଈଶାନ୍ତ ଶର୍ମା । ସେ ଭାରତ ପାଇଁ 105 ଟେଷ୍ଟ, 80 ଦିନିକିଆ ଓ 14 ଟି20 ମ୍ୟାଚ୍‌ ଖେଳି ବିଭିନ୍ନ ଫର୍ମାଟରେ ଯଥାକ୍ରମେ 311, 115 ଓ 8ଟି ୱିକେଟ ଦଖଲ କରିଛନ୍ତି । 2021ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଥର ପାଇଁ ଜାତୀୟ ଦଳରେ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ ଈଶାନ୍ତ । ହେଲେ ବର୍ତ୍ତମାନ ଚୟନକର୍ତ୍ତା ଯୁବ ଦ୍ରୁତ ବୋଲରଙ୍କୁ ସୁଯୋଗ ଦେଉଥିବାରୁ 35 ବର୍ଷୀୟ ଈଶାନ୍ତଙ୍କ ଲେଉଟାଣି ଆଶା ବହୁତ କମ ରହିଛି ।

କରୁଣ ନାୟର :-ପୂର୍ବତନ ଭାରତୀୟ ଭେଟେରାନ ଓପନର ବୀରେନ୍ଦ୍ର ସେହୱାଗଙ୍କ ବ୍ୟତୀତ କେବଳ କରୁଣ ନାୟର ହିଁ ଏକମାତ୍ର ଭାରତୀୟ ବ୍ୟାଟର, ଯିଏ ଟେଷ୍ଟ କ୍ରିକେଟରେ ଟ୍ରିପଲ ସେଞ୍ଚୁରୀ ହାସଲ କରିଛନ୍ତି । ଏହା ସତ୍ତ୍ବେ ତାଙ୍କୁ ବିଶେଷ ସୁଯୋଗ ମିଳିନଥିଲା । 2017ରେ ସେ ଭାରତୀୟ ଜର୍ସିରେ ଶେଷ ମ୍ୟାଚ୍‌ ଖେଳିଥିଲେ । ଭାରତ ପାଇଁ 6 ଟେଷ୍ଟ ଓ 2ଟି ଦିନିକିଆ ଖେଳିଥିବା ନାୟରଙ୍କ ପ୍ରତ୍ୟାବର୍ତ୍ତନ ଆଶା ମଧ୍ୟ ନାହିଁ ।

ମୋହିତ ଶର୍ମା :-ଡାହାଣହାତୀ ପେସର ମୋହିତ ଶର୍ମା ନିଜ କ୍ୟାରିୟରରେ ଭାରତ ପାଇଁ କେବଳ 26 ଦିନିକିଆ ଓ 8 ଟି20 ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି । 35 ବର୍ଷୀୟ ମୋହିତ 2015 ପରଠାରୁ ଆଉ ସୁଯୋଗ ପାଇନାହାନ୍ତି । ବର୍ତ୍ତମାନର ଭାରତୀୟ ଦଳରେ ସାମିଲ ହେବା ତାଙ୍କ ପାଇଁ କଷ୍ଟକର ।

ପୀୟୁଷ ଚାୱଲା :- ଡାହାଣହାତୀ ସ୍ପିନର ପୀୟୁଷ ଚାୱଲା ଭାରତ ପାଇଁ 3 ଟେଷ୍ଟ, 25 ଦିନିକିଆ ଓ 7 ଟି20 ମ୍ୟାଚ୍‌ ଖେଳି ଯଥାକ୍ରମେ 7, 32 ଓ 4ଟି ୱିକେଟ୍‌ ବିଭିନ୍ନ ଫର୍ମାଟରେ ଦଖଲ କରିଛନ୍ତି । 2012ରେ ଭାରତୀୟ ଦଳ ପାଇଁ ଶେଷ ମ୍ୟାଚ୍‌ ଖେଳିଥିବା ଚାୱଲା ଆଇପିଏଲ୍‌ ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଛନ୍ତି ।

ଅମିତ ମିଶ୍ରା :- ଡାହାଣ ହାତୀ ଲେଗବ୍ରେକ୍‌ ସ୍ପିନର ଅମିତ ମିଶ୍ରା 2017ରେ ଶେଷ ଥର ପାଇଁ ଭାରତୀୟ ଦଳରେ ଖେଳିଥିଲେ । 41 ବର୍ଷରେ ପହଞ୍ଚିଥିଲେ ବି ସେ ଏପର୍ଯ୍ୟନ୍ତ ଆଧିକାରୀକ ଭାବେ ନିଜ ଅବସର ଘୋଷଣା କରିନାହାନ୍ତି । କ୍ରିକେଟ କ୍ୟାରିୟରରେ ସେ ମୋଟ 156 ୱିକେଟ ଦଖଲ କରିଛନ୍ତି ।

ଋଷି ଧାୱନ: ହିମାଚଳ ପ୍ରଦେଶର ଅଲରାଉଣ୍ଡର ଋଷି ଧାୱନ ଭାରତ ପାଇଁ କେବଳ 3ଟି ଦିନିକିଆ ଓ ଗୋଟିଏ ଟି20 ମ୍ୟାଚ୍‌ ଖେଳିଛନ୍ତି । ଉଭୟ ଫର୍ମାଟରେ ସେ ଗୋଟିଏ ଲେଖାଏଁ ୱିକେଟ ହିଁ ନେଇ ପାରିଛନ୍ତି । 34 ବର୍ଷୀୟ ଋଷି 2016ରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ ।

ଜୟନ୍ତ ଯାଦବ :-ଜୟନ୍ତ ଯାଦବ ହେଉଛନ୍ତି ଡାହାଣହାତୀ ସ୍ପିନର । ସେ ଭାରତ ପାଇଁ କେବଳ 6 ଟେଷ୍ଟ ଓ 2ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି । ଟେଷ୍ଟ କ୍ରିକେଟରେ 16 ୱିକେଟ ହାସଲ କରିବା ସହ ସେ 248 ରନ ମଧ୍ୟ ହାସଲ କରିଛନ୍ତି । 34 ବର୍ଷୀୟ ଜୟନ୍ତ ମାର୍ଚ୍ଚ 2022ରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+