ଆଇପିଏଲ୍‌ ପ୍ଲେଅଫ ମିସ କରିବେ ଦକ୍ଷିଣ ଆଫ୍ରିକାର ଏହି ପ୍ରମୁଖ ଖେଳାଳି

ଅଷ୍ଟ୍ରେଲିଆ ବିପକ୍ଷ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ଲାଗି ଦକ୍ଷିଣ ଆଫ୍ରିକା ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ଆଇପିଏଲ୍‌ ଫ୍ଲେଅଫ୍‌ ମିସ କରିବେ। କାରଣ ସେମାନଙ୍କୁ ୨୬ ତାରିଖ ସୁଦ୍ଧା ଛାଡ଼ିବା ଲାଗି ବିସିସିଆଇ ପକ୍ଷରୁ ଗୁରୁବାର ସମସ୍ତ ଆଇପିଏଲ୍‌ ଫ୍ରାଞ୍ଚାଇଜ ଲାଗି ଆଡଭାଇଜରି ଜାରି କରାଯାଇଛି।

ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳରେ ସ୍ଥାନ ପାଇଥିବା କାଗିସୋ ରାବାଡା (ଗୁଜରାଟ ଟାଇଟନ୍ସ), ଏଡେନ ମାରକ୍ରାମ (ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ), ମାର୍କୋ ଜାନସେନ (ପଞ୍ଜାବ କିଙ୍ଗ୍ସ), ଟ୍ରିଷ୍ଟାନ ଷ୍ଟବ୍ସ (ଦିଲ୍ଲୀ କ୍ୟାପିଟାଲ୍ସ), ଲୁଙ୍ଗି ଏନଗିଡି (ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ), ଓ୍ବିଆମ ମୁଲ୍ଡର (ସନରାଇଜର୍ସ ହାଇଦ୍ରାବାଦ), ରିୟାନ ରିକଲଟନ ଓ କର୍ବିନ ବୋଶ୍ଚ (ମୁମ୍ବାଇ ଇଣ୍ଡିଆନ୍ସ) ଆଦି ୮ ଖେଳାଳି ଦକ୍ଷିଣ ଆଫ୍ରିକା ଦଳର ଅନ୍ୟ ଖେଳାଳିଙ୍କ ସହ ଆସନ୍ତା ୩୦ ତାରିଖରେ ୟୁକେ ଟୁର କରିବେ। ଡବ୍ଲ୍ୟୁଟିସି ଫାଇନାଲ ପୂର୍ବରୁ ପ୍ରସ୍ତୁତି ଲାଗି ଅରୁଣ୍ଡେଲଠାରେ ଜିମ୍ବାଓ୍ବେ ବିପକ୍ଷରେ ୩ ତାରିଖରୁ ଏକ ଓ୍ବାର୍ମ-ଅପ ମ୍ୟାଚ୍‌ ଖେଳାଯିବ। ଦକ୍ଷିଣ ଆଫ୍ରିକା ଦଳରେ ସ୍ଥାନ ପାଇନଥିବା ଅନ୍ୟ ସମସ୍ତ ଖେଳାଳି ଓ ଓ୍ବେଷ୍ଟଇଣ୍ଡିଜ ଖେଳାଳି ଆଇପିଏଲ୍‌ ଶେଷ ପର୍ଯ୍ୟନ୍ତ ଖେଳିବେ।

south African players will miss the IPL playoffs
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+