Barbados Storm: ବାତ୍ୟା ନେଲା ଭୟଙ୍କର ରୂପ, ସ୍ୱଦେଶ ଫେରିପାରୁନି ଟିମ୍ ଇଣ୍ତିଆ

Barbados Storm News: ବାରବାଡୋସର କେନ୍ସିଙ୍ଗଟନ୍ ଓଭାଲ ଷ୍ଟାଡିୟମରେ ଟି -20 ବିଶ୍ୱକପ ଜିତିବା ପରେ ଭାରତୀୟ ଦଳ ବର୍ତ୍ତମାନ ଭାରତ ଫେରିବା ଅପେକ୍ଷାରେ । ବାରବାଡୋସରେ ଘୂର୍ଣ୍ଣିଝଡ଼ ଯୋଗୁଁ ବିଦ୍ୟୁତ୍ ଏବଂ ଜଳ ଯୋଗାଣ ପ୍ରଭାବିତ ହୋଇଛି। ପ୍ରବଳ ପବନରେ ବର୍ଷା ହେଉଛି । ଭାରତୀୟ କ୍ରିକେଟ୍ ଦଶ ସହ ଭାରତର ମିଡିଆ ବ୍ୟକ୍ତିମାନେ ମଧ୍ୟ ବାରବାଡୋରେ ଫସି ରହିଛନ୍ତି । ବତ୍ୟା ଯୋଗୁଁ ସମସ୍ତ ବିମାନ ବାତିଲ କରାଯାଇଛି।

ବାରବାଡୋସରେ ଶକ୍ତିଶାଳୀ ବାତ୍ୟା ବେରିଲ ଯୋଗୁଁ ସ୍ୱଦେଶ ପେରିପାରୁନି ଭାରତୀୟ ଟିମ୍ । ଶନିବାର ମ୍ୟାଚ୍ ସରିବା ପରେ ଭାରତୀୟ ଦଳ ଏବଂ ଅନ୍ୟ ସଦସ୍ୟମାନେ ସୋମବାର ସ୍ଥାନୀୟ ସମୟ 11 ଟା ସମୟରେ ବାରବାଡୋସରୁ ପ୍ରଥମେ ନ୍ୟୁୟର୍କ ପରେ ଦଳ ଦୁବାଇ ଯାଇ ସେଠାରୁ ଦଳ ଏକ ସଂଯୋଗ ବିମାନ ମାଧ୍ୟମରେ ଭାରତ ଫେରିବା ନେଇ ସୂଚନା ରହିଥିଲା ।

Barbados Storm

ହେଲେ ଭୟଙ୍କର ବାତ୍ୟା ଯୋଗୁଁ ଭାରତୀୟ ଦଳ ବାରବାଡୋସର ହୋଟେଲ ହିଲଟନରେ ଫସି ରହିଛନ୍ତି। ବର୍ତ୍ତମାନ ଆଶା କରାଯାଉଛି ଯେ ଆଜି ଅର୍ଥାତ୍ ମଙ୍ଗଳବାର ଦିନ ଭାରତୀୟ ଦଳ ବାରବାଡୋସରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଫେରିବେ ଯାହା ନୂଆଦିଲ୍ଲୀରେ ଅବତରଣ କରିବା ନେଇ ସୂଚନା ରହିଛି ।

ବିସିସିଆଇ ସଚିବ ଜୟ ଶାହା ମଧ୍ୟ ଭାରତୀୟ ଦଳ ସହିତ ହୋଟେଲରେ ଉପସ୍ଥିତ ଅଛନ୍ତି। ସେ ଭାରତୀୟ ଖେଳାଳୀ ଏବଂ ସେମାନଙ୍କ ପରିବାର ସମେତ ସମସ୍ତ ଭାରତୀୟଙ୍କ ଘରକୁ ଫେରିବା ପାଇଁ ଚାଲିଥିବା ପ୍ରସ୍ତୁତି ଉପରେ ନଜର ରଖିଛନ୍ତି। ବାରବାଡୋସରେ ବିମାନ ବନ୍ଦର ବନ୍ଦ ହୋଇଯାଇଥିଲା ଏବଂ ମଙ୍ଗଳବାର ଅପରାହ୍ନ ସୁଦ୍ଧା ଅପରେସନ୍ ସ୍ୱାଭାବିକ ଅବସ୍ଥାକୁ ଆସିବ ବୋଲି ଆଶା କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+