କଳାବ୍ୟାଣ୍ଡ୍ ପିନ୍ଧି ପଡ଼ିଆକୁ ଓହ୍ଲାଇଲା ଟିମ ଇଣ୍ଡିଆ: ଜାଣନ୍ତୁ କାହିଁକି ?
ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମିଫାଇନାଲ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଷ୍ଟିଭ ସ୍ମିଥ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ଭାରତର କିମ୍ବଦନ୍ତୀ କ୍ରିକେଟର ପଦ୍ମାକର ଶିବଲକରଙ୍କ ଦେହାନ୍ତ ହୋଇଛି। ଏହି କାରଣରୁ, ଭାରତୀୟ ଖେଳାଳିମାନେ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ ମ୍ୟାଚ୍ରେ କଳାବ୍ୟାଣ୍ଡ ପିନ୍ଧି ପ୍ରବେଶ କରିଥିଲେ। ଏହା କରି ଭାରତୀୟ ଖେଳାଳିମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।
ପଦ୍ମାକର ଶିବଲକର ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ବି ମ୍ୟାଚ ଖେଳି ନ ଥିଲେ। କିନ୍ତୁ ଘରୋଇ କ୍ରିକେଟରେ ତାଙ୍କର ପ୍ରଦର୍ଶନ ପ୍ରଶଂସନୀୟ ଥିଲା। ସେ ୧୯୬୧-୬୨ ଏବଂ ୧୯୮୭-୮୮ ମଧ୍ୟରେ ମୋଟ ୧୨୪ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୫୮୯ଟି ଉଇକେଟ ନେଇଥିଲେ। ଏହି ସମୟ ମଧ୍ୟରେ, ସେ ୪୨ ଥର ୫ ଉଇକେଟ ଏବଂ ୧୩ ଥର ୧୦ ଉଇକେଟ ନେବାର ମହାନ ସଫଳତା ହାସଲ କରିଥିଲେ।

ଶିବଲକରଙ୍କ ବିୟୋଗରେ କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହା ପ୍ରକୃତରେ ବହୁତ ଦୁଃଖଦ ଖବର। ଅଳ୍ପ ସମୟ ମଧ୍ୟରେ ମୁମ୍ବାଇ କ୍ରିକେଟ ଏହାର ଦୁଇ ଜଣ ପ୍ରତିଷ୍ଠିତ ଖେଳାଳି, ମିଲିନ୍ଦ ଏବଂ ବର୍ତ୍ତମାନ ପଦ୍ମାକରଙ୍କୁ ହରାଇଛି, ଯେଉଁମାନେ ଅନେକ ବିଜୟର ସ୍ଥପତି ଥିଲେ।












Click it and Unblock the Notifications