Get Updates
Get notified of breaking news, exclusive insights, and must-see stories!

ଗତ 10 ବର୍ଷରେ 4 ଆଇସିସି ଫାଇନାଲ ହାରିଛି ଟିମ୍ ଇଣ୍ଡିଆ, ପୁଣି ଲମ୍ଭ ହେଲା ଟ୍ରଫି ଜିତିବାର ସ୍ବପ୍ନ

ICC Trophy, Team India: 10 ବର୍ଷ , 9 ଆଇସିସି ଟ୍ରଫି, 4 ଫାଇନାଲ । ତଥାପି ଜାରି ରହିଛି ଭାରତର ଟ୍ରଫି ମରୁଡ଼ି । ଗତ 10 ବର୍ଷ ମଧ୍ୟରେ ଦଳ 9ଟି ଆଇସିସି ଇଭେଣ୍ଟରେ ଫେଲ ହୋଇଛି ।

ଇଂଲଣ୍ଡ ବିପକ୍ଷରେ ଶେଷଥର ପାଇଁ 2013 ଚାମ୍ପିଅନ୍ସ ଟ୍ରଫି ବିଜୟ ପରଠାରୁ ଭାରତ ଆଇସିସି ଫାଇନାଲରେ ଚତୁର୍ଥ ଥର ପାଇଁ ପରାଜୟର ସମ୍ମୁଖୀନ ହୋଇଛି । ଭାରତ ମଧ୍ୟ 2014 ଟି-20 ବିଶ୍ୱକପ, 2017 ଚାମ୍ପିଅନ୍ସ ଟ୍ରଫି ଏବଂ 2021ରେ ନ୍ୟୁଜିଲ୍ୟାଣ୍ଡଠୁ WTC ଫାଇନାଲରେ ପରାସ୍ତ ହୋଇଥିଲା । ଆଉ ଆଜି (ରବିବାର) ବହୁ ଆଶାତୀତ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲେ ଅଷ୍ଟ୍ରେଲିଆଠାରୁ 209ରନରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ ।

Team India

ଆଇସିସି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ବିଫଳତା

2013 ରେ ଭାରତ ଏକ ଆଇସିସି ଟ୍ରଫି ଜିତିଥିଲା ​​। ଧୋନିଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । କିନ୍ତୁ ଏହା ପରେ ଲାଗୁଥିଲା ଯେପରି ଦଳ ଏଥିପ୍ରତି ଦୃଷ୍ଟି ହରାଇଛି । 2014 ରେ ଟି-20 ବିଶ୍ୱକପ ଫାଇନାଲରେ ହାରିା ପରେ ଭାରତ 2015 ରେ ଏକ ଦିନିକିଆ ବିଶ୍ୱକପ ସେମିଫାଇନାଲରେ ହାରିଯାଇଥିଲା । ସେହିପରି 2016 ରେ ଭାରତ ଟି-20 ବିଶ୍ୱକପ ସେମିଫାଇନାଲରେ ହାରିଥିଲା, 2017 ରେ ଭାରତ ଟାମ୍ପିୟନ୍ସ ଟ୍ରଫି ଫାଇନାଲରେ ହାରିଥିଲା । 2019 ରେ ପୁନର୍ବାର ଦିନିକିଆ ବିଶ୍ୱକପ୍ ସେମିଫାଇନାଲରେ ଓ 2021 ଟି-20 ବିଶ୍ୱକପ୍ ପ୍ରଥମ ରାଉଣ୍ଡରେ ପ୍ରସ୍ଥାନ ଏବଂ 2021 ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ହାରିଥିଲା ଭାରତ ।

ଟିମ୍ ଇଣ୍ଡିଆ 10 ବର୍ଷରେ 4ଟି ଫାଇନାଲ୍ ହାରିଛି

ଆଇସିସି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ବିଫଳତା ମଧ୍ୟରେ ସବୁଠୁ କଷ୍ଟଦାୟକ ହେଉଛି 4ଟି ଫାଇନାଲରେ ପରାଜୟ । ଗୁରୁତ୍ୱପୂର୍ଣ୍ଣ ସମୟରେ ଭାରତୀୟ ଦଳ ଚୋକ୍ ମାରୁଛି । ଏକଦା ଦକ୍ଷିଣ ଆଫ୍ରିକାକୁ ଚୋକ୍କର କୁହାଯାଉଥିଲା । କାରଣ ଦଳ ବଡ଼ ବଡ଼ ମ୍ୟାଚରେ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା । କିନ୍ତୁ ବର୍ତ୍ତମାନ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଦେଖି ଲାଗୁଛି ଯେ ବର୍ତ୍ତମାନ ଏହି ଅବାଞ୍ଛିତ ଟ୍ୟାଗ୍ ଭାରତ ପାଇଁ ଲାଗୁ ହୋଇପାରେ । କିନ୍ତୁ ଏଠାରେ ପ୍ରଶ୍ନ ହେଉଛି ପରାଜୟର କାରଣ କ'ଣ ଏବଂ ଏଥିପାଇଁ କିଏ ଦାୟୀ ?

ଆଜିର ମ୍ୟାଚ

ଭାରତକୁ ଶେଷ ଦିନରେ 280 ରନର ଆବଶ୍ୟକ ଥିବାବେଳେ ହାତରେ ଥିଲା 7 ୱିକେଟ୍ । ଭାରତ ତାର ଦ୍ବିତୀୟ ପାଳିରେ 164 ରନରୁ ଆଜି ଖେଳ ଆରମ୍ଭ କରିଥିଲା । ମାତ୍ର ଶେଷ ଦିନରେ ଭାରତ ତାର ସମସ୍ତ ୱିକେଟ୍ ହରାଇ ମାତ୍ର 234 ରନ କରିପାରିଥିଲା । ଫଳରେ ଅଷ୍ଟ୍ରେଲିଆ 209 ରନ ମ୍ୟାଚ ଜିତି ନିଜର ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଟାଇଟଲ୍ ଟେକିଛି ।

ବିଶ୍ୱ ଟେଷ୍ଟ ଚମ୍ପିଅନସିପ ଫାଇନାଲରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ବିଶାଳ 496 ସ୍କୋର କରିଥିଲେ ଅଷ୍ଟ୍ରେଲିଆ ଟିମ୍ । ଏହାପରେ ଭାରତ ପ୍ରଥମ ଇନିଂସରେ ମାତ୍ର 296 ରନରେ ଅଲଆଉଟ୍ ହୋଇଥିଲା । ଶେଷରେ ୨ୟ ଇନିଂସରେ ବ୍ୟାଟିଂ କରିବାକୁ ଆସି ଅଷ୍ଟ୍ରେଲିଆ ଟିମ୍ 270 ରନ କରି ପାଳି ଘୋଷଣା କରିଥିଲା । ଯାହା ଫଳରେ ଟିମ୍‌ ଇଣ୍ଡିଆ ଆଗରେ 444 ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+