ଟିମ୍‌ ଇଣ୍ଡିଆକୁ ମିଳିବ ନୂଆ କୋଚ୍‌ ! ଗମ୍ଭୀରଙ୍କ ଉପରେ BCCIର ଭରସା ନାହିଁ?

ଅଷ୍ଟ୍ରେଲିଆ ଗସ୍ତରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଟିମ୍‌ ଇଣ୍ଡିଆ। ଦଳର ଅଧିକାଂଶ ବ୍ୟାଟ୍ସମ୍ୟାନ୍‌ ସିରିଜରେ ଫେଲ୍‌ ହୋଇଥିଲେ। ବିଶେଷକରି ବିରାଟ କୋହଲିଙ୍କ ଭଳି ଅନୁଭବୀ ବ୍ୟାଟ୍ସମ୍ୟାନ୍‌ ଲଗାତାର ୮ ଥର ପାଇଁ ଗୋଟିଏ ଢ଼ଙ୍ଗରେ ଆଉଟ୍‌ ହେବାକୁ ନେଇ ବିସିସିଆଇର ଚିନ୍ତା ବଢ଼ିଛି। ଏଥିଲାଗି ଦଳରେ ସୁଧାର ଆଣିବାକୁ ବୋର୍ଡ କୋଚିଂ ଷ୍ଟାଫ୍‌ଙ୍କୁ ମଜଭୂତ କରିବାକୁ ଚାହୁଁଛି। ନୂଆ ବିକଳ୍ପ ଖୋଜୁଛି। ଏଭଳି ରିପୋର୍ଟ ସାମ୍ନାକୁ ଆସିବା ପରେ କ'ଣ ଗମ୍ଭୀରଙ୍କ ଉପରୁ ବୋର୍ଡର ଭରସା ଉଠି ଯାଇଛି ବୋଲି ପ୍ରଶ୍ନ ଉଠିଛି।

ବିସିସିଆଇ ଭାରତୀୟ ଟିମ୍‌ର ପ୍ରଦର୍ଶନକୁ ନେଇ ଜାନୁଆରୀ ୧୧ରେ ବୈଠକ ଡାକିଥିଲା। ଅଧିନାୟକ ରୋହିତ ଶର୍ମା, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ବୈଠକରେ ଉପସ୍ଥିତ ରହିଥିଲେ। ଏହି ଅବସରରେ ଅନେକ ବିଷୟରେ ଚର୍ଚ୍ଚା ହୋଇଥିଲା। ପରେ ଦଳର ବ୍ୟାଟ୍ସମ୍ୟାନ୍‌ଙ୍କ ବ୍ୟାଟିଂରେ ସୁଧାରଣ ଆଣିବାକୁ ହେଲେ ଗମ୍ଭୀରଙ୍କ ସହାୟକ ଷ୍ଟାଫ୍‌ଙ୍କୁ ମଜଭୂତ କରିବାର ଆବଶ୍ୟକତା ଥିବା ନିଷ୍କର୍ସ ବାହାରିଥିଲା। ଏଥିଲାଗି ଜଣେ ବ୍ୟାଟିଂ କୋଚ୍‌ଙ୍କ ନିଯୁକ୍ତି ହୋଇପାରେ, ଯାହାକୁ ନେଇ ବୋର୍ଡ ବିକଳ୍ପ ଖୋଜିବା ଆରମ୍ଭ କରିଛି।

Team India

ରିପୋର୍ଟ ମୁତାବକ, ବ୍ୟାଟିଂ କୋଚ୍‌ ଲାଗି ଘରୋଇ କ୍ରିକେଟରେ ଦକ୍ଷତା ଥିବା କ୍ରିକେଟରଙ୍କୁ ଦେଖାଯାଉଛି। ଏହାକୁ ନେଇ ଅନ୍ତିମ ନିଷ୍ପତ୍ତି ଆସିନାହିଁ। ତେବେ ଗମ୍ଭୀରଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ତାଙ୍କ ସ୍ଥାନ ସୁରକ୍ଷିତ ରହିଛି। ବର୍ତ୍ତମାନର ସପୋର୍ଟ ଷ୍ଟାଫ୍‌ଙ୍କ ମଧ୍ୟରେ କୌଣସି ବ୍ୟାଟିଂ କୋଚ୍‌ ନାହାନ୍ତି। ଅଭିଷେକ ନାୟାର ଏବଂ ରେୟାନ ଟେନ୍‌ ଡେଶକାଟେ ଆସିଷ୍ଟାଷ୍ଟ କୋଚ୍‌ ଭୂମିକାରେ ଅଛନ୍ତି। ଏଥିଲାଗି ବୋର୍ଡ ଏଭଳି ପଦକ୍ଷେପ ଉଠାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+