Get Updates
Get notified of breaking news, exclusive insights, and must-see stories!

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପାଇଁ ଶିଖର ଧାୱନ ହେଲେ ଅଧିନାୟକ

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଟି-୨୦ ବିଶ୍ଵ କପ୍ ପୂର୍ବରୁ ଖେଳାଯିବାକୁ ଥିବା ଏହି ସିରିଜ୍‌ ପାଇଁ ଶିଖର ଧାଓ୍ଵନଙ୍କୁ ଅଧିନାୟକ କରାଯାଇଛି।

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି । ଟି-୨୦ ବିଶ୍ଵ କପ୍ ପୂର୍ବରୁ ଖେଳାଯିବାକୁ ଥିବା ଏହି ସିରିଜ୍‌ ପାଇଁ ଶିଖର ଧାଓ୍ଵନଙ୍କୁ ଅଧିନାୟକ କରାଯାଇଛି । ବରିଷ୍ଠ ଖେଳାଳିଙ୍କୁ ଉକ୍ତ ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଛି । ଅକ୍ଟୋବର ୬ରୁ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଭାରତ ନିଜ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ ।

India vs South Africa

ମଧ୍ୟପ୍ରଦେଶ ବ୍ୟାଟ୍ସମ୍ୟାନ୍ ରଜତ ପାଟିଦାର ଏବଂ ପଶ୍ଚିମବଙ୍ଗର ଦ୍ରୁତ ବୋଲର ମୁକେଶ କୁମାରଙ୍କୁ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି । ମହମ୍ମଦ ଶାମିଙ୍କ ବ୍ୟତୀତ ଟି-୨୦ ବିଶ୍ୱକପ ପାଇଁ ଭାରତର ସମସ୍ତ ରିଜର୍ଭ ଖେଳାଳି ଦୀପକ ଚହର, ଶ୍ରେୟାସ ଆୟର ଏବଂ ରବି ବିଷ୍ଣୋଇଙ୍କୁ ଏହି ସିରିଜ ପାଇଁ ମନୋନୀତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଟି-୨୦ ବିଶ୍ୱକପ୍ ପାଇଁ ଆସନ୍ତା ଅକ୍ଟୋବର ୬ ତାରିଖରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବାହାରିବ । ଯେବେ କି ଅକ୍ଟୋବର ୪ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ଶେଷ ହେବ । ତେଣୁ ବିଶ୍ୱକପକୁ ଆଖି ଆଗରେ ରଖି ଏହି ଦଳ ଘୋଷଣା କରାଯାଇଛି । ଯେଉଁଥିରେ କି ନବାଗତମାନଙ୍କୁ ଅଧିକ ସୁଯୋଗ ଦିଆଯାଇଛି ।

  • ଭାରତୀୟ ଦଳ: ଶିଖର ଧାୱନ (ଅଧିନାୟକ), ଶ୍ରେୟାସ ଆୟାର (ଉପ-ଅଧିନାୟକ), ଋତୁରାଜ ଗାଏକାର୍ଡ, ଶୁଭମନ୍ ଗିଲ୍, ରଜତ ପଟିଦାର, ରାହୁଲ ତ୍ରିପାଠୀ, ଇଶାନ କିଷାନ, ସଞ୍ଜୁ ସାମସନ୍, ଶାହବାଜ୍ ଅହମ୍ମଦ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ରବି ବିଷ୍ନୋଇ, ମୁକେଶ କୁମାର, ଆବେଶ ଖାନ୍, ମହମ୍ମଦ ସିରାଜ ଓ ଦୀପକ ଚହର ।

ଖେଳସୂଚୀ:

  • ପ୍ରଥମ ଦିନିକିଆ- ଅକ୍ଟୋବର ୬ ତାରିଖ, ଲକ୍ଷ୍ନୌ
    ଦ୍ୱିତୀୟ ଦିନିକିଆ- ଅକ୍ଟୋବର ୯ ତାରିଖ, ରାଞ୍ଚି
    ତୃତୀୟ ଦିନିକିଆ- ଅକ୍ଟୋବର ୧୧ ତାରିଖ, ଦିଲ୍ଲୀ
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+