ଆଜିଠୁ ସଂସଦ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

ଆଜିଠୁ ସଂସଦ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଏହା ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ବିରୋଧୀ ଦଳଗୁଡିକ ନକଲି ଇଲେକ୍ଟୋରାଲ ଫଟୋ ଆଇଡେଣ୍ଟିଟି କାର୍ଡ (ଇପିଆଇସି) ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାର ସମ୍ଭାବନା ରହିଛି ।

ଗତ ଫେବ୍ରୁଆରୀ୧୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ନୂଆ ଆୟକର ବିଲ୍ ଉପସ୍ଥାପନ କରିଥିବା ବେଳେ ଏବେ ଏହାର ଅନୁଶୀଳନ କରୁଛନ୍ତି ସିଲେକ୍ଟ କମିଟି। ଚଳିତ ଅଧିବେଶନରେ କମିଟି ରିପୋର୍ଟ ଦେବା ପରେ ସରକାର ଏହି ବିଲ୍ ଉପରେ ଚର୍ଚ୍ଚା କରିବା ସହ ଏହାକୁ ପାସ୍ କରିବା ଲାଗି ପ୍ରୟାସ କରିପାରନ୍ତି। ଆସନ୍ତା ଏପ୍ରିଲ ୪ ପର୍ଯ୍ୟନ୍ତ ଚାଲିବ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ।

ଏଥିସହ ମଣିପୁରରେ ସାନି ହିଂସା, ଟ୍ରମ୍ପ ପ୍ରଶାସନ ସହ ଭାରତର ସମ୍ପର୍କ ଭଳି ପ୍ରସଙ୍ଗ ମଧ୍ୟ ବିରୋଧୀମାନେ ଉଠାଇବାର ସଙ୍କେତ ମିଳୁଛି ।

Budget Session begins today

ଇପିଆଇସି ମାମଲା ଟିଏମ୍ସି ଜୋର୍ଦାର ଉଠାଇବ । ଟିଏମ୍ସି ଏହି ପ୍ରସଙ୍ଗରେ କଂଗ୍ରେସ, ଡିଏମ୍କେ, ଶିବସେନା (ୟୁବିଟି) ଭଳି ଦଳକୁ ଏକାଠି କରିବ ।

ଟିଏମ୍ସି ଅଭିଯୋଗ କରିଛି କି ଇପିଆଇସି ମାଧ୍ୟମରେ ଗୋଟିଏ ରାଜ୍ୟର ଭୋଟରମାନେ ଅନ୍ୟ ରାଜ୍ୟରେ ଭୋଟ ଦେଉଛନ୍ତି। ତେବେ ନିର୍ବାଚନ କମିଶନ ଏହାକୁ ଖଣ୍ଡନ କରିବା ସହ ୩ ମାସ ଭିତରେ ଇପିଆଇସି ପ୍ରସଙ୍ଗ ସମାଧାନ କରାଯିବ ବୋଲି କହିଛନ୍ତି । ଅନ୍ୟପକ୍ଷରେ ସରକାର ୱାକଫ ସଂଶୋଧନ ବିଲ୍ ଗୃହୀତ କରାଇବା ସହ ମଣିପୁର ବଜେଟ ପାସ୍ କରାଇବାକୁ ଯୋଜନା କରିଛନ୍ତି । ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୩ ପର୍ଯ୍ୟନ୍ତ ଚାଲିଥିଲା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+