ପାକିସ୍ତାନ ଯିବ ଟିମ୍ ଇଣ୍ଡିଆ, ବିସିସିଆଇ ଦେଲା ଗ୍ରୀନ ସିଗନାଲ

କ୍ରିକେଟ ପ୍ରେମୀଙ୍କ ପାଇଁ ବଡ ଖବର। ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ। ଦୀର୍ଘବର୍ଷ ପରେ ଭାରତୀୟ ଟିମ୍‌କୁ ପାକିସ୍ତାନ ପଠାଇବାକୁ ରାଜି ହୋଇଛି ବିସିସିଆଇ। ୨୦୨୩ ଏସିଆ କପ ପାକିସ୍ତାନରେ ଆୟୋଜନ ହେବ।

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ ଖବର। ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ । ଦୀର୍ଘବର୍ଷ ପରେ ଭାରତୀୟ ଟିମ୍‌କୁ ପାକିସ୍ତାନ ପଠାଇବାକୁ ରାଜି ହୋଇଛି ବିସିସିଆଇ । ୨୦୨୩ ଏସିଆ କପ ପାକିସ୍ତାନରେ ଆୟୋଜନ ହେବ । ଏଥିରେ ଭାଗ ନେବାକୁ ଭାରତ ଯିବ କି ନାହିଁ, ତା' ଉପରେ ପ୍ରଶ୍ନ ଉଠିଥିଲା। କିନ୍ତୁ ଏସିଆ କପରେ ଭାଗ ନେବାକୁ ବିସିସିଆଇ ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ ପାକିସ୍ତାନ ପଠାଇବାକୁ ରାଜି ହୋଇଛି । ତେବେ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ କି ନାହିଁ ଏହାର ଅନ୍ତିମ ନିଷ୍ପତ୍ତି ନେବେ କେନ୍ଦ୍ର ସରକାର । ଯଦି ସରକାରଙ୍କଠୁ ମଞ୍ଜୁରୀ ମିଳେ ତେବେ ୨୦୦୮ ପରେ ଭାରତର ପ୍ରଥମ ପାକିସ୍ତାନ ଗସ୍ତ ହେବ ।

Team India

ମିଳିଥିବା ସୂଚନା ଅନୁଯାୟୀ, ଅକ୍ଟୋବର ୧୮ରେ ବିସିସିଆଇର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ ସବୁ ରାଜ୍ୟର କ୍ରିକେଟ ଆସୋସିଏନକୁ ଚିଠି ଲେଖାଯାଇଛି । ଏହି ବୈଠକରେ ପାକିସ୍ତାନ ଗସ୍ତ ସମ୍ପର୍କରେ ବିସିସିଆଇ କର୍ତ୍ତୃପକ୍ଷ ରାଜ୍ୟ ଆସୋସିଏସନ ଗୁଡ଼ିକ ସହ ମଧ୍ୟ ଆଲୋଚନା କରିବ। ସମସ୍ତଙ୍କ ମତାମତ ପରେ ବିସିସିଆଇ ଭାରତ ସରକାରଙ୍କ ପାଖକୁ ଅନୁମତି ପାଇଁ ପ୍ରସ୍ତାବ ପଠାଇବ ।

୨୦୨୩ରେ ପାକିସ୍ତାନ ୫୦ ଓଭର ବିଶିଷ୍ଟ ଏସିଆ କପର ଆୟୋଜନ କରିବ। ଏହାପରେ ଭାରତରେ ଦିନିକିଆ ବିଶ୍ୱକପ ହେବ । ତେଣୁ ଏଥିରେ ଭାଗ ନେବାକୁ ପାକିସ୍ତାନ ମଧ୍ୟ ଭାରତ ଆସିବ । ଭାରତ ଓ ପାକିସ୍ତାନ ୨୦୧୨-୧୩ ପରଠାରୁ ଆଉ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ଖେଳି ନାହାନ୍ତି। ୨୦୧୨-୧୩ରେ ପାକିସ୍ତାନ ଶେଷଥର ପାଇଁ ଭାରତ ଗସ୍ତରେ ଆସି ୩ଟି ଟି-୨୦ ଓ ସମାନ ସଂଖ୍ୟକ ଦିନିକିଆ ସିରିଜ ଖେଳିଥିଲା। ସେବେଠାରୁ ଉଭୟ ଦଳ କେବଳ ଏସିଆ କପ ଓ ବିଶ୍ୱସ୍ତରୀୟ ଇଭେଣ୍ଟରେ ମୁହାଁମୁହିଁ ହେଉଛନ୍ତି।

ଭାରତ ଶେଷଥର ପାଇଁ ୨୦୦୫-୦୬ରେ ପାକିସ୍ତାନ ଟୁରରେ ଯାଇଥିଲା। ରାହୁଲ ଡ୍ରାଭିଡ ସେତେବେଳେ ଅଧିନାୟକ ଥିଲେ। ଏହି ଟୁର୍‌ରେ ଭାରତ ୩ଟି ଟେଷ୍ଟ ଓ ୫ଟି ଦିନିକିଆ ମ୍ୟାଚ୍‌ ପାକିସ୍ତାନ ମାଟିରେ ଖେଳିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+