Get Updates
Get notified of breaking news, exclusive insights, and must-see stories!

T-20 ବିଶ୍ବକପର ଆଜି ପ୍ରଥମ ସେମିଫାଇନାଲ୍ ମୁକାବିଲା, ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ

T-20 ବିଶ୍ବକପର ଆଜି ପ୍ରଥମ ସେମିଫାଇନାଲ୍ ମୁକାବିଲା। କୋଲକାତାର ଇଡେନ୍ ଗାର୍ଡେନରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ। ମ୍ୟାଚ ସଂଧ୍ୟା ୭ଟାରେ ହେବାକୁ ଥିବା ବେଳେ ଟସ୍ ସାଢେ ୬ଟାରେ ପଡିବ।

T20 World Cup

ବିଶ୍ବକପ୍ ଇତିହାସରେ ଉଭୟ ଟିମ୍ ଷଷ୍ଠଥର ପାଇଁ ସାମ୍ନାସାମ୍ନି ହେବେ। ଗତ ୫ ଥର ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି। ତେବେ ବିଶ୍ବକପ୍ ସେମି ଫାଇନାଲ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ପ୍ରଥମ ଥର ଭେଟୁଛନ୍ତି । ଚଳିତ T-20 ବିଶ୍ବକପରେ ଦକ୍ଷିଣ ଆଫ୍ରିକା ଅଜେୟ ରହିଛି, କାହାଠାରୁ ହାରିନାହିଁ । ସେପଟେ ନ୍ୟୁଜିଲାଣ୍ଡ ୨ଥର ପରାଜୟର ସାମ୍ନା କରିଛି। ଗ୍ରୁପ୍ ଷ୍ଟେଜରେ ଦକ୍ଷିଣ ଆଫ୍ରିକାଠାରୁ ଏବଂ ସୁପର -8ରେ ଇଂଲଣ୍ଡଠାରୁ ହାରିଥିଲା। ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ୨୦୦୫ ମସିହାରେ ଖେଳାଯାଇଥିଲା। ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ସର୍ବମୋଟ ୧୯ଟି ମ୍ୟାଚ୍ ଖେଳାଯାଇଛି। ଏହି ସମୟସୀମାରେ ଦକ୍ଷିଣ ଆଫ୍ରିକା ଦଳ ୧୨ଟି ମ୍ୟାଚ୍ ଜିତିଥିବାବେଳେ ନ୍ୟୁଜିଲାଣ୍ଡ ଦଳ 7ଟି ମ୍ୟାଚ୍ ରେ ବିଜୟୀ ହୋଇଛି। ଦୁଇ ଦଳ ମଧ୍ୟରେ ଶେଷ ଟି-୨୦ ମ୍ୟାଚ୍ ଏହି ବିଶ୍ବକପ୍ ରେ ଖେଳାଯାଇଥିଲା, ଯେଉଁଥିରେ ଦକ୍ଷିଣ ଆଫ୍ରିକା 7ଟି ୱିକେଟରେ ବିଜୟ ହାସଲ କରିଥିଲା। ନ୍ୟୁଜିଲାଣ୍ଡ ଦଳ ପଞ୍ଚମ ଥର ପାଇଁ ଟି-୨୦ ବିଶ୍ବକପର ସେମିଫାଇନାଲକୁ ପହଞ୍ଚିଛି। ଅନ୍ୟପଟେ, ଦକ୍ଷିଣଆଫ୍ରିକା ଚତୁର୍ଥ ଥର ପାଇଁ ସେମିଫାଇନାଲ୍ ଖେଳୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+