ICC ODI Rankings: ଇଣ୍ଡିଜ୍ ବିପକ୍ଷ ସିରିଜ ପୋଛିବା ପରେ 3ୟ ସ୍ଥାନରେ ଭାରତ
3 ମ୍ୟାଚ୍ ବିଶିଷ୍ଟ ସିରିଜରେ 3-ବିଜୟ ପରେ ଦିନିକିଆ ମାନ୍ୟତାରେ ଭାରତ ତୃତୀୟ ସ୍ଥାନ ବଜାୟ ରଖିଛି। ଅନେକ ଶ୍ରେଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଶିଖର ଧୱନ ଦଳର ନେତୃତ୍ୱ ନେଇ ଇତିହାସ ସୃଷ୍ଟି କରିଥିଲେ।
ଦୁବାଇ: ବିଦେଶ ମାଟିରେ ଦିନିକିଆ ସିରିଜରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । 3 ମ୍ୟାଚ୍ ବିଶିଷ୍ଟ ସିରିଜରେ 3-ବିଜୟ ପରେ ଦିନିକିଆ ମାନ୍ୟତାରେ ଭାରତ ତୃତୀୟ ସ୍ଥାନ ବଜାୟ ରଖିଛି । ଅନେକ ଶ୍ରେଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଶିଖର ଧୱନ ଦଳର ନେତୃତ୍ୱ ନେଇ ଇତିହାସ ସୃଷ୍ଟି କରିଥିଲେ ।

ଭାରତୀୟ ଦଳ ଭଲ ପ୍ରଦର୍ଶନ କରି ଇଣ୍ଡିଜ୍ ମାଟିରେ ପ୍ରଥମ ଥର ପାଇଁ ଘରୋଇ ଦଳକୁ କ୍ଲିନ୍ ସୁଇପ୍ କରିଛି । ବର୍ଷା ପ୍ରଭାବିତ ତୃତୀୟ ଦିନିକିଆରେ ଭାରତ 119 ରନରେ ଏକ ବଡ଼ ବିଜୟ ପଞ୍ଜିକରଣ କରିଛି । ଦିନିକିଆ ସିରିଜରେ ଏହା କ୍ରମାଗତ ତୃତୀୟ ବିଜୟ । ଯାହା ଭାରତୀୟ ଦଳକୁ ରେଟିଂ ପଏଣ୍ଟ 110 କୁ ନେଇଛି । ଚତୁର୍ଥ ସ୍ଥାନରେ ପାକିସ୍ତାନ (106 ପଏଣ୍ଟ) ରେ ରହିଛି । ଲଗାତାର ଦ୍ୱାଦଶ ଥର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ ଜିତିଛି ।
ଚଳିତ ବର୍ଷ ଆରମ୍ଭରେ ଭାରତ ନିଜ ମାଟିରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ଏହିପରି ଭାବରେ ଭାରତୀୟ ଦଳ ଗତ 9 ଟି ଦିନିକିଆ ମଧ୍ୟରୁ 8 ଟି ଜିତିଛି। ଦିନିକିଆ ର଼୍ୟାଙ୍କିଙ୍ଗରେ ନ୍ୟୁଜିଲ୍ୟାଣ୍ଡ ଶୀର୍ଷରେ ରହିଛି। ଏହାର 128 ରେଟିଂ ପଏଣ୍ଟ ଥିବାବେଳେ ଇଂଲଣ୍ଡ 119 ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛି ।












Click it and Unblock the Notifications