୧୧୯ ରନ୍ରେ ଅଲ୍ ଆଉଟ୍ ହେଲା ଟିମ୍ ଇଣ୍ଡିଆ, ବିରାଟ,ରୋହିତ ଓ ସୂର୍ଯ୍ୟ ସବୁ ଫେଲ୍
ବିଶ୍ୱକପ୍ରେ ପାକିସ୍ତାନ ଆଗରେ ଟିମ୍ ଇଣ୍ଡିଆର ଫ୍ଲପ୍ ଶୋ। ବିଶ୍ବକପ୍ରେ ଭାରତକୁ ଅଲ୍ ଆଉଟ୍ କଲା ପାକିସ୍ତାନ ।
ଆମେରିକାର ନ୍ୟୁୟର୍କ ନାସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ଖେଳାଯାଉଛି। ଆଜିର ମ୍ୟାଟ୍ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଅନ୍ୟପଟେ ଭାରତ ପ୍ରଥମେ ବ୍ୟାଟିଂ କରି ଅତି ଖରାପ ପ୍ରଦର୍ଶନ କରିଛି। ଦଳ ସମ୍ପୂର୍ଣ୍ଣ ୨୦ ଓଭର ସୁଦ୍ଧା ଖେଳିପାରି ନାହିଁ। ୧୯ ଓଭରରେ ଭାରତ ୧୧୯ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି। ମ୍ୟାଚ୍ ଜିତିବାକୁ ହେଲେ ପାକିସ୍ତାନକୁ ୧୨୦ ରନ୍ କରିବାକୁ ପଡ଼ିବା

ଭାରତ ପକ୍ଷରୁ ଋଷଭ ପନ୍ତ ୩୧ ବଲରେ ସର୍ବାଧିକ ୪୨ ରନ କରିଥିଲେ। ବିରାଟ କୋହଲି ୪, ରୋହିତ ଶର୍ମା ୧୩, ସୂର୍ଯ୍ୟକୁମାର ଯାଦବ ୭, ଶିବମ ଦୁବେ ୩ ଏବଂ ରବିନ୍ଦ୍ର ଜାଡେଜା ଖାତା ନ ଖୋଲି ଆଉଟ୍ ହୋଇଥିଲେ। ପାକିସ୍ତାନ ପାଇଁ ନାସିମ ଶାହା ଏବଂ ହରିସ ରାଉଫ ଉଭୟ ୩ ଟି ଲେଖାଏ ୱିକେଟ୍ ନେଇଥିଲେ। ସେହିପକି ମହମ୍ମଦ ଆମିରଙ୍କୁ ଦୁଇଟି ସଫଳତା ମିଳିଥିଲା।












Click it and Unblock the Notifications