ଆଜିଠୁ ଆରମ୍ଭ ହେବ ଭାରତ ଓ ନ୍ୟୁଜିଲାଣ୍ଡ ଦ୍ଵିତୀୟ ଟେଷ୍ଟ ମ୍ୟାଚ

ପ୍ରଥମ ଟେଷ୍ଟମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ୍‌ ଦଳ ଆଜିଠାରୁ ପୁଣେରେ ୨ୟ ଟେଷ୍ଟ ଖେଳିବାକୁ ଯାଉଛି। ଭାରତରେ ଘରୋଇ ଦଳକୁ ଟେଷ୍ଟରେ ହରାଇବା ବିଦେଶୀ ଦଳଙ୍କ ପାଇଁ ବେଶ୍‌ କଷ୍ଟକର। ହେଲେ ଦୀର୍ଘ ୩୬ ବର୍ଷ ପରେ ଏହା କରି ପାରିଥିବା ନ୍ୟୁଜିଲାଣ୍ଡ ଦୃଢ଼ ମନୋବଳ ହାସଲ କରିଛି। ହେଲେ ପୁଣେରେ ଏହି ପ୍ରଦର୍ଶନ ଦୋହରାଇବା ଟମ୍ ଲାଥାମ୍‌ଙ୍କ ଦଳ ପାଇଁ କଷ୍ଟକର ହେବ। କାରଣ ନ୍ୟୁଜିଲାଣ୍ଡର ଶକ୍ତି ହେଲା ଫାଷ୍ଟ ବୋଲିଂ। ବେଙ୍ଗାଲୁରୁର ପିଚ୍‌; ବିଶେଷକରି ବର୍ଷା ପାଗ ନ୍ୟୁଜିଲାଣ୍ଡର ପେସ୍ ବୋଲରଙ୍କୁ ସୁହାଇଥିଲା।

India and New Zealand second test match

ହେଲେ ଶୃଙ୍ଖଳାକୁ ଫେରିବା ଲାଗି ତତ୍ପର ଥିବା ଭାରତୀୟ ଦଳକୁ ପୁଣେ ପିଚ୍‌ ବେଶ୍‌ ସହାୟକ ହେବ। ଏଠାରେ ସ୍ପିନ୍ ଉପଯୋଗୀ ପିଚ୍‌ ପ୍ରସ୍ତୁତ ହୋଇଛି। ଏହି କଳା ମାଟିର ପିଚ୍‌ରେ ଘାସ ନାହିଁ। ତେଣୁ ବାଉନ୍‌ସ ରହିବ ନାହିଁ ଏବଂ ଏହା ଧିମା ରହିବ। ଖେଳ ଆଗକୁ ବଢ଼ିବା ସହ ପିଚ୍‌ ସ୍ପିନରଙ୍କୁ ସୁହାଇବ। ଏପରି ପିଚ୍‌ରେ ୩ ଜଣିଆ ଭାରତୀୟ ସ୍ପିନରଙ୍କ ମୁକାବିଲା କରିବା ନ୍ୟୁଜିଲାଣ୍ଡ ପାଇଁ ବଡ଼ ଆହ୍ବାନ ହେବ। ମୋଟ୍‌ ଉପରେ ଏହି ଟେଷ୍ଟ ଜିତିବା ପାଇଁ ଘରୋଇ ଭାରତ ବଡ଼ ଫେଭରିଟ୍‌।
୨୦୧୭ରେ ଅଷ୍ଟ୍ରେଲିଆ ଓ ୨୦୨୧ରେ ଇଂଲଣ୍ଡ ବିପକ୍ଷରେ ମଧ୍ୟ ଭାରତ ଘରୋଇ ଶୃଙ୍ଖଳାରେ ୦-୧ରେ ପଛରେ ଥିଲା। ତେବେ ଉଭୟ ଥର ପ୍ରତ୍ୟାବର୍ତ୍ତନ କରି ଭାରତ ଶୃଙ୍ଖଳା ଜିତିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଏହା କରିବାକୁ ପ୍ରୟାସ କରିବ। ବେଙ୍ଗାଲୁରୁରେ ମେଘୁଆ ପାଗର ଫାଇଦା ଉଠାଇ ଆର୍ଦତା ଓ ବାଉନ୍‌ସ ଥିବା ପିଚ୍‌ରେ ଭାରତୀୟ ବ୍ୟାଟିଂକୁ ଧ୍ବସ୍ତ କରିଥିଲେ ନ୍ୟୁଜିଲାଣ୍ଡର ପେସ୍ ବୋଲର। ଘରୋଇ ମାଟିରେ ଭାରତ ସର୍ବନିମ୍ନ ସ୍କୋର୍‌ ୪୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ପରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୩୫୬ ରନ୍‌ ଲିଡ୍‌ ନେଇଥିଲା। ୨ୟ ଇନିଂସରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ପରେ ସର୍ଫରାଜ ଖାଁ ୧୫୦ ଓ ଋଷଭ ପନ୍ତ ୯୯ ରନ୍‌ କରିବାରୁ ଭାରତ ମ୍ୟାଚ୍‌କୁ ଫେରିବାର ପ୍ରୟାସ କରିଥିଲା। ହେଲେ ୫୪ ରନ୍‌ରେ ଭାରତ ଶେଷ ୭ଟି ୱିକେଟ୍‌ ହରାଇବାରୁ ନ୍ୟୁଜିଲାଣ୍ଡ ଜିତିଥିଲା। ପୁଣେ ପିଚ୍‌ରେ ନ୍ୟୁଜିଲାଣ୍ଡ ପାଇଁ ଘାତକ ହୋଇପାରନ୍ତି ୩ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡ଼େଜା ଓ କୁଲଦୀପ ଯାଦବ। ପୁଣି ବେଙ୍ଗାଲୁରୁରେ ଭଲ ପ୍ରଦର୍ଶନ କରିନଥିବା ପେସ୍‌ ବୋଲର ମହମ୍ମଦ ସିରାଜ୍‌ଙ୍କ ସ୍ଥାନରେ ଆକାଶ ଦୀପଙ୍କୁ ଭାରତ ସୁଯୋଗ ଦେଇପାରେ। ପୁଣି ଏହି ସ୍ଥାନରେ ଅତିରିକ୍ତ ସ୍ପିନର ଭାବେ ୱାଶିଂଟନ ସୁନ୍ଦର ଖେଳିବା ସମ୍ଭାବନା ମଧ୍ୟ ରହିଛି। ଯେକୌଣସି ପିଚ୍‌ରେ ଯଶପ୍ରୀତ ବୁମ୍‌ରା ପ୍ରତିପକ୍ଷଙ୍କ ପାଇଁ ଦୁଃସ୍ବପ୍ନ। ତେବେ ମ୍ୟାଚ୍‌ ଜିତିବାକୁ ହେଲେ ଭାରତକୁ ବଡ଼ ସ୍କୋର୍‌ କରିବାକୁ ପଡ଼ିବ। କେ.ଏଲ୍‌. ରାହୁଲଙ୍କୁ ଛାଡ଼ି ସମସ୍ତ ବ୍ୟାଟ୍‌ସମ୍ୟାନ୍ ରନ୍‌ କରିଛନ୍ତି। ପୁଣି ଶୁବ୍‌ମାନ ଗିଲ୍‌ ଫିଟ୍‌ ହୋଇଥିବାରୁ ସେ ଖେଳିବେ। ଫଳରେ ସର୍ଫରାଜ ଖାଁ ଓ ରାହୁଲଙ୍କ ମଧ୍ୟରୁ ଜଣେ ବସିବେ। ଫର୍ମ ଅନୁସାରେ ରାହୁଲ ବସିବା କଥା; ହେଲେ ତାଙ୍କ ପଛରେ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ସମର୍ଥନ ରହିଛି। ତେଣୁ କିଏ ଖେଳିବେ; ତାହା କହି ହେବନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+