ବଦଳିଲା ଟିମ୍ ଇଣ୍ଡିଆର ୨ ଟି ମ୍ୟାଚର ସ୍କେଡ୍ୟୁଲ

ସୋମବାର ବିସିସିଆଇ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ଟିମ୍ ଇଣ୍ଡିଆର ୨ ଟି ଟେଷ୍ଟ୍ ମ୍ୟାଚର ଭେନ୍ୟୁକୁ ବଦଳାଇ ଦିଆଯାଇଛି । ଅନ୍ୟପଟେ ଭାରତୀୟ ମହିଳା କ୍ରିକେଟ୍ ଦଳର ଦିନିକିଆ ସିରିଜର ୩ ଟି ମ୍ୟାଚର ଭେନ୍ୟୁରେ ପରିବର୍ତ୍ତନ କରାଯାଇଛି । ନୂଆ ସ୍କେଡ୍ୟୁଲର ଘୋଷଣା କରି ବିସିସିଆଇ କହିଛି ଯେ ଅକ୍ଟୋବର ୨,୨୦୨୫ ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆରମ୍ଭ ହେଉଥିବା ଟେଷ୍ଟ୍ ସିରିଜର ଦ୍ବିତୀୟ ମ୍ୟାଚ୍ କୋଲକାତା ବଦଳରେ ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମରେ ଖେଳାଯିବ । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନଭେମ୍ବର ୧୪ ତାରିଖରୁ ଆରମ୍ଭ ହେଉଥିବା ଟେଷ୍ଟ୍ ସିରିଜର ପ୍ରଥମ ମ୍ୟାଚ୍ ଏବେ ଦିଲ୍ଲୀ ବଦଳରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବ ।

Team India

ବିସିସିଆଇ ଘୋଷଣା କରି କହିଛି ଯେ ଭାରତ ଏବଂ ଅଷ୍ଟ୍ରେଲିଆ ଭିତରେ ହେବାକୁ ଥିବା ଦିନିକିଆ ସିରିଜର ୩ ଟି ମ୍ୟାଚ୍ ଏବେ ଚେନ୍ନାଇରେ ଖେଳାଯିବ ନାହିଁ । ଏହି ସିରିଜର ୨ ଟି ମ୍ୟାଚ୍ ଏବେ ନ୍ୟୁ ଚଣ୍ଡିଗଡ଼ର ନ୍ୟୁ ପିସିଏ ଷ୍ଟାଡିୟମରେ ଖେଳାଯିବ ଏବଂ ଅନ୍ତିମ ଦିନିକିଆ ମ୍ୟାଚ୍ ଦିଲ୍ଲୀ ଅରୁଣ ଜେଟ୍‌ଲି ଷ୍ଟାଡିୟମରେ ଖେଳାଯିବ । ଚେନ୍ନାଇର ଚେପକ ଷ୍ଟାଡିୟମରେ ଏବେ କାମ ଚାଲୁ ରହିଛି ତେଣୁ ସେଠାରେ କୌଣସି ମ୍ୟାଚ୍ ଖେଳାଯିବ ନାହିଁ ।

ଭାରତୀୟ କ୍ରିକେଟ୍ ଟିମର ଅପଡେଟ୍ ସ୍କେଡ୍ୟୁଲ :

ୱେଷ୍ଟଇଣ୍ଡିଜ ଏବଂ ଭାରତ ମଧ୍ୟରେ ଟେଷ୍ଟ୍ ସିରିଜର ପ୍ରଥମ ମ୍ୟାଚ୍ ଅକ୍ଟୋବର ୨ ତାରିଖରେ ଅହମ୍ମଦାବାଦରେ ହୋଇଥିଲା ।

ଦ୍ବିତୀୟ ଟେଷ୍ଟ୍ ମ୍ୟାଚ୍ ନୂଆଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ଖେଳାଯିବ ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ୍ ନଭେମ୍ବର ୧୪ ରେ କୋଲକାତାରେ ଖେଳାଯିବ ।

ଦ୍ବିତୀୟ ଟେଷ୍ଟ୍ ନଭେମ୍ବର ୨୨ ରେ ଗୌହାଟିରେ ଖେଳାଯିବ ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଦିନିକିଆ ନଭେମ୍ବର ୩୦ ରେ ରାଞ୍ଚିରେ ଖେଳାଯିବ ।

ଦ୍ବିତୀୟ ଦିନିକିଆ ଡିସେମ୍ବର ୩ ତାରିଖରେ ରାୟପୁରରେ ଖେଳାଯିବ ।

ତୃତୀୟ ଦିନିକିଆ ଡିସେମ୍ବର ୬ରେ ବିଶାଖାପାଟଣାରେ ଖେଳାଯିବ ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ୍ ଡିସେମ୍ବର ୯ରେ କଟକରେ ଖେଳାଯିବ ।

ଦ୍ବିତୀୟ ଟି-୨୦ ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ରେ ଡିସେମ୍ବର ୧୧ ରେ ଖେଳାଯିବ ।

ତୃତୀୟ ଟି-୨୦ ମ୍ୟାଚ୍ ଡିସେମ୍ବର ୧୪ ତାରିଖରେ ଧର୍ମଶାଳାରେ ଖେଳାଯିବ ।

ଚତୁର୍ଥ ଟି-୨୦ ଲକ୍ଷ୍ନୌରେ ଡିସେମ୍ବର ୧୭ ରେ ଖେଳାଯିବ ।

ପଞ୍ଚମ ଟି-୨୦ ଡିସେମ୍ବର ୧୯ ରେ ଅହମ୍ମଦାବାଦରେ ଖେଳାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+