ଆଜି ତୃତୀୟ ଟି୨୦; ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ
ଟ୍ବେଣ୍ଟି୨୦ ବିଶ୍ବକପ୍ ଆରମ୍ଭ ହେବାକୁ ଦୁଇ ସପ୍ତାହରୁ କମ୍ ସମୟ ବାକିଅଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଚଳିତ ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ୨ଟି ମ୍ୟାଚ୍ ଦେଖିବା ପରେ ଲାଗୁଛି ଯେ ଗତଥରର ଚମ୍ପିଆନ୍ ଭାରତ ସଠିକ୍ ରାସ୍ତାରେ ଯାଉଛି। ଅଦ୍ୟାବଧି କୌଣସି ଦଳ କ୍ରମାଗତ ୨ଟି ଟି୨୦ ବିଶ୍ବକପ୍ ଜିତିନାହିଁ। ପୁଣି ଅଦ୍ୟାବଧି କୌଣସି ଆୟୋଜକ ଦେଶ ମଧ୍ୟ ଟ୍ବେଣ୍ଟି୨୦ ବିଶ୍ବକପ୍ ଜିତି ପାରିନାହିଁ। ହେଲେ ଟ୍ବେଣ୍ଟି୨୦ ବ୍ୟାଟିଂର ନୂତନ ପରିଭାଷା ଲେଖିଥିବା ଭାରତୀୟ ଦଳ ଉପରୋକ୍ତ ଇତିହାସକୁ ବଦଳାଇବା ଦିଗରେ ଅଗ୍ରସର ହେଉଛି। ଟ୍ବେଣ୍ଟି୨୦ କ୍ରିକେଟ୍ରେ ନ୍ୟୁଜିଲାଣ୍ଡ ଏକ ଭଲ ଦଳ ହୋଇଥିଲେ ମଧ୍ୟ ପ୍ରଥମ ୨ଟିଯାକ ମ୍ୟାଚ୍ରେ ଭାରତ ସହଜରେ ଜିତିଛି।

ପ୍ରଥମ ମ୍ୟାଚ୍ରେ ଭାରତ ୭ ୱିକେଟ୍ରେ ୨୩୮ ରନ୍ କରିଥିଲା; ଯାହା ନ୍ୟୁଜିଲାଣ୍ଡ ପାଇଁ ଅପହଞ୍ଚ ଥିଲା। ଦ୍ବିତୀୟ ମ୍ୟାଚ୍ରେ ଭାରତ ୨୦୯ ରନ୍ର ପିଛାକରି ୬ ରନ୍ରେ ୨ଟି ୱିକେଟ୍ ହରାଇଥିଲେ ମଧ୍ୟ ୨୮ଟି ବଲ୍ ବାକିଥାଇ ଜିତି ନେଇଥିଲା। ଉଭୟ ମ୍ୟାଚ୍ରେ ଭାରତ ପ୍ରାଧାନ୍ୟ ବିସ୍ତାର କରିଛି। ପାଞ୍ଚ ମ୍ୟାଚ୍ର ଶୃଙ୍ଖଳାରେ ଭାରତ ୨-୦ରେ ଆଗୁଆ ରହିଛି। ରବିବାର ତୃତୀୟ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜିତି ଶୃଙ୍ଖଳା ହାତେଇବାକୁ ଭାରତ ପ୍ରୟାସ କରିବ।












Click it and Unblock the Notifications