ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ଜିତିଲା ଟିମ ଇଣ୍ଡିଆ
ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ଜିତିଲା ଟିମ ଇଣ୍ଡିଆ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟି-୨୦ ସିରିଜ ଖେଳୁଥିବା ଭାରତ ୧-୦ରେ ଘରୋଇ ନ୍ୟୁଜିଲାଣ୍ଡକୁ ହରାଇଛି। ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍ ବର୍ଷା କାରଣରୁ ଟାଇ ହୋଇଛି ।
ନାପିଏର: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ଜିତିଲା ଟିମ ଇଣ୍ଡିଆ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟି-୨୦ ସିରିଜ ଖେଳୁଥିବା ଭାରତ ୧-୦ରେ ଘରୋଇ ନ୍ୟୁଜିଲାଣ୍ଡକୁ ହରାଇଛି। ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍ ବର୍ଷା କାରଣରୁ ଟାଇ ହୋଇଛି । ତେଣୁ ପ୍ରଥମ ଓ ଶେଷ ଟି-୨୦ ବର୍ଷାରେ ଧୋଇଯିବା ପରେ ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ବିଜୟୀ ହୋଇଥିବାରୁ ଦଳ ସିରିଜ୍ କବଜା କରିଛି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ଏହାପରେ ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୬୦ ରନ୍ କରିବାକୁ ସକ୍ଷମ ହୋଇଥିଲା । ତେବେ ଟିମ୍ ଇଣ୍ଡିଆ ପକ୍ଷରୁ ମହମ୍ମଦ ସିରାଜ, ଅର୍ଶଦୀପ ସିଂ ଉଭୟ ୪ଟି ଲେଖାଏଁ ୱିକେଟ୍ ନେଇଥିବାବେଳେ, ହର୍ଷଲ ପଟେଲ ଗୋଟିଏ ସଫଳତା ପାଇଥିଲେ ।
ଦ୍ୱିତୀୟ ଇଂନିସରେ ଭାରତର ଆରମ୍ଭ ସେତେଟା ଭଲ ହେଇନଥିଲା । ଦଳ ୯ ଓଭରରେ ୪ ୱିକେଟ୍ ହରେଇ ୭୫ ରନ୍ କରିଥିଲା, ଆଉ ସେହି ସମୟରେ ବର୍ଷା କାରଣରୁ ମ୍ୟାଚ୍ ସ୍ଥଗିତ ରହିଥିଲା । ଏହି ସମୟରେ ବର୍ଷା ଲାଗି ରହିବାରୁ ଡିଏଲ ମେଥଡ ଲାଗୁ କରାଯାଇଥିଲା। ଡିଏଲ ମେଥଡ ଅନୁସାରେ ଭାରତକୁ ମ୍ୟାଚ୍ ଜିତିବା ପାଇଁ ୭୬ ରନ ଦରକାର ଥିଲା। ହେଲେ ଦଳ ୭୫ ରନ କରିଥିଲା। ଡିଏଲ ମେଥଡ ଅନୁଯାୟୀ ସ୍କୋର ବରାବର ୭୫ ରନରେ ରହିଥିବାରୁ ମ୍ୟାଚ୍କୁ ଟାଇ ଘୋଷଣା କରାଯାଇଛି। ତୃତୀୟ ମ୍ୟାଚ୍ ଟାଇ ହୋଇ ଯିବାରୁ ଭାରତ ୧-୦ରେ ଟି-୨୦ ସିରଜକୁ କବଜା କରିଛି।
ସୂଚନାଯୋଗ୍ୟ ଯେ, ଟି-୨୦ ସିରିଜ୍ ପରେ ଭାରତ ଓ ନ୍ୟୁଜିଲାଣ୍ଡ ଭିତରେ ଦିନିକିଆ ସିରିଜ ଖେଳାଯିବ । ଯାହାକି ୨୫ ତାରିଖରୁ ଆରମ୍ଭ ହେଉଥିବା ବେଳେ ୨୭ ନଭେମ୍ବରରେ ଦ୍ୱିତୀୟ ଓ ୩୦ ନଭେମ୍ବରରେ ଶେଷ ଅଥବା ତୃତୀୟ ଦିନିକିଆ ମ୍ୟାଚ ଖେଳାଯିବ ।












Click it and Unblock the Notifications