For Quick Alerts
Turn On Notification  
For Daily Alerts
Oneindia App Download

ଇତିହାସ ରଚିଲା ଭାରତ: ୭୩ ବର୍ଷ ପରେ ଥୋମାସ କପ ଜିତିଲା ଟିମ ଇଣ୍ଡିଆ

ଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ ଟିମ୍‌। ପ୍ରଥମଥର ଭାରତ ଜିତିଛି ଥୋମାସା କପ୍‌। ଫାଇନାଲରେ ଶକ୍ତିଶାଳୀ ଇଣ୍ଡୋନେସିଆକୁ ପରାସ୍ତ କରି ଚାମ୍ପିୟନ ହୋଇଛି ଭାରତ।

|

ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ ଟିମ୍‌। ପ୍ରଥମଥର ଭାରତ ଜିତିଛି ଥୋମାସା କପ୍‌। ଫାଇନାଲରେ ଶକ୍ତିଶାଳୀ ଇଣ୍ଡୋନେସିଆକୁ ପରାସ୍ତ କରି ଚାମ୍ପିୟନ ହୋଇଛି ଭାରତ। ଫାଇନାଲରେ ଇଣ୍ଡୋନେସିଆକୁ ୩-୦ରେ ପରାସ୍ତ କରି ଏହି ସଫଳତା ପାଇଛି ଦଳ । ୧୪ ଥରର ବିଜେତାକୁ ହରାଇ କ୍ଲିନ ସୁଇପ କରିଥିଲେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳୀ ।

Thomas Cup

ଥୋମାସ କପ୍‌ର ୭୩ ବର୍ଷର ଇତିହାସ ମଧ୍ୟରେ କେବଳ ୫ଟି ଦଳ ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲେ। ଏବେ ଭାରତ ୬ଷ୍ଠ ଦଳ ଭାବେ ଏହି ଚାମ୍ପିୟନ ତାଲିକାରେ ଯୋଡ଼ି ହୋଇଯାଇଛି। ପୂର୍ବରୁ ମାଲେସିୟା, ଇଣ୍ଡୋନେସିଆ, ଜାପାନ, ଚାଇନା ଓ ଡେନମାକ୍ର ୧୯୪୯ରୁ ଆରମ୍ଭ ହୋଇଥିବା ଏହି ଥୋମାସ କପ୍‌ ଜିତି ପାରିଥିଲେ।

ପ୍ରଥମ ମ୍ୟାଚରେ ଲକ୍ଷ୍ୟ ସେନ ଏନ୍ଥୋନୀ ସିନିସୁକାଙ୍କୁ ୮-୨୧,୨୧-୧୭,୨୧-୧୬ରେ ପରାସ୍ତ କରିଛନ୍ତି । ଦ୍ୱିତୀୟ ମୁକାବିଲାରେ ରାଙ୍କି ରେଡ୍ଡୀ, ଚିରାଗ ସେଟ୍ଟୀ ଯୋଡି ୧୮-୨୧, ୨୩-୨୧, ୨୧-୧୯ରେ ଜିତି ନେଇଛନ୍ତି । ସେହିଭଳି ତୃତୀୟ ମ୍ୟାଚରେ କାଦାମ୍ବୀ ଶ୍ରୀକାନ୍ତ ଜୋନାଥନ କ୍ରିଷ୍ଟି ୨୧-୧୫,୨୩-୨୧ରେ ହରାଇବା ସହ ଭାରତ ପାଇଁ ଏହି ସ୍ୱର୍ଣ୍ଣିମ ବିଜୟ ହାସଲ କରିଛନ୍ତି ।

ଏହି ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ବ୍ୟାଡମିଣ୍ଟନ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଆଜି ଭାରତ ପାଇଁ ଐତିହାସିକ ଦିନ ବୋଲି ମୋଦି କହିଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଭାରତୀୟ ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Team India won Thomas Cup
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X