Get Updates
Get notified of breaking news, exclusive insights, and must-see stories!

ବିଜୟ ସହ ନୂଆବର୍ଷ ଆରମ୍ଭ କଲା ଟିମ ଇଣ୍ଡିଆ, ଶେଷ ବଲରେ ଶ୍ରୀଲଙ୍କାକୁ ଦେଲା ମାତ୍‌

ରୋମାଞ୍ଚକର ବିଜୟ ନୂଆବର୍ଷ ଆରମ୍ଭ କଲା ଟିମ ଇଣ୍ଡିଆ । ରବିବାର ଏଠାରେ ପ୍ରଥମ ଟି-୨୦ ମ୍ୟାଚରେ ଶ୍ରୀଲଙ୍କାକୁ ମାତ୍ର ୨ ରନରେ ଭାରତ ପରାସ୍ତ କରିଛି । ଅକ୍ଷର ପଟେଲ ବୋଲିଂ କରିଥିବା ଶେଷ ଓଭରରୁ ଶ୍ରୀଲଙ୍କା ୧୩ ରନ୍‌ ଆବଶ୍ୟକ କରୁଥିବା ବେଳେ ଅକ୍ଷର ୧୦ ରନ୍‌ ଦେଇଥିଲେ।

ମୁମ୍ବାଇ: ରୋମାଞ୍ଚକର ବିଜୟ ନୂଆବର୍ଷ ଆରମ୍ଭ କଲା ଟିମ ଇଣ୍ଡିଆ । ରବିବାର ଏଠାରେ ପ୍ରଥମ ଟି-୨୦ ମ୍ୟାଚରେ ଶ୍ରୀଲଙ୍କାକୁ ମାତ୍ର ୨ ରନରେ ଭାରତ ପରାସ୍ତ କରିଛି । ଅକ୍ଷର ପଟେଲ ବୋଲିଂ କରିଥିବା ଶେଷ ଓଭରରୁ ଶ୍ରୀଲଙ୍କା ୧୩ ରନ୍‌ ଆବଶ୍ୟକ କରୁଥିବା ବେଳେ ଅକ୍ଷର ୧୦ ରନ୍‌ ଦେଇଥିଲେ।

IND vs SL

ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୧୬୨ ରନ୍‌ କରିଥିଲା। ୧୬୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ଦଳ ନିର୍ଦ୍ଧାରିତ ଓଭରରେ ସମସ୍ତ ଓ୍ବିକେଟ ହରାଇ ୧୬୦ ରନ୍‌ କରିଥିଲା। ଯାହାଫଳରେ ଟିମ୍‌ ଇଣ୍ଡିଆ ବର୍ଷର ପ୍ରଥମ ମ୍ୟାଚରେ ବିଜୟୀ ହୋଇଛି । ଏହି ବିଜୟ ସହ ୩ ମ୍ୟାଚ୍‌ର ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଛି। ଗୁରୁବାର ୨ୟ ମ୍ୟାଚ୍‌ ଖେଳାଯିବ।

୧୬୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ଦଳ ୧୬୦ ରନରେ ଅଲଆଉଟ୍‌ ହୋଇ ଯାଇଥିଲା। ଶ୍ରୀଲଙ୍କା ପକ୍ଷରୁ ଦାସୁନ ସନକା ୪୫ ରନ, କୁଶଲ ମେଣ୍ଡିସ ୨୮ରନ ଓ ଚମିକା କରୁଣାରତ୍ନେ ୨୩ରନ କରିଥିଲେ । ଭାରତ ପକ୍ଷରୁ ଶିବମ ମାଭି ୪ଟି, ଉମରାନ ମଲ୍ଲିକ ଓ ହର୍ସଲ ପଟେଲ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ।

ଶେଷ ଓଭରରେ ଲଙ୍କା ଦଳକୁ ୧୩ ରନ୍‌ ଆବଶ୍ୟକ ଥିଲା। ବୋଲିଂ କରୁଥିଲେ ଅକ୍ସର ପଟେଲ । ଏହି ଓଭରର ୩ୟ ବଲରେ ଚମିକା କରୁଣାରତ୍ନେ ଛକା ମାରିଥିଲେ ହେଁ ପରବର୍ତ୍ତୀ ୩ଟି ବଲ୍‌ରୁ ୨ ରନ୍‌ ମିଳିଥିଲା ଓ ୨ ଜଣ ରନଆଉଟ୍‌ ହୋଇଥିଲେ। କରୁଣାରତ୍ନେ ୧୬ ବଲରୁ ୨୩ ରନରେ ଅପରାଜିତ ଥିଲେ।

ସେହିପରି ଟସ୍ ଜିତି ଶ୍ରୀଲଙ୍କା ବୋଲିଂ ନିଷ୍ପତ୍ତି ନେଇଥିଲା। ଈଶାନ୍ କିଷନ୍ ପ୍ରଥମ ଓଭରରେ ୧୭ ରନ୍‌ କରି ଇନିଂସ ଆରମ୍ଭ କରିଥିଲେ। ଟି-୨୦ ପଦାର୍ପଣ କରିଥିବା ଶୁବମନ ଗିଲ୍‌ ୫ ବଲ୍‌ରୁ ୭ ରନ୍‌କରି ଆଉଟ୍‌ ହୋଇ ଯାଇଥିଲେ। ୧୯ ରନ୍‌ ମଧ୍ୟରେ ଭାରତ ୩ଟି ୱିକେଟ ହରାଇଥିଲା। ୬ଷ୍ଠ ଓଭରରେ ଭାରତ ୩୮ ରନ୍‌ରେ ପହଞ୍ଚିବା ପରେ ବିଶ୍ବର ୧ନଂ ଟ୍ବେଣ୍ଟି୨୦ ବ୍ୟାଟ୍‌ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ୱିକେଟ ହରାଇଥିଲା। ସୂର୍ଯ୍ୟ ୭ ରନ୍‌ କରିଥିଲେ। ସଞ୍ଜୁ ସାମ୍‌ସନ (୫) ବଡ଼ ସଟ୍‌ ମାରିବା ପ୍ରୟାସରେ ୱିକେଟ ଫିଙ୍ଗିଥିଲେ। ୪୬ ରନ୍‌ରେ ୩ଟି ୱିକେଟ ହରାଇ ଭାରତ କଷ୍ଟସାଧ୍ୟ ସ୍ଥିତିରେ ଥିଲା ।

ଈଶାନ୍ କିଷନ୍ ଓ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଦ୍ରୁତ ୩୧ ରନ୍‌ ଯୋଡ଼ିଥିଲେ। କିଷନ୍ ୨୯ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୭ ରନ୍‌ କରିଥିଲେ। ହାର୍ଦିକ ପାଣ୍ଡ୍ୟା ୨୭ ବଲ୍‌ରୁ ୪ଟି ଚୌକା ସହ ୨୯ ରନ୍‌ କରିଥିଲେ। ୯୪ ରନ୍‌ରେ ଭାରତ ୫ଟି ୱିକେଟ ହରାଇବା ପରେ ଦୀପକ ହୁଡା ଓ ଅକ୍ଷର ପଟେଲ ଇନିଂସ ଶେଷ ପର୍ଯ୍ୟନ୍ତ ବ୍ୟାଟିଂକରି ଦଳକୁ ସମ୍ମାନଜନକ ସ୍କୋର୍‌ରେ ପହଞ୍ଚାଇଥିଲେ। ଦୁହେଁ ଅବିଭାଜିତ ୬ଷ୍ଠ ୱିକେଟ ପାଇଁ ୩୫ ବଲ୍‌ରୁ ୬୮ ରନ୍‌ ଯୋଡ଼ିଥିଲେ। ହୁଡା ୨୩ ବଲ୍‌ରୁ ୪ଟି ଛକା ଓ ଗୋଟିଏ ଚୌକା ସହ ୪୧ ଏବଂ ଅକ୍ସର ୨୦ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୧ ରନ୍‌କରି ଅପରାଜିତ ଥିଲେ। ଶ୍ରୀଲଙ୍କାର ସଫଳତମ ବୋଲର ଭାବେ ଲେଗ୍‌ସ୍ପିନର ୱାନିନ୍ଦୁ ହସରଙ୍ଗା ୨୨ ରନ୍‌ଦେଇ ଗୋଟିଏ ୱିକେଟ ନେଇଥିଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+