Get Updates
Get notified of breaking news, exclusive insights, and must-see stories!

୫ ବିଶ୍ୱ ରେକର୍ଡ କଲା ଟିମ ଇଣ୍ଡିଆ: ଗୋଟିଏ ମ୍ୟାଚରେ ଦ୍ରୁତତମ ୫୦,୧୦୦, ୧୫୦, ୨୦୦, ୨୫୦

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ୪ ଦିନରେ ବିସ୍ଫୋରକ ବ୍ୟାଟିଂ କରିଥିବା ଟିମ ଇଣ୍ଡିଆ ଏକଥରେ ୫ ବିଶ୍ୱ ରେକର୍ଡକୁ ଭାଙ୍ଗିଛି। ଭାରତ ପାଇଁ ପ୍ରଥମ ଇନିଂସରେ ଯଶସ୍ୱୀ ଜୈସୱାଲ ସର୍ବାଧିକ ୭୨ ରନ କରିଥିବା ବେଳେ କେଏଲ ରାହୁଲ ନିମ୍ନ ଭାଗରେ ଦ୍ରୁତ ୬୮ ରନର ଇନିଂସ ଖେଳିଛନ୍ତି। ଭାରତର ସବୁ ବ୍ୟାଟର ବଡ଼ ଶଟ ଖେଳିବା ମୁଡରେ ଥିବାରୁ ଫ୍ୟାନ୍ସ ମଧ୍ୟ ଚକିତ ହୋଇଛନ୍ତି।

ଭାରତ ତା'ର ପ୍ରଥମ ଇନିଂସରେ ମାତ୍ର ୩୫ ଓଭର ବ୍ୟାଟିଂ କରି ୯ ୱିକେଟ ବଳରେ ୨୮୫ ରନ କରିବା ପରେ ପାଳି ଘୋଷଣା କରିଛି। ବାଂଲାଦେଶ ପ୍ରଥମ ଇନିଂସରେ ୨୩୩ ରନ କରିଥିଲା।

ପ୍ରଥମ ବଲରୁ ରୋହିତ ଶର୍ମା ଓ ଯଶସ୍ୱୀ ଜୈସୱାଲ ନିଜର ଆଟାକିଂ ରୂପ ଦେଖାଇଥିଲେ। ଉଭୟ କେବଳ ଚୌକା-ଛକାରେ କଥାବାର୍ତ୍ତା କରିଥିଲେ। ଉଭୟ କେବଳ ୧୮ଟି ବଲରେ ଦଳ ପାଇଁ ୫୦ ରନ ଯୋଡ଼ିଥିଲେ।

ପ୍ରଥମଥର ପାଇଁ ଟେଷ୍ଟ କ୍ରିକେଟରେ ୩ ଓଭର ମଧ୍ୟରେ କୌଣସି ଦଳ ୫୦ ରନ କରିବାର ରେକର୍ଡ ଭାରତ ନାଁରେ ଯୋଡ଼ି ହୋଇଯାଇଛି।

Team India sets 5 world records

ପୂର୍ବରୁ ଏହି ରେକର୍ଡ ଇଂଲଣ୍ଡ ନାଁରେ ଥିଲା। ଇଂଲଣ୍ତ ୨୬ ବଲରେ ୫୦ ରନ କରିଥିବା ବେଳେ ଭାରତୀୟ ଟିମ ୧୮ ବଲରେ ଏହି ରେକର୍ଡ କରିଛି। ଭାରତର ଦ୍ରୁତତମ ୫୦ ରନ ଇଂଲଣ୍ଡ ବିପକ୍ଷ ୨୦୦୮ ଚେପକ ଟେଷ୍ଟରେ ରହିଥିଲା। ଦଳ ୫.୩ ଓଭରରେ ଏପରି କୀର୍ତ୍ତିମାନ କରିଥିଲା।

ଦ୍ରୁତତମ ଦଳୀୟ ଅର୍ଦ୍ଧଶତକ

୩.୦ ଓଭର- ଭାରତ ବନାମ ବାଂଲାଦେଶ, କାନପୁର-୨୦୨୪

୪.୨ ଓଭର- ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ, ନଟ୍ଟିଂହାମ- ୨୦୨୪

୪.୩ ଓଭର- ଇଂଲଣ୍ଡ ବନାମ ଦକ୍ଷିଣ ଆଫ୍ରିକା, ଦି ଓଭାଲ-୧୯୯୪

୪.୬ ଓଭର- ଇଂଲଣ୍ଡ ବନାମ ଶ୍ରୀଲଙ୍କା, ମାଞ୍ଚେଷ୍ଟର- ୨୦୦୨

୫.୨ ଓଭର- ଶ୍ରୀଲଙ୍କା ବନାମ ପାକିସ୍ତରନ, କରାଚି- ୨୦୦୪

ବାଂଲାଦେଶ ବିପକ୍ଷ ଟେଷ୍ଟରେ ଭାରତୀୟ ଟିମ ଦ୍ରୁତତମ ୧୦୦ ରନ ମଧ୍ୟ ଟେଷ୍ଟ କ୍ରିକେଟରେ ହାସଲ କରିଛି। ଭାରତ ମାତ୍ର ୬୧ ବଲ(୧୦.୧)ରେ ୧୦୦ ରନ ପୂରଣ କରି ନିଜ ନାଁରେ ଥିବା ବିଶ୍ୱ ରେକର୍ଡକୁ ଭାଙ୍ଗିଥିଲା। ପୂର୍ବରୁ ଦଳ ୨୦୨୩ରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ ୧୨.୨ ଓଭରରେ ୧୦୦ ରନ କରିଥିଲା।

ଦ୍ରୁତତମ ଦଳୀୟ ଶତକ

୧୦.୧ ଓଭର- ଭାରତ ବନାମ ବାଂଲାଦେଶ, କାନପୁର-୨୦୨୪

୧୨.୨ ଓଭର- ଭାରତ ବନାମ ୱେଷ୍ଟ ଇଣ୍ଡିଜ, ପୋର୍ଟ ଅଫ ସ୍ପେନ, ୨୦୨୩

୧୩.୧ ଓଭର- ଶ୍ରୀଲଙ୍କା ବନାମ ବାଂଲାଦେଶ, କଲମ୍ବୋ- ୨୦୦୧

୧୩.୪ ଓଭର- ବାଂଲାଦେଶ ବନାମ ୱେଷ୍ଟ ଇଣ୍ଡିଜ, ମୀରପୁର- ୨୦୧୨

୧୩.୪ ଓଭର- ଇଂଲଣ୍ଡ ବନାମ ପାକିସ୍ତାନ, କରାଚି- ୨୦୨୨

୧୩.୪ ଓଭର - ଇଂଲଣ୍ଡ ବନାମ ପାକିସ୍ତାନ, ରାୱଲପିଣ୍ଡି- ୨୦୨୨

୧୩.୬ ଓଭର- ଅଷ୍ଟ୍ରେଲିଆ ବନାମ ଇଣ୍ଡିଆ, ପର୍ଥ- ୨୦୧୨

ଭାରତୀୟ ଟିମ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦ୍ରୁତତମ ୧୫୦ ରନ ହାସଲ କରିବାର ରେକର୍ଡ କରିଛି। ଦଳ ୧୮.୨ ଓଭରରେ ଦଳୀୟ ସ୍କୋରକୁ ୧୫୦ ପାର କରାଇଥିଲା। ପୂର୍ବରୁ ଏହି ରେକର୍ଡ ମଧ୍ୟ ଭାରତ ନାଁରେ ଥିଲା। ଭାରତ ୨୧.୧ ଓଭରରେ ୱେଷ୍ଟଇଣ୍ଡିଜ ବିପକ୍ଷ ୨୦୨୩ ଟେଷ୍ଟରେ ୧୫୦ ରନ ପୂରଣ କରିଥିଲା।

ରୋହିତ ସେନା ଟେଷ୍ଟ ଇତିହାସରେ ଦ୍ରୁତତମ ଦୁଇ ଶତକ ମଧ୍ୟ ହାସଲ କରିଛି। ଦଳ ୨୪.୪ ଓଭରରେ ଏହି ରେକର୍ଡ ହାସଲ କରି ଅଷ୍ଟ୍ରେଲିଆକୁ ପଛରେ ପକାଇଛି। ଅଷ୍ଟ୍ରେଲିଆ ୨୦୧୭ ସିଡ୍‌ନୀ ଟେଷ୍ଟରେ ପାକିସ୍ତାନ ବିପକ୍ଷରେ ୨୮.୧ ଓଭରରେ ୨୦୦ ରନ କରିଥିଲା।

ବାଂଲାଦେଶ ବିପକ୍ଷ ଟେଷ୍ଟର ୩୦ତମ ଓଭରରେ ଭାରତର ସ୍କୋର ୨୫୦ ଛୁଇଁଥିଲା। ଏହା ମଧ୍ୟ ଟେଷ୍ଟ କ୍ରିକେଟରେ ଦ୍ରୁତତମ ୨୫୦ ରନ। ଭାରତ ୩୦.୪ ଓଭରରେ ୨୫୦ ରନ କରି ଇଂଲଣ୍ଡ ନାଁରେ ଥିବା ରେକର୍ଡକୁ ଭାଙ୍ଗିଛି। ଇଂଲଣ୍ଡ ୩୩.୬ ଓଭରରେ ଦଳୀୟ ସ୍କୋରକୁ ପାକିସ୍ତାନ ବିପକ୍ଷରେ ୨୫୦ ରନରେ ପହଞ୍ଚାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+