ଆଇସିସି କଲା ସ୍ପଷ୍ଟ ; ସମସ୍ତଙ୍କୁ ପଛରେ ପକାଇ ଏକ ନମ୍ବର ବୋଲର ଯଶପ୍ରୀତ ବୁମ୍ରା
ଭାରତର ସ୍ପିଡଷ୍ଟର ଯଶପ୍ରୀତ ବୁମ୍ରା ପୁଣିଥରେ ବିଶ୍ୱର ୧ନଂ ଟେଷ୍ଟ ବୋଲର ହୋଇଛନ୍ତି। ଆଇସିସି ପକ୍ଷରୁ ଆଜି ଜାରି କରାଯାଇଥିବା ଟେଷ୍ଟ ବୋଲିଂରେ ବୁମ୍ରା ଦକ୍ଷିଣ ଆଫ୍ରିକାର କାଗିସୋ ରବାଡାଙ୍କୁ ପଛକୁ ଠେଲି ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଚଳିତ ବର୍ଷ ବୁମ୍ରା ଦ୍ୱିତୀୟ ଥର ପାଇଁ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚିଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ବୁମ୍ରା ରାଙ୍କିଙ୍ଗର ତୃତୀୟ ସ୍ଥାନରେ ରହିଥିଲେ। ତାଙ୍କ ଉପରେ ରବାଡା ଓ ଜୋଶ ହାଜେଲଉଡ ରହିଥିଲେ। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ପର୍ଥ ଟେଷ୍ଟରେ ଭାରତର କ୍ୟାପ୍ଟେନ୍ସି କରୁଥିବା ବୁମ୍ରାଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା।
ସେ ମ୍ୟାଚ୍ରେ ୮ଟ ୱିକେଟ ନେବା ସହ ଭାରତ ମଧ୍ୟ ୨୯୫ ରନର ବୃହତ୍ତ ବିଜୟ ହାସଲ କରିଥିଲା। ପର୍ଥ ପ୍ରଦର୍ଶନ ପରେ ବୁମ୍ରା ୨ଟି ସ୍ଥାନ ଉପରକୁ ଉଠି ୧ନଂରେ ପହଞ୍ଚି ଯାଉଛନ୍ତି। ରବାଡା ଦ୍ୱିତୀୟ ସ୍ଥାନକୁ ଖସିଛନ୍ତି।












Click it and Unblock the Notifications