For Quick Alerts
Turn On Notification  
For Daily Alerts
Oneindia App Download

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପାଇଁ ଶିଖର ଧାୱନ ହେଲେ ଅଧିନାୟକ

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଟି-୨୦ ବିଶ୍ଵ କପ୍ ପୂର୍ବରୁ ଖେଳାଯିବାକୁ ଥିବା ଏହି ସିରିଜ୍‌ ପାଇଁ ଶିଖର ଧାଓ୍ଵନଙ୍କୁ ଅଧିନାୟକ କରାଯାଇଛି।

|

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି । ଟି-୨୦ ବିଶ୍ଵ କପ୍ ପୂର୍ବରୁ ଖେଳାଯିବାକୁ ଥିବା ଏହି ସିରିଜ୍‌ ପାଇଁ ଶିଖର ଧାଓ୍ଵନଙ୍କୁ ଅଧିନାୟକ କରାଯାଇଛି । ବରିଷ୍ଠ ଖେଳାଳିଙ୍କୁ ଉକ୍ତ ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଛି । ଅକ୍ଟୋବର ୬ରୁ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଭାରତ ନିଜ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ ।

India vs South Africa

ମଧ୍ୟପ୍ରଦେଶ ବ୍ୟାଟ୍ସମ୍ୟାନ୍ ରଜତ ପାଟିଦାର ଏବଂ ପଶ୍ଚିମବଙ୍ଗର ଦ୍ରୁତ ବୋଲର ମୁକେଶ କୁମାରଙ୍କୁ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି । ମହମ୍ମଦ ଶାମିଙ୍କ ବ୍ୟତୀତ ଟି-୨୦ ବିଶ୍ୱକପ ପାଇଁ ଭାରତର ସମସ୍ତ ରିଜର୍ଭ ଖେଳାଳି ଦୀପକ ଚହର, ଶ୍ରେୟାସ ଆୟର ଏବଂ ରବି ବିଷ୍ଣୋଇଙ୍କୁ ଏହି ସିରିଜ ପାଇଁ ମନୋନୀତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଟି-୨୦ ବିଶ୍ୱକପ୍ ପାଇଁ ଆସନ୍ତା ଅକ୍ଟୋବର ୬ ତାରିଖରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବାହାରିବ । ଯେବେ କି ଅକ୍ଟୋବର ୪ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ଶେଷ ହେବ । ତେଣୁ ବିଶ୍ୱକପକୁ ଆଖି ଆଗରେ ରଖି ଏହି ଦଳ ଘୋଷଣା କରାଯାଇଛି । ଯେଉଁଥିରେ କି ନବାଗତମାନଙ୍କୁ ଅଧିକ ସୁଯୋଗ ଦିଆଯାଇଛି ।

  • ଭାରତୀୟ ଦଳ: ଶିଖର ଧାୱନ (ଅଧିନାୟକ), ଶ୍ରେୟାସ ଆୟାର (ଉପ-ଅଧିନାୟକ), ଋତୁରାଜ ଗାଏକାର୍ଡ, ଶୁଭମନ୍ ଗିଲ୍, ରଜତ ପଟିଦାର, ରାହୁଲ ତ୍ରିପାଠୀ, ଇଶାନ କିଷାନ, ସଞ୍ଜୁ ସାମସନ୍, ଶାହବାଜ୍ ଅହମ୍ମଦ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ରବି ବିଷ୍ନୋଇ, ମୁକେଶ କୁମାର, ଆବେଶ ଖାନ୍, ମହମ୍ମଦ ସିରାଜ ଓ ଦୀପକ ଚହର ।

ଖେଳସୂଚୀ:

  • ପ୍ରଥମ ଦିନିକିଆ- ଅକ୍ଟୋବର ୬ ତାରିଖ, ଲକ୍ଷ୍ନୌ
    ଦ୍ୱିତୀୟ ଦିନିକିଆ- ଅକ୍ଟୋବର ୯ ତାରିଖ, ରାଞ୍ଚି
    ତୃତୀୟ ଦିନିକିଆ- ଅକ୍ଟୋବର ୧୧ ତାରିଖ, ଦିଲ୍ଲୀ
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Team India Squad Announced for ODI Series Against South Africa
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X