ସନ୍ୟାସ ଘୋଷଣା କଲେ ଟେନିସ ଷ୍ଟାର ସାନିଆ ମିର୍ଜା
ଭାରତର ଲୋକପ୍ରିୟ ଟେନିସ ତାରକା ନିଜ ପ୍ରଫ୍ସେନାଲ କ୍ୟାରିଅରରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି । ଆସନ୍ତା ଫେବୃଆରୀରେ ଦୁବାଇରେ ହେବାକୁ ଥିବା ଚ୍ୟାମ୍ପିଅନସିପରେ ଶେଷ ଥର ପାଇଁ ଖେଳିବେ ସାନିଆ ।
ନୂଆଦିଲ୍ଲୀ: ଭାରତର ଲୋକପ୍ରିୟ ଟେନିସ ତାରକା ନିଜ ପ୍ରଫ୍ସେନାଲ କ୍ୟାରିଅରରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି । ଆସନ୍ତା ଫେବୃଆରୀରେ ଦୁବାଇରେ ହେବାକୁ ଥିବା ଚ୍ୟାମ୍ପିଅନସିପରେ ଶେଷ ଥର ପାଇଁ ଖେଳିବେ ସାନିଆ । ଡବ୍ଲୁଟିଏ ୧୦୦୦ ଇଭେଣ୍ଟରେ ଶେଷ ଥର ପାଇଁ ଖେଳିବେ ସାନିଆ ।

୩୬ ବର୍ଷିୟା ସାନିଆ ଡବଲ୍ସରେ ବିଶ୍ୱର ୧ ନମ୍ବର ମାନ୍ୟତା ପାଇ ସାରିଛନ୍ତି । ଗତ ବର୍ଷ ଖେଳରୁ ସନ୍ନ୍ୟାସ ନେବାର ସୂଚନା ଦେଇଥିଲେ ବି ଆଣ୍ଠୁରେ ସମସ୍ୟା ଯୋଗୁଁ ଏହି ନିଷ୍ପତ୍ତି ନେଇଛନ୍ତି । ଫେବ୍ରୁଆରୀରେ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଖେଳିବେ ସାନିଆ ମିର୍ଜା ।
ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକଙ୍କ ଠାରୁ ଛାଡପତ୍ର ଖବର ଭିତରେ ପ୍ରଶଂସକଙ୍କୁ ଆଉ ଏକ ଝଟକା ଦେଇଛନ୍ତି ଟେନିସ୍ ଷ୍ଟାର ସାନିଆ ମିର୍ଜା । ସାନିଆ ମିର୍ଜା ନିଜର ସନ୍ନ୍ୟାସ ଘୋଷଣା କରିବାକୁ ଯାଇ ବହୁ ଭାବପ୍ରବଣତା ଦେଖାଇଛନ୍ତି । ଏହାସହ ସେ ନିଜ ଲାଇଫ ବିଷୟରେ କିଛି ସେୟାର କରିଛନ୍ତି। ସେ କହିଛନ୍ତି ମୁଁ ୨୦୦୩ ରେ ପେସାଦାର ଟେନିସରେ ଯୋଗ ଦେଇଥିଲି । ମୋର ପ୍ରାଥମିକତା ବଦଳି ଯାଇଛି । ବର୍ତ୍ତମାନ ମୁଁ ମୋ ଶରୀରକୁ ଆଉ ଏତେ କଷ୍ଟ ଦେଇପାରିବିନି। ଏସବୁର ଗୋଟେ ସମୟ ସୀମା ଥାଏ ବୋଲି ସେ କହିଛନ୍ତି।
ସେହିପରି ସାନିଆ ମିର୍ଜା ମଧ୍ୟ ତାଙ୍କର ଅବସରକାଳିନ ଭବିଷ୍ୟତ ଯୋଜନା ବିଷୟରେ ପ୍ରକାଶ କରିଛନ୍ତି। ସେ ଗତ ଦଶନ୍ଧି ଧରି ଦୁବାଇରେ ରହୁଛନ୍ତି। ସେଠାରେ ଥିବାବେଳେ ସେ ଦୁବାଇରେ ଟେନିସ୍ ଟ୍ରେନିଂରେ କାମ କରିବେ ବୋଲି କହିଛନ୍ତି।












Click it and Unblock the Notifications