ଦିଲ୍ଲୀରେ ଆଜିଠୁ ଖେଳାଯିବ ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଟେଷ୍ଟ
ଦିଲ୍ଲୀରେ ଆଜିଠୁ ଖେଳାଯିବ ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଟେଷ୍ଟ। ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ସକାଳ ୯.୩୦ରୁ ମ୍ୟାଚ୍ ଆରମ୍ଭ। ମହମ୍ମଦାବାଦ ଟେଷ୍ଟ ଜିତି ୧-୦ରେ ଆଗୁଆ ଟିମ୍ ଇଣ୍ଡିଆ।

ସ୍ଥାନୀୟ ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଭାରତ-ୱେଷ୍ଟ୍ଇଣ୍ଡିଜ୍ ଟେଷ୍ଟ୍ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଶୁକ୍ରବାରଠୁ ଖେଳାଯିବ। ପ୍ରଥମ ଟେଷ୍ଟ୍କୁ ଗୋଟିଏ ପାଳି ଓ ୧୪୦ ରନ୍ ଜିତିଥିବା ଘରୋଇ ଦଳ ଦ୍ବିତୀୟ ମ୍ୟାଚ୍କୁ ଜିତି ଶୃଙ୍ଖଳା ମୂଳପୋଛ କରିବା ଲକ୍ଷ୍ୟ ରଖିଛି। ଅହମଦାବାଦରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଭ୍ରମଣକାରୀ ଇଣ୍ଡିଜ୍ ଏମିତି ଦୟନୀୟ ଖେଳିଥିଲା ଯେ ଏହାର ଦୁଇଟି ଯାକ ପାଳି ମାତ୍ର ୮୯.୨ ଓଭରରେ ଶେଷ ହୋଇଯାଇଥିଲା। ଉଭୟ ପାଳି ୧୬୨ (୪୪.୧ ଓଭର) ଏବଂ ୧୪୬ (୪୫.୧ ଓଭର) ରନ୍ରେ ଶେଷ ହୋଇଥିଲା। ଦୁଇଟି ଯାକ ପାଳିରେ ଅର୍ଦ୍ଧଶତକଟିଏ ମଧ୍ୟ ଦେଖିବାକୁ ମିଳି ନଥିଲା।
ଭାରତ ଦମ୍ଦାର ବ୍ୟାଟିଂ କରି ୩ ଶତକ ଓ ଗୋଟିଏ ଅର୍ଦ୍ଧଶତକ ବଳରେ ୪୪୮/୫ରେ ପାଳି ଘୋଷଣା କରିଥିଲା। ଧ୍ରୁବ ଜୁରେଲ (୧୨୫), ରବୀନ୍ଦ୍ର ଜାଡ଼େଜା (୧୦୪*) ଓ କେଏଲ୍ ରାହୁଲ (୧୦୦) ଶତକ ଅର୍ଜନ କରିଥିଲା ବେଳେ ଶୁବମନ ଗିଲ୍ (୫୦) ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଭାରତୀୟ ବ୍ୟାଟର୍ ଓ ବୋଲର ଯେଉଁପରି ଭାବେ ପ୍ରଥମ ମ୍ୟାଚ୍ରେ ପ୍ରଦର୍ଶନ ଦେଇଥିଲେ ସେପରି ଦ୍ବିତୀୟରେ ଦୋହରାରିଲେ ଭାରତ ଶୃଙ୍ଖଳା ମୂଳପୋଛ କରିବା ଅତି ସହଜ ହେବ। ଏଥିସହ ଭାରତ ୬୧.୯ ପଏଣ୍ଟ୍ ସହ ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲ୍ର ତୃତୀୟକୁ ଉଠିଯିବ। ବ୍ୟକ୍ତିଗତ ଭାବେ ଏହି ମ୍ୟାଚ୍ରେ ଜାଡ଼େଜାଙ୍କ ପାଇଁ ୪୦୦୦ ଟେଷ୍ଟ୍ ରନ୍ କରିବାର ସୁଯୋଗ ରହିବ। ସେ ଏହି ମାଇଲ୍ଖୁଣ୍ଟଠାରୁ ମାତ୍ର ୧୦ ରନ୍ ଦୂରରେ ରହିଛନ୍ତି। ସେ ଏହା କରିପାରିଲେ ଇଆନ ବୋଥାମ, କପିଳ ଦେବ ଓ ଡାନିଏଲ୍ ଭିଟୋରିଙ୍କ ଯୁଗଳ ସଫଳତା ୪୦୦୦ ରନ୍ ଓ ୩୦୦ ୱିକେଟ୍ କ୍ଲବ୍ରେ ସାମିଲ ହେବେ।
ସମ୍ଭାବ୍ୟ ଭାରତ ଏକାଦଶ: ଯଶସ୍ବୀ ଜୟସ୍ବାଲ, କେଏଲ୍ ରାହୁଲ, ବି ସାଇ ସୁଦର୍ଶନ, ଶୁବମନ ଗିଲ୍ (ଅଧିନାୟକ), ଧ୍ରୁବ ଜୁରେଲ (ୱିକେଟ୍ରକ୍ଷକ), ରବୀନ୍ଦ୍ର ଜାଡ଼େଜା, ନୀତୀଶ କୁମାର ରେଡ୍ଡୀ, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜ।
ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍ ଏକାଦଶ: ଟାଗେନାରାୟଣ ଚନ୍ଦ୍ରପାଲ, ଜନ୍ କ୍ୟାମ୍ପବେଲ, ଆଲିକ୍ ଆଥାନାଜେ, ବ୍ରାଣ୍ଡନ କିଙ୍ଗ, ସାଇ ହୋପ (ୱିକେଟ୍ରକ୍ଷକ), ରସ୍ତନ ଚେଜ୍ (ଅଧିନାୟକ), ଜଷ୍ଟିନ ଗ୍ରେଭ୍ସ, ଜୋମେଲ ୱାରିକାନ, ଖାରି ପିଏରେ, ଜନ୍ ଲେନ୍/ଜେଦିଆ ବ୍ଲେଡ୍ସ, ଜୟଦେନ ସିଲ୍ସ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications