ଏସିଆ କପ୍‌ରେ ଆଜି ବହୁ ପ୍ରତୀକ୍ଷିତ ମହାମୁକାବିଲା, ଦୁବାଇରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ସୁପର ସଣ୍ଡେରେ ସୁପର ମୁକାବିଲା । ଆଜି ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଟକ୍କର । ଦୁବାଇରେ ଖେଳାଯିବ ଏହି ମ୍ୟାଚ୍ । ଦୁଇ ଦେଶ ଚଳିତ ଏସିଆ କପରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି । ଭାରତ ଏକତରଫା ମ୍ୟାଚରେ ୟୁଏଇକୁ ପରାସ୍ତ କରିଥିଲା । ସେପଟେ ଓମାନକୁ ହରାଇ ଅଭିଯାନ ଆରମ୍ଭ କରିଥିଲା ପାକିସ୍ତାନ । ଏସିଆ କପରେ ଏଯାଏଁ ଦୁଇ ଦେଶ ପରସ୍ପରକୁ ୧୮ ଥର ସାମ୍ନା କରିଛନ୍ତି । ଭାରତ ୧୦ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୬ଟି ମ୍ୟାଚରେ ପାକିସ୍ତାନ ବିଜୟୀ ହୋଇଛି । ଦୁଇଟି ମ୍ୟାଚର ଫଳାଫଳ ବାହାରି ପାରିନି । ତେଣୁ ରେକର୍ଡ ଭାରତ ସପକ୍ଷରେ ରହିଛି । ଭାରତୀୟ ସମୟ ରାତି ୮ଟା ବେଳେ ଆଜିର ମ୍ୟାଚ୍ ଖେଳାଯିବ ।

Asia Cup

ତେବେ ଏହି ମ୍ୟାଚକୁ ନେଇ ଭାରତୀୟ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ସେତେଟା ଉତ୍ସାହ ବି ଦେଖିବାକୁ ମିଳୁ ନାହିଁ । ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଯେପରି ମାହୋଲ ରହିବା କଥା, ସେପରି ଦୃଶ୍ୟମାନ ହେଉ ନାହିଁ। ପହଲଗାମ ଆକ୍ରମଣ ପରେ ଭାରତ ଅପରେସନ୍ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ ଜବାବ ଦେଇଥିଲା । ଅପରେସନ ସିନ୍ଦୂର ପରେ ଏହା ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ମ୍ୟାଚ୍ । ମ୍ୟାଚର ଟିକେଟ ବି ବିକ୍ରି ହୋଇପାରିନି । ପାକିସ୍ତାନ ସହ ଭାରତ କାହିଁକି ମ୍ୟାଚ୍ ଖେଳୁଛି ବୋଲି ବିଭିନ୍ନ ବର୍ଗର ଲୋକ ପ୍ରଶ୍ନ ଉଠାଇଛନ୍ତି । ବଲିଉଡ ସେଲିବ୍ରିଟିଠୁ ନେଇ ବିରୋଧୀ ରାଜନେତା ମ୍ୟାଚ୍ ବର୍ଜନ ପାଇଁ ଦାବି କରୁଛନ୍ତି । ଯଦି ମ୍ୟାଚ୍ ହୁଏ ତେବେ ଏହାର ପ୍ରସାରଣ ଭାରତରେ ନକରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅପିଲ କରିଛି ଫେଡେରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ । ବିଭିନ୍ନ ସଙ୍ଗଠନ ପକ୍ଷରୁ ମଧ୍ୟ ବିରୋଧ ପ୍ରଦର୍ଶନ ହୋଇଛି । ଏପରିକି ଉଦ୍ଧବ ଠାକରେ ମୋଦୀ ସରକାରଙ୍କୁ ପ୍ରଶ୍ନ ଘେରକୁ ଟାଣିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+