ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆର ନୂଆ ପ୍ରାୟୋଜକ, Byjus ଆଉଟ୍ Dream11 ଇନ୍

ନୂଆଦିଲ୍ଲୀ: ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆର ନୂଆ ପ୍ରାୟୋଜକ । ଡ୍ରିମ୍ ୧୧ କୁ ଭାରତୀୟ କ୍ରିକେଟ୍ ଦଳର ନୂତନ ପ୍ରାୟୋଜକ ହୋଇଛି । ଏହା ପୂର୍ବରୁ ବିସିସିଆଇର ପ୍ରାୟୋଜକ ଥିଲା ବାଇଜୁ । ସମୟ ପୂର୍ବରୁ ବାଇଜୁ ବିସିସିଆଇ ସହିତ ଡ୍ରାଫ୍ଟକୁ ଶେଷ କରିଥିଲା ।

ଟିମ୍ ଇଣ୍ଡିଆ ଜର୍ସିର ଲିଡ୍ ସ୍ପନସର ପାଇଁ ବିସିସିଆଇ ଟେଣ୍ଡର ଜାରି କରିଥିଲା । ଟେଣ୍ଡର ପ୍ରକ୍ରିୟା ପୂରା ହେବା ପରେ ଆଗାମୀ ୩ ବର୍ଷ ପାଇଁ ଡ୍ରିମ୍ ୧୧ ଟିମ୍ ଇଣ୍ଡିଆର ନୂଆ ଲିଡ୍ ସ୍ପନସର ହେଇଥିବା ଜଣାପଡିଛି ।

Team India

ବିସିସିଆଇ ତରଫରୁ ମିଳିଥିବା ସୂଚନା ମୁତାବକ, ଟିମ୍ ଇଣ୍ଡିଆ ଜର୍ସିରେ ଏହି ନୂଆ ଲୋଗା ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରୁ ଦେଖିବାକୁ ମିଳିବ । ଏହି ସିରିଜରେ ଭାରତ ଦୁଇଟି ଟେଷ୍ଟ, ତିନିଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳିବ । ତେବେ ଭାରତ- ୱେଷ୍ଟଇଣ୍ଡିଜ୍ ଭିତରେ ହେବାକୁ ଥିବା ଏହି ସିରିଜ୍ ଆସନ୍ତା ଜୁଲାଇ ୧୨ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ, ଏହି ସିରିଜରୁ ହିଁ ଟିମ୍ ଇଣ୍ଡିଆ ଜର୍ସିରେ ଡ୍ରିମ୍ ୧୧ ଲୋଗୋ ନଜର ଆସିବ ।

ସେହିପରି ବିସିସିଆଇ ଭାରତୀୟ କ୍ରିକେଟ୍ ଦଳର ଅଫିସିଆଲ୍ ଜର୍ସି ପ୍ରଯୋଜକ ଭାବରେ ADIDASକୁ ନିଯୁକ୍ତ କରିଛି । WTC ଫାଇନାଲ୍ ପୂର୍ବରୁ ଅଫିସିଆଲ୍ କିଟ୍ ପ୍ରଯୋଜକ ଭାବରେ ADIDASକୁ ବିସିସିଆଇ ସାମିଲ କରିଥିଲା । ADIDAS ପୂର୍ବରୁ ନାଇକ୍ ବୋର୍ଡ ଜର୍ସି ତିଆରି କରୁଥିଲା । ଏହା ପୂର୍ବରୁ ପାଞ୍ଚ ମାସ ପାଇଁ କିଲର କିଟ୍ ଟିମ୍ ଇଣ୍ଡିଆର ସ୍ପନସର ରହିଥିଲା ।

୨୦୧୮ ରେ ଶେଷ ଅବଧି ପାଇଁ ବାଇଜୁ ପ୍ରାୟ ୨୮୭ କୋଟି ଟଙ୍କା ପ୍ରଦାନ କରିଥିଲା । ପରେ ଆଡ-ଟେକ୍ କମ୍ପାନୀ ୨୦୨୩ ପର୍ଯ୍ୟନ୍ତ ଏହି ଡିଲକୁ ବଢ଼ାଇଥିଲା ଏବଂ ପ୍ରାୟ ୫୫ ମିଲିୟନ୍ ଡଲାର୍ ଅର୍ଥାତ୍ ୪୫୦ କୋଟି ଟଙ୍କା ଦେଇଥିଲା । ଚୁକ୍ତି ଅନୁଯାୟୀ, ବାଇଜୁ ଦ୍ୱିପାକ୍ଷିକ ମ୍ୟାଚ୍ ପାଇଁ ୫.୫ କୋଟି ଏବଂ ଆଇସିସି ଖେଳ ପାଇଁ ୧.୭ କୋଟି ଟଙ୍କା ଦେଉଥିଲା ।

'ବିସିସିଆଇ' ଅଧ୍ୟକ୍ଷ ରୋଜର୍‌ ବିନି କହିଛନ୍ତି, 'ଡ୍ରିମ୍‌୧୧'କୁ ଅଭିନନ୍ଦନ ଜଣାଇ ମୁଁ ସେମାନଙ୍କୁ ପୁଣି 'ବୋର୍ଡ'କୁ ସ୍ବାଗତ କରୁଛି।

'ଡ୍ରିମ୍‌ ସ୍ପୋର୍ଟସ୍‌'ର ସହ-ସଂସ୍ଥାପକ ତଥା 'ସିଇଓ' ହର୍ଷ ଜୈନ୍‌ କହିଛନ୍ତି, 'ବିସିସିଆଇ' ଓ 'ଟିମ୍‌ ଇଣ୍ଡିଆ'ର ଦୀର୍ଘଦିନର ଅଂଶୀଦାର ଥିବା 'ଡ୍ରିମ୍‌୧୧' ଏଥିପାଇଁ ଖୁବ୍‌ ଆନନ୍ଦିତ। ଜାତୀୟ ଦଳର ପ୍ରମୁଖ ପ୍ରାୟୋଜକ ହୋଇପାରିଥିବାରୁ ଆମେ ଗୌରବାନ୍ବିତ ବ‌ୋଧ କରୁଛୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+