ପ୍ୟାରିସ ଅଲିମ୍ପିକ୍ସରୁ ଆସିଲା ଖୁସି ଖବର ମନୁ ଭାକର ଜିତିଲେ ପ୍ରଥମ ପଦକ
ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତର ଯୁବ ଶୁଟର ମନୁ ଭାକର। ସେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି। ସେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ହାତେଇଛନ୍ତି। ସେ ୨୨୧.୭ ପଏଣ୍ଟ ସ୍କୋର କରି ଏପରି ସଫଳତା ହାସଲ କରିଛନ୍ତି।

ହାଇଦ୍ରାବାଦରେ ଜନ୍ମିତ ମନୁ ଭାକର ପ୍ରଥମ ଭାରତୀୟ ମହିଳା ଶୁଟର ଭାବେ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ପୂର୍ବରୁ ୨୦୦୪ ଆଥେନ୍ସ ଅଲିମ୍ପିକ୍ସରେ ସୁମା ଶିରୁର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ। କିନ୍ତୁ ସେ ପଦକ ଜିତି ପାରି ନଥିଲେ। ମନୁ ଭାକର ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି।
୩ ବର୍ଷ ତଳେ ଟୋକିଓ ଅଲିମ୍ପିକ୍ସରେ ମନୁ ଭାକର ଦମଦାର ପ୍ରଦର୍ଶନ କରିଥିଲେ ହେଁ ଫାଇନାଲ ରାଉଣ୍ଡରେ ପ୍ରବେଶ କରି ପାରି ନଥିଲେ। ତାଙ୍କୁ ଗ୍ରୁପ ପର୍ଯ୍ୟାୟରୁ ଦୁଃଖଦ ବିଦାୟ ନେବାକୁ ପଡ଼ିଥିଲା। ହେଲେ ପ୍ୟାରିସରେ ସେ ନିଜର ଅଧୂରା ସ୍ୱପ୍ନକୁ ପୂରା କରିପାରିଛନ୍ତି।
ପ୍ରଥମ ସିରିଜର ୫ ଶୁଟରେ ମନୁ ଭାକର ୩ ଥରରୁ ୧୦ରୁ ଅଧିକ ପଏଣ୍ଟ ସ୍କୋର କରିଥିଲେ। ଦ୍ୱିତୀୟ ସେଟ ପରେ ତାଙ୍କୁ ପଏଣ୍ଟ ୧୦୦.୩ ହୋଇଯାଇଥିଲା। ସେ ପୂରା ରାଉଣ୍ଡରେ ୩ ନଂରୁ ତଳକୁ ଖସି ନାହାନ୍ତି। ଏକଦା ସେ ଦୁଇ ନମ୍ବର ସ୍ଥାନକୁ ମଧ୍ୟ ଚାଲି ଯାଇଥିଲେ। ହେଲେ ଶେଷ ରାଉଣ୍ଡରେ ତାଙ୍କ ଠାରୁ ଦକ୍ଷିଣ କୋରିଆର କିମ ଭଲ ପ୍ରଦର୍ଶନ କରିଥିଲେ।
୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଓ ରୌପ୍ୟ ପଦକ ଦକ୍ଷିଣ କୋରିଆ ପାଖକୁ ଯାଇଛି। ସ୍ୱର୍ଣ୍ଣ ପଦକ ୱାଇ ଜେ ଓହ ଜିତିଥିବା ବେଳେ କିମ ରୌପ୍ୟ ପଦକ ପାଇଛନ୍ତି। ଉଭୟଙ୍କ ସ୍କୋର ଯଥାକ୍ରମେ ୨୪୩.୨ ଓ ୨୪୧.୩ ରହିଥିଲା।












Click it and Unblock the Notifications