MS Dhoni: ସିନେ ଜଗତରେ ମହେନ୍ଦ୍ର ସିଂହ ଧୋନୀ, ଏହି ଫିଲ୍ମରେ ଆସିବେ ନଜର
ସିନେ ଜଗତରେ ମାହୀ । ସାଉଥ୍ ଫିଲ୍ମର ଆଗାମୀ ଚଳଚ୍ଚିତ୍ର GOAT ରେ ତେଲଗୁ ଫିଲ୍ମରେ ସୁପରଷ୍ଟାର ଥାଲାପାଥି ବିଜୟ ଅଭିନୟ କରିଛନ୍ତି । କିନ୍ତୁ ଏହି ଫିଲ୍ମରେ ତାଙ୍କ ସହ ଆଉ ଜଣେ ଷ୍ଟାରଙ୍କୁ ଦେଖିବାକୁ ମିଳିଛି। କିନ୍ତୁ ଏହି ଷ୍ଟାର ଫିଲ୍ମ ଜଗତରୁ ନୁହେଁ ବରଂ କ୍ରିକେଟ ଜଗତରୁ ଆସିଛନ୍ତି । ସେ ହେଲେ ମହେନ୍ଦ୍ର ସିଂ ଧୋନି। ଆଜ୍ଞା ହଁ ଧୋନିଙ୍କ ଫିଲ୍ମ ଜଗତକୁ ଏଣ୍ଟ୍ରି ମାରିଛନ୍ତି ।
ଦୁଇଥର ଭାରତକୁ ବିଶ୍ୱ ଚାମ୍ପିଅନ କରିଥିବା ଧୋନିଙ୍କ ଚେନ୍ନାଇରେ ବହୁତ ପ୍ରଶଂସକ ଅଛନ୍ତି। ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଛନ୍ତି। ଧୋନି ତାଙ୍କ ଅଧିନାୟକତ୍ୱରେ ଏହି ଦଳକୁ ପାଞ୍ଚଟି ଟାଇଟଲ ଦେଇଛନ୍ତି। ଚେନ୍ନାଇର ଲୋକମାନେ ଧୋନିଙ୍କୁ ଥାଲା ଅର୍ଥାତ ବଡ଼ ଭାଇ ବୋଲି ଡାକନ୍ତି।
ଏହି ଫିଲ୍ମରେ ଧୋନିଙ୍କର ଏକ ଛୋଟ କ୍ୟାମୋ ଦେଖାଦେଇଛି। ତାଙ୍କୁ ଏକ ଆଇପିଏଲ ମ୍ୟାଚ ଖେଳୁଥିବା ଦେଖିବାକୁ ମିଳିଛି ଏବଂ ବିଜୟ ଏହି ମ୍ୟାଚ ଦେଖୁଥିବା ଦେଖାଯାଇଛି। ଧୋନିଙ୍କ ସ୍କ୍ରିନ ସମୟ ବହୁତ କମ, କିନ୍ତୁ ତାଙ୍କ ଉପସ୍ଥିତି ବହୁତ ହାଇଲାଇଟ ହୋଇଛି ଏବଂ ପ୍ରଶଂସକମାନେ ଏଥିରେ ବହୁତ ଖୁସି ହେଉଛନ୍ତି ।

ବିଜୟଙ୍କ ବ୍ୟତୀତ ଏହି ଫିଲ୍ମରେ ପ୍ରଭାସ ଦେବ, ସ୍ନେହା ମଧ୍ୟ ଅଭିନୟ କରିଛନ୍ତି। ଭେଙ୍କଟ ପ୍ରଭାସ କହିଛନ୍ତି ଯେ ଧୋନି ଫିଲ୍ମର ଅନ୍ତିମ କଟର ଅଂଶ ନୁହଁନ୍ତି। ତେବେ ତାଙ୍କୁ କ୍ରିକେଟ ମ୍ୟାଚ ଦୃଶ୍ୟରେ ଦର୍ଶାଯାଇଛି। ଏହି ଫିଲ୍ମରେ ପୂର୍ବତନ ଭାରତୀୟ କ୍ରିକେଟର ସୁବ୍ରମଣ୍ୟମ ବଦ୍ରିନାଥଙ୍କୁ ମଧ୍ୟ ଦେଖିବାକୁ ମିଳିଛି।
ଧୋନି କ୍ରିକେଟ ଜଗତର ବାଦଶାହା ଅଟନ୍ତି। ଏବେ ସେ ଫିଲ୍ମ ଦୁନିଆରେ ଏଣ୍ଟ୍ରି ମାରିଛନ୍ତି। ତାଙ୍କର ଏକ ପ୍ରଡକ୍ସନ ହାଉସ ଅଛି । ଏହି ପ୍ରଡକ୍ସନ ହାଉସର ନାମ ଧୋନି ଏଣ୍ଟରଟେନମେଣ୍ଟ ଲିମିଟେଡ । ଏହି ପ୍ରଡକ୍ସନ ହାଉସ LGM ନାମକ ଏକ ଫିଲ୍ମ ମଧ୍ୟ ପ୍ରସ୍ତୁତ କରିଛି ।












Click it and Unblock the Notifications