ଟି-୨୦ ବିଶ୍ଵକପ ସେମିରେ ଆଫଗାନିସ୍ତାନ; ରାସ୍ତାରେ ଗୀତ ଲଗାଇ ବିଜୟ ପାଳୁଛି ଆଫଗାନିସ୍ତାନ, ଦେଖନ୍ତୁ ଭିଡିଓ

ବାଂଲାଦେଶ ଉପରେ ଆଫଗାନିସ୍ତାନର ରୋମାଞ୍ଚକର ବିଜୟ । ରୋମାଞ୍ଚକର ବିଜୟ ଉପରେ ଆଫଗାନିସ୍ତାନ ଦେଶ ସାରା ରାସ୍ତାରେ ଉତ୍ସବ ପାଳନ । DLS ପଦ୍ଧତି ମାଧ୍ୟମରେ ବାଂଲାଦେଶକୁ 8 ରନରେ ପରାସ୍ତ କରିଛି ଆଫଗାନିସ୍ତାନ । ଅର୍ଥାତ୍ ସେମିଫାଇନାଲରୁ ଅଷ୍ଟ୍ରେଲିଆ ଆଉଟ୍ । ଟି-୨୦ ବିଶ୍ୱକପ ଦୌଡ଼ରେ ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ଆଫଗାନିସ୍ତାନ। ଆସନ୍ତା ୨୭ରେ ସେମିଫାଇନାଲ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ।

ଲୋକେ ଦେଶ ସାରା ଏହି ବିଜୟ ଉତ୍ସବ ପାଳନ କରୁଛନ୍ତି। ସବୁଠି ଖୁସି। ସୋସିଆଲ ମିଡିଆରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି । ସେହିପରି ଦଳ ବିଜୟ ପରେ ଲୋକଙ୍କ ଆଖିରୁ ଖୁସିର ଲହୁ ଦେଖିବାକୁ ମିଳିଥିଲା ।ସେହିପରି ପଡ଼ିଆରେ ଆଉ ବସରେ ବି ଖୁସି ଦେଖିବାକୁ ମିଳିଥିଲା ।

Afghanistan

ସେଣ୍ଟ ଭିନସେଣ୍ଟର ଆର୍ନୋସ ଭାଲେ ଗ୍ରାଉଣ୍ଡରେ ଖେଳା ଯାଇଥିବା ବାଂଲାଦେଶ-ଆଫଗାନିସ୍ତାନ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ୧୧୫ ରନ୍ ସଂଗ୍ରହ କରିଥିଲା ଆଫଗାନିସ୍ତାନ। ଦଳ ପକ୍ଷରୁ ରହମାନଉଲ୍ଲା ଗୁରବାଜ୍ ୪୩ ରନ କରିଥିବା ବେଳେ ଇବ୍ରାହିମ୍ ୧୮ ଓ ରସିଦ୍ ଖାନ୍ ୧୯ ରନ୍ କରିଥିଲେ।


ବର୍ଷା କାରଣରୁ ଡିଏଲ୍ ମେଥଡ୍ ଅନୁସାରେ ବିଜୟ ପାଇଁ ୧୯ ଓଭରରେ ୧୧୪ ରନ୍ ବିଜୟ ଲକ୍ଷ୍ୟ ରଖା ଯାଇଥିଲା। ବାଂଲାଦେଶ ପକ୍ଷରୁ ଲିଟନ ଦାସଙ୍କ ମୂଲ୍ୟବାନ ଯୋଗଦାନ ସତ୍ତ୍ୱେ ଦଳକୁ ଆଫଗାନିସ୍ତାନଠାରୁ ୮ ରନରେ ପରାସ୍ତ ହେବାକୁ ପଡିଛି ।

ଲିଟନ ଦାସ ଅପରାଜିତ ରହି ୫୪(୪୯) ରନ୍ କରିଥିବା ବେଳେ ତୋହ୍ୱିଦ ହ୍ରିଦୟ ୧୪(୯) ଏବଂ ସୌମ୍ୟ ସରକାର ୧୦(୧୦) ରନ୍ ସଂଗ୍ରହ କରିଥିଲେ। କିନ୍ତୁ ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରିନଥିଲେ। ୧୭.୫ ଓଭରରେ ୧୦୫ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା ବାଂଲାଦେଶ। ଫଳରେ ୮ ରନରେ ଏହି ମ୍ୟାଚକୁ ଜିତି ନେଇଛି ଆଫଗାନିସ୍ତାନ।

ବର୍ଷା କାରଣରୁ ଡିଏଲ୍ ମେଥଡ୍ ଅନୁସାରେ ବିଜୟ ପାଇଁ ୧୯ ଓଭରରେ ୧୧୪ ରନ୍ ବିଜୟ ଲକ୍ଷ୍ୟ ରଖା ଯାଇଥିଲା। ବାଂଲାଦେଶ ପକ୍ଷରୁ ଲିଟନ ଦାସଙ୍କ ମୂଲ୍ୟବାନ ଯୋଗଦାନ ସତ୍ତ୍ୱେ ଦଳକୁ ଆଫଗାନିସ୍ତାନଠାରୁ ୮ ରନରେ ପରାସ୍ତ ହେବାକୁ ପଡିଛି।

ଲିଟନ ଦାସ ଅପରାଜିତ ରହି ୫୪(୪୯) ରନ୍ କରିଥିବା ବେଳେ ତୋହ୍ୱିଦ ହ୍ରିଦୟ ୧୪(୯) ଏବଂ ସୌମ୍ୟ ସରକାର ୧୦(୧୦) ରନ୍ ସଂଗ୍ରହ କରିଥିଲେ। କିନ୍ତୁ ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରିନଥିଲେ। ୧୭.୫ ଓଭରରେ ୧୦୫ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା ବାଂଲାଦେଶ। ଫଳରେ ୮ ରନରେ ଏହି ମ୍ୟାଚକୁ ଜିତି ନେଇଛି ଆଫଗାନିସ୍ତାନ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+