WTC ଫାଇନାଲ୍ ଖେଳିବ ଟିମ୍ ଇଣ୍ଡିଆ ! ଜାଣନ୍ତୁ କଣ କହୁଛି ସମୀକରଣ
ଅଷ୍ଟ୍ରେଲିଆ ବିପକ୍ଷରେ ଖେଳା ଯାଉଥିବା ଏହି ସିରିଜରୁ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ପହଞ୍ଚିପାରିବ ।

ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସିରିଜରେ 2-0 ଅଗ୍ରଣୀ ହାସଲ କରିଛି । ଏହି ସିରିଜ୍ ଭାରତୀୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଷ୍ଟ୍ରେଲିଆ ବିପକ୍ଷରେ ଖେଳା ଯାଉଥିବା ଏହି ସିରିଜରୁ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ପହଞ୍ଚିପାରିବ ।
ତେବେ WTC ର ଫାଇନାଲରେ ସିଧାସଳଖ ପ୍ରବେଶ କରିବା ଠାରୁ ଭାରତ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି । ଯଦି ରୋହିତ ଶର୍ମାଙ୍କ ଭାରତୀୟ ଦଳ ଇନ୍ଦୋରରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ ଜିତିବାରେ ସଫଳ ହୁଏ, ତେବେ ଏହା ସିଧାସଳଖ ଫାଇନାଲରେ ପ୍ରବେଶ କରିବ।
ଅନ୍ୟପଟେ କ୍ରମାଗତ ୨ଟି ପରାଜୟ ପରେ ମଧ୍ୟ ଅଷ୍ଟ୍ରେଲିଆ ଟେବୁଲର ଶୀର୍ଷରେ ଅଛି । କିନ୍ତୁ ନମ୍ବର-୨ ଦଳ ଭାରତ ମଧ୍ୟରେ ଏହାର ପାର୍ଥକ୍ୟ ଯଥେଷ୍ଟ ହ୍ରାସ ପାଇଛି । ଯଦି ଅଷ୍ଟ୍ରେଲିଆ ଅବଶିଷ୍ଟ ଉଭୟ ମ୍ୟାଚ୍ ହାରିଯାଏ, ତେବେ ଦଳ ଫାଇନାଲ ରେସରୁ ବାହାରି ପାରେ । ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ୧୬ଟି ଟେଷ୍ଟ ପରେ ୭୦.୮୩ ପ୍ରତିଶତ ନମ୍ବର ରଖିଥିଲା । ଏଥିମଧ୍ୟରୁ ଦଳ ଦୁଇଟିରେ ହାରିଥିବା ବେଳେ ୧୦ଟିରେ ଜିତିଥିଲେ । ଏହା ହେଉଛି ତାଙ୍କର ତୃତୀୟ ପରାଜୟ । ବର୍ତ୍ତମାନ ଦଳ ୬୬.୬୭ ପ୍ରତିଶତ ନମ୍ବର ହାସଲ କରିଛି । ଏଥି ସହିତ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ୬୧.୬୭ ପ୍ରତିଶତ ମାର୍କ ରହିଥିଲା । ବିଜୟ ପରେ ଭାରତକୁ ଆଉ ୧୨ ପଏଣ୍ଟ ମିଳିଛି, ଫଳରେ ଦଳ ନମ୍ବର ୬୪.୦୬ ପ୍ରତିଶତ ହୋଇଛି । ଭାରତ ଏପର୍ଯ୍ୟନ୍ତ ୧୬ ଟି ମ୍ୟାଚ୍ ଖେଳିଛି । ଆଜିର ବିଜୟ ହେଉଛି ଟିମ୍ ଇଣ୍ଡିଆର ଦଶମ ବିଜୟ ।
ତେବେ ଇନ୍ଦୋର ଟେଷ୍ଟ ଜିତିବା ମାତ୍ରେ ଟିମ୍ ଇଣ୍ଡିଆ WTC ର ଫାଇନାଲରେ ପହଞ୍ଚିବ । ଯେତେବେଳେ ଅଷ୍ଟ୍ରେଲିଆ ପାଇଁ ଅସୁବିଧା ବଢିବ । ଯଦି କଙ୍ଗାରୁ ଦଳ ମଧ୍ୟ ଚତୁର୍ଥ ମ୍ୟାଚ୍ ହାରିଯାଏ । ତେବେ ଦଳ 59.65 ପଏଣ୍ଟ ପାଇବ । ଶ୍ରୀଲଙ୍କା ବର୍ତ୍ତମାନ 53.33 ପ୍ରତିଶତ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ଶ୍ରୀଲଙ୍କାକୁ ନିଜ ଘରେ କିୱି ଦଳ ବିପକ୍ଷରେ ଶେଷ ସିରିଜ୍ ଖେଳିବାକୁ ବାକି ଅଛି । ଯଦି ଶ୍ରୀଲଙ୍କା ଉଭୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରେ । ତେବେ ଲଙ୍କା ଦଳ 61.11 ପଏଣ୍ଟ ପାଇବ ଏବଂ WTC ର ଫାଇନାଲରେ ପ୍ରବେଶ କରିବ ।
-
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....











Click it and Unblock the Notifications