ଏସିଆ କପ ପାଇଁ ପାକିସ୍ତାନ ଯିବ ନାହିଁ ଟିମ୍ ଇଣ୍ଡିଆ

ଆସନ୍ତାବର୍ଷ ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଏସିଆ କପ ପାଇଁ ପାକିସ୍ତାନ ଯିବ ନାହିଁ ଟିମ୍ ଇଣ୍ଡିଆ । ବିସିସିଆଇର ଏହି ନିଷ୍ପତ୍ତି ପରେ ପାକିସ୍ତାନର ଏସିଆ କପ ଆୟୋଜନ ଉପରେ ଏବେ କଳା ବାଦଲ ଘୋଟେଇ ଆସିଛି। ତେବେ ପାକିସ୍ତାନରେ ଏସିଆ କପ ଅନୁଷ୍ଠିତ ହେବା ନା ନାହିଁ

ନୂଆଦିଲ୍ଲୀ: ଆସନ୍ତାବର୍ଷ ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଏସିଆ କପ ପାଇଁ ପାକିସ୍ତାନ ଯିବ ନାହିଁ ଟିମ୍ ଇଣ୍ଡିଆ । ବିସିସିଆଇର ଏହି ନିଷ୍ପତ୍ତି ପରେ ପାକିସ୍ତାନର ଏସିଆ କପ ଆୟୋଜନ ଉପରେ ଏବେ କଳା ବାଦଲ ଘୋଟେଇ ଆସିଛି। ତେବେ ପାକିସ୍ତାନରେ ଏସିଆ କପ ଅନୁଷ୍ଠିତ ହେବା ନା ନାହିଁ ସେ ନେଇ ଆଗାମୀ ଦିନରେ ନିଷ୍ପତି ନିଆଯିବ ।

Asia Cup 2023

ପାକିସ୍ତାନ ୫୦ ଓଭର ବିଶିଷ୍ଟ ଏସିଆ କପର ଆୟୋଜନର ଅଧିକାର ପାଇଥିବାରୁ ଟିମ୍‌ ଇଣ୍ଡିଆ ମଧ୍ୟ ଇସଲାମାବାଦ ଯିବ ବୋଲି କୁହାଯାଉଥିଲା। ହେଲେ ଏବେ ବିସିସିଆଇ ରୋକଠୋକ ଟିମ୍‌ ଇଣ୍ଡିଆକୁ କୌଣସି ପ୍ରକାରରେ ପାକିସ୍ତାନ ପଠାଇବ ନାହିଁ ବୋଲି କହିଛି । କ୍ରିକବଜ ରିପୋର୍ଟ ମୁତାବକ ଜୟ ଶାହା ବୈଠକରେ କହିଥଲେ ଯେ, ଆମେ ନିଷ୍ପତି କରିଛୁ କି ୨୦୨୩ ଏସିଆ କପ ଖେଳିବାକୁ ଭାରତ ପାକିସ୍ତାନ ଯିବ ନାହିଁ । ପାକିସ୍ତାନ ବଦଳରେ ଅନ୍ୟ କେଉଁ ସ୍ଥାନରେ ଏସିଆ କପ ୨୦୨୩ ଆୟୋଜନ କରିବାକୁ ସେ ମତ ରଖିଛନ୍ତି । ତେବେ ଜୟ ଶାହ ଏବେ ଏସିଆନ କ୍ରିକେଟ କାଉନସିଲ(ଏସିସି)ର ସଭାପତି ମଧ୍ୟ ରହିଛନ୍ତି ।

ବିସିସିଆଇର ବୈଠକ ପରେ ଶାହ କହିଛନ୍ତି, "ଏସିଆ କପ ୨୦୨୩ ଗୋଟିଏ ନିରପେକ୍ଷ ଭେନ୍ୟୁରେ ହେବ। ମୁଁ ଏସିସି ସଭାପତି ଭାବେ ଏକଥା କହୁଛି । ଆମେ (ଭାରତ) କେବେ ହେଲେ ସେଠାକୁ(ପାକିସ୍ତାନ) ଯିବୁ ନାହିଁ । ସେମାନେ ଏଠାକୁ ଆସିପାରିବେ ନାହିଁ । ପୂର୍ବରୁ ମଧ୍ୟ ଅନେକ ଥର ନିରପେକ୍ଷ ଭେନ୍ୟୁରେ ଏସିଆ କପ ଆୟୋଜନ ହୋଇଛି। ତେଣୁ ୨୦୨୩ରେ ମଧ୍ୟ ନିରପେକ୍ଷ ଭେନ୍ୟୁରେ ଏସିଆ କପ ହେବ।"

ତେବେ ଶାହଙ୍କ ଏହି ବୟାନ ଦେବା ପରେ ନୂଆ ହଟଚମଟ ଦେଖିବାକୁ ମିଳିଛି । କାରଣ ଏସିସି ବୈଠକରେ ଏଯାଏ ଏ ବିଷୟରେ ଆଲୋଚନା ହୋଇନି। ସେହିପରି କେଉଁ ଆଧାରରେ ଶାହ ଏକଥା କହିଲେ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡରୁ ମଧ୍ୟ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ ଶାହଙ୍କ ଏପରି ବୟାନ ଆଇସିସିର ଦୁଇ ଇଭେଣ୍ଟ ଆୟୋଜନ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ୨୦୨୩ ଦିନିକିଆ ବିଶ୍ୱକପ ଭାରତରେ ଆୟୋଜନ ହେବ। ସେହିପରି ପାକିସ୍ତାନ ୨୦୨୫ ଚାମ୍ପିୟନଶିପ ଆୟୋଜନର ଅଧିକାର ପାଇଛି। ଟିମ ଇଣ୍ଡିଆ ଯଦି ପାକିସ୍ତାନରେ କ୍ରିକେଟ ଖେଳିବ ନାହିଁ, ତା'ହେଲେ ପାକିସ୍ତାନ ମଧ୍ୟ ସମାନ ନୀତି ଆପଣାଇ ପାରେ।

ଭାରତୀୟ ଟିମ୍ ୨୦୦୮ ପରେ ପାକିସ୍ତାନ ଗସ୍ତ କରି ନାହିଁ । ୨୦୦୮ ଏସିଆ କପ ଖେଳିବାକୁ ଭାରତୀୟ ଟିମ୍ ଶେଷଥର ପାଇଁ ପାକିସ୍ତାନ ଗସ୍ତରେ ଯାଇଥିଲା । ପରବର୍ତ୍ତି ସମୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବାରୁ ଦ୍ୱିପାଖିକ ସିରିଜ ବନ୍ଦ ରହିଛି । କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ହିଁ ଭାରତ-ପାକିସ୍ତନା ମୁକାବିଲା ଦେଖିବାକୁ ମିଳୁଛି ।

ଅନ୍ୟପଟେ ୨୦୧୬ ଟି-୨୦ ବିଶ୍ୱକପ ଭାରତରେ ଆୟୋଜନ ହୋଇଥିଲେ। ଏଥିରେ ଭାଗ ନେବାକୁ ପାକିସ୍ତାନ ସରକାର ଶେଷ ମୁହୂର୍ତ୍ତରେ ଦଳକୁ ନୂଆଦିଲ୍ଲୀ ଯିବାକୁ ଅନୁମତି ଦେଇଥିଲେ। ସେହିପରି ଭାରତ ଓ ପାକିସ୍ତାନ ୨୦୧୨-୧୩ ପରଠାରୁ ଆଉ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ଖେଳି ନାହାନ୍ତି । ୨୦୧୨-୧୩ରେ ପାକିସ୍ତାନ ଶେଷଥର ପାଇଁ ଭାରତ ଗସ୍ତରେ ଆସି ୩ଟି ଟି-୨୦ ଓ ସମାନ ସଂଖ୍ୟକ ଦିନିକିଆ ସିରିଜ ଖେଳିଥିଲା। ସେବେଠାରୁ ଉଭୟ ଦଳ କେବଳ ଏସିଆ କପ ଓ ବିଶ୍ୱସ୍ତରୀୟ ଇଭେଣ୍ଟରେ ମୁହାଁମୁହିଁ ହେଉଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+