ବିନା ମ୍ୟାଚ୍ ଖେଳି ବିଶ୍ୱରେକର୍ଡ କଲା ଟିମ ଇଣ୍ଡିଆ: ଏହି ସିରିଜର ଟିକେଟ ବିକ୍ରି
ବର୍ଡର-ଗାଭାସ୍କର ଟ୍ରଫିରେ ବ୍ୟସ୍ତ ଟିମ ଇଣ୍ଡିଆ । ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚ୍ ଜିତିଛନ୍ତି । ଆଉ ଏହି ସିରିଜର ଶେଷ ମ୍ୟାଚ ଜାନୁଆରୀ ୩ରୁ ସିଡନୀରେ ଖେଳାଯିବ।
ଆସନ୍ତା ବର୍ଷ ଜୁନ୍ରେ ଟିମ ଇଣ୍ଡିଆ ଇଂଲଣ୍ଡ ଗସ୍ତ କରିବ । ଯେଉଁଠାରେ ଦୁଇ ଦଳ ମଧ୍ୟରେ ପାଞ୍ଚଟି ଟେଷ୍ଟ ମ୍ୟାଚ ଖେଳାଯିବ । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପରେ ଏହି ସିରିଜ ଆରମ୍ଭ ହେବ। ବର୍ତ୍ତମାନ ଏଭଳି ଖବର ସାମ୍ନାକୁ ଆସିଛି ଯେ ଏହାକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଇଂଲଣ୍ଡ ବିପକ୍ଷ ସିରିଜର ଦ୍ୱିତୀୟ ମ୍ୟାଚ ବର୍ମିଂହାମରେ ଖେଳାଯିବ, ଯେଉଁଥିପାଇଁ ପ୍ରଥମ ୪ ଦିନର ସମସ୍ତ ଟିକେଟ ବିକ୍ରି ହୋଇସାରିଛି ।
ଭାରତ ବନାମ ଇଂଲଣ୍ଡ ବର୍ମିଂହାମ ଟେଷ୍ଟ ମ୍ୟାଚ ୨ ଜୁଲାଇ ୨୦୨୫ରେ ଆରମ୍ଭ ହେବ। ଏହି ମ୍ୟାଚ୍ ପାଇଁ ୨୦୩ ଦିନ ବାକି ଅଛି। ପ୍ରାୟ ୭ ମାସ ପୂର୍ବେ ବିକ୍ରି ହୋଇଥିବା ଟିକେଟ୍ ହେଉଛି ପ୍ରମାଣ ଯେ ଇଂଲଣ୍ଡ ଏବଂ ଭାରତରେ କ୍ରିକେଟ ପାଇଁ କ୍ରେଜ ଭିନ୍ନ ସ୍ତରରେ ଅଛି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏହି ସିରିଜକୁ ପଟୌଦି ଟ୍ରଫି ରଖାଯାଇଛି, ଯାହାର ପ୍ରଥମ ମ୍ୟାଚ ୨୦ ଜୁନରୁ ଲିଡ୍ସରେ ଖେଳାଯିବ। ବର୍ମିଂହାମ୍ରେ ହେବାକୁ ଥିବା ମ୍ୟାଚର ପ୍ରଥମ ଚାରି ଦିନ ପାଇଁ ସମସ୍ତ ଟିକେଟ ବିକ୍ରି ହୋଇସାରିଛି। ଏବେ ଯଦି ଅନ୍ୟ କେହି ଦ୍ୱିତୀୟ ଟେଷ୍ଟକୁ ଉପଭୋଗ କରିବାକୁ ଚାହାଁନ୍ତି, ତେବେ ସେ କେବଳ ପଞ୍ଚମ ଦିନ ପାଇଁ ଟିକେଟ କିଣିପାରିବେ।

ଏଜବାଷ୍ଟନ ଷ୍ଟାଡିୟମର ଟୁଇଟର ହ୍ୟାଣ୍ଡେଲ ପକ୍ଷରୁ ଏହି ବିଷୟରେ ସୂଚନା ଦିଆଯାଇଛି ଯେ,ପ୍ରଥମ ଚାରି ଦିନ ପାଇଁ ସମସ୍ତ ଟିକେଟ ବିକ୍ରି ହୋଇସାରିଛି। ଏଠାରେ ଟିକେଟ ମୂଲ୍ୟ ୨୭୦୦ ରୁ ଆରମ୍ଭ ହୋଇ ୩୨ ହଜାର ଟଙ୍କା ପର୍ଯ୍ୟନ୍ତ ଯା ଏ। ଯେତେବେଳେ କି ୧୬ ବର୍ଷରୁ କମ ପିଲାମାନଙ୍କ ପାଇଁ ଟିକେଟ ମୂଲ୍ୟ ୧୦ ପାଉଣ୍ଡରେ ରଖାଯାଇଛି। ଯଥା ପ୍ରାୟ ୧,୦୮୦ ଟଙ୍କା। ଆଶେସ ସିରିଜ୍କୁ ବାଦ୍ ଦେଇ ପ୍ରଥମ ଥର ପାଇଁ ମ୍ୟାଚର ପ୍ରଥମ ଚାରି ଦିନ ପାଇଁ ଟିକେଟ ଆଗରୁ ବିକ୍ରି ହୋଇଛି। ଆହୁରି ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଟିକେଟ ୭ ମାସ ପୂର୍ବରୁ ବିକ୍ରି ହୋଇସାରିଛି ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications