୨୦୨୩ରେ ଶ୍ରୀଲଙ୍କାଠୁ ୨୩ ବର୍ଷ ତଳର ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ
Asia Cup 2023 Final: ରବିବାର ଏସିଆ କପ୍ ୨୦୨୩ର ଫାଇନାଲ ମ୍ୟାଚରେ ଭାରତ ଡିଫେଣ୍ଡିଂ ଚାମ୍ପିଅନ ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାସ୍ତ କରି ୮ମ ଥର ପାଇଁ ଚାମ୍ପିଅନ ହୋଇଛି । ଭାରତର ଏହି ବିଜୟରେ ୬ ୱିକେଟ୍ ଅକ୍ତିଆର କରି ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ମହମ୍ମଦ ସିରାଜ୍ ।
ଏହାସହିତ ଭାରତୀୟ ଟିମ୍ ଶ୍ରୀଲଙ୍କା ଠାରୁ ୨୩ ବର୍ଷର ପୁରୁଣା ବଦ୍ଲା ନେଇଛି । ୨୩ ବର୍ଷ ତଳେ ମାନେ ୨୦୦୦ ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ ମୁକାବିଲା ଖେଳା ଯାଇଥିଲା । ଶାରଜାହାରେ ଏହି ମୁକାବିଲା ହୋଇଥିଲା । ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମକୁ ୩୦୦ ରନର ଟାର୍ଗେଟ ଦେଇଥିଲା ଶ୍ରୀଲଙ୍କା ।

କିନ୍ତୁ ସେତେବେଳେ ଭାରତୀୟ ଟିମ୍ ମାତ୍ର ୨୬.୩ ଓଭର ଖେଳି ୫୪ ରନ୍ରେ ଅଲଆଉଟ୍ ହୋଇ ଯାଇଥିଲା । ଯାହାଫଳରେ ଶ୍ରୀଲଙ୍କା ଟିମ୍ ୨୪୫ ରନରେ ବିଜୟୀ ହୋଇଥିଲା । ସେତେବେଳେ ଅନ୍ତର୍ଜାତୀୟ କ୍ରିକେଟର କୌଣସି ବି ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଏହା ସବୁଠୁ କମ୍ ସ୍କୋର ଥିଲା ।
ଶେଷରେ ୨୦୨୩ ଏସିଆ କପରେ ବଦ୍ଲା ନେଇଛି ଟିମ୍ ଇଣ୍ଡିଆ । ମାତ୍ର ୫୦ ରନରେ ଶ୍ରୀଲଙ୍କା ଟିମ୍କୁ ଅଲ୍ଆଉଟ କରିଛି ଟିମ୍ ଇଣ୍ଡିଆ । ଏହିପରି ଭାବେ ୨୦୨୩ରେ ୨୩ ବର୍ଷର ବଦ୍ଲା ନେଇଛି ଟିମ୍ ଇଣ୍ଡିଆ ।
ଉଲ୍ଲେଖଥାଉ କି, ଗତକାଲିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ଯାହା ପରେ ଡିଫେଣ୍ଡିଂ ଚାମ୍ପିଅନକୁ ଭାରି ପଡ଼ିଥିଲା । ଭାରତୀୟ ବୋଲରମାନେ ଘାତକ ବୋଲିଂ ଆଟାକ୍ ଆଗରେ ଭାଙ୍ଗି ଯାଇଥିଲା ସିଂହଳ ଟିମର ଦମ୍ଭ । ଶ୍ରୀଲଙ୍କାର ପୁରା ଟିମ୍ 15.2 ଓଭରରେ ମାତ୍ର 50 ରନ କରି ଅଲଆଉଟ୍ ହୋଇଯାଇଥିଲେ । ଯାହା ଫଳରେ ଭାରତର ଆଗରେ ମାତ୍ର 51 ରନ ବିଜୟ ଲକ୍ଷ୍ୟ ଠିଆ ହୋଇଥିଲା ।
ଏହି ସହଜ ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ଗୋଡ଼ାଇବା ପାଇଁ ଅଧିନାୟକ ରୋହିତଙ୍କ ବଦଳରେ ଗିଲଙ୍କ ସହ ଓଫନ କରିବାକୁ ଆସିଥିଲେ ଯୁବ ଇଶାନ କିଷନ । ଦୁଇ ଓପନର କୌଣସି ଭୂଲ ନ କରି ମାତ୍ର 37 ବଲରେ 51 ରନର ଟାର୍ଗେଟ୍ ପୂରା କରିଥିଲା । ଏହା ସହ ଭାରତର ଦିନିକିଆ କ୍ରିକେଟରେ 263 ବଲ ବାକି ଥାଇ ଏହା ସର୍ବବୃତହ ବିଜୟ ହୋଇଛି ।
ତେବେ ଶୁଭମନ ଗିଲ 19 ବଲରେ ଅପରାଜିତ 27 ରନ ସ୍କୋର କରିଥିବା ବେଳେ 18 ବଲରେ ଅପରାଜିତ23 ରନ୍ ସ୍କୋର କରିଥିଲେ ଇଶାନ କିଷନ । ଗିଲ 6ଟି ଚୌକା ମାରିଥିବା ବେଳେ ଇଶାନ କିଷନ ତିନିଟି ଚୌକା ମାରିଥିଲେ ।












Click it and Unblock the Notifications