ଭାରତୀୟ ଦଳକୁ ବିଜୟର ଶୁଭେଚ୍ଛା ଜଣାଇବା ସହ ରୋହିତଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ସରିଲା ବାରବାଟୀ ଲଢ଼େଇ । ଚୌକା ଛକାର ବର୍ଷା । ଜିତିଲା ଭାରତ, ପୂରା ମ୍ୟାଚର ମଜା ନେଲେ ଦର୍ଶକ । ରୋହିତ ଶର୍ମାଙ୍କ ଶତକୀୟ ପାଳି ସହ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆରେ ଭାରତ ୪ ଓ୍ବିକେଟରେ ବିଜୟୀ ହୋଇ ସିରିଜକୁ ନିଜ ସପକ୍ଷରେ କରିଛି ।


ରୋହିତଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ:

ଭାରତୀୟ ଦଳକୁ ବିଜୟର ଶୁଭେଚ୍ଛା ଜଣାଇବା ସହ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ମ୍ୟାଚ ଶେଷ ହେବା ପରେ ଅଧିନାୟକ ରୋହିତ ଶର୍ମାଙ୍କୁ ଭେଟିଥିଲେ । କିଛି ସମୟ ରୋହିତଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି,'' ବାରବାଟୀ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ଵିତୀୟ ଏକ ଦିବସୀୟ ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡକୁ ପରାସ୍ତ କରି ବୃହତ ବିଜୟ ହାସଲ କରିଥିବା ଭାରତୀୟ କ୍ରିକେଟ ଟିମ୍କୁ‌ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଏହି ବିଜୟ ହାସଲ ପାଇଁ ସମସ୍ତ ଖେଳାଳିଙ୍କ ପରିଶ୍ରମ ଏବଂ ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ ।''

Chief Minister congratulated the Indian team

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,'' ବାରବାଟୀ ଷ୍ଟାଡିୟମ ଅପେକ୍ଷା କରି ରହିଥିଲା ବହୁତ ବଡ ବିଜୟ ଦେବା ପାଇଁ । ଇଣ୍ଡିଆର ବିଜୟ ହୋଇଛି । ମୁଁ ରୋହିତ ଶର୍ମାଙ୍କ ସହ ମିଶିଲି, ସେ ଖୁସି ବ୍ୟକ୍ତ କରି ଓଡ଼ିଶାକୁ ପ୍ରଶଂସା କରିଥିଲେ । ତାଙ୍କର ସେଞ୍ଜୁରି ଓଡ଼ିଶା ପାଇଁ ଖୁସି ଆଣି ଦେଇଛି ।

ଏମିତି ଥିଲା ମ୍ୟାଚ୍

ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୪୯.୫ ଓଭରରେ ଇଂଲଣ୍ଡ ସମସ୍ତ ଉଇକେଟ ହରାଇ ୩୦୪ ରନ୍‌ର ବିଶାଳ ସ୍କୋର ଛିଡା କରିଥିଲା। ଫଳରେ ଭାରତ ଆଗରେ ୩୦୫ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଥିଲା ଇଂଲଣ୍ଡ। ଜବାବରେ ଭାରତ ୪୪.୩ ଓଭରରେ ୬ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଭାରତ ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡକୁ ନାଗପୁରରେ ୪ ଉଇକେଟରେ ପରାସ୍ତ କରିଥିଲା। ଚଳିତ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆସନ୍ତା ୧୨ ତାରିଖରେ ଖେଳାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+