Get Updates
Get notified of breaking news, exclusive insights, and must-see stories!

ହାରିନି ଅଷ୍ଟ୍ରେଲିଆ, ଜିତିନି ଭାରତ: ହେଲେ WTC ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ

WTC ଫାଇନାଲ ସମୀକରଣ କେବଳ ଯେ ଭାରତ ମ୍ୟାଚ ବିଜୟ ପାରଜୟ କିମ୍ବା ଡ୍ର ଉପରେ ନିର୍ଭର କରୁ ନଥିଲା । ସମୀକରଣ ଏମିତି ଥିଲା ଯେ, ଯାହାକୁ ନେଇ ଅନେକ କ୍ରିକେଟ୍ ପ୍ରେମୀଙ୍କ ମନରେ ଦ୍ବନ୍ଦ୍ୱ ସୃଷ୍ଟି ହୋଇଥିଲା ।

WTC Final

Team India in WTC Final: ଚାଲିଛି ଭାରତ ବନାମ ଅଷ୍ଟ୍ରେଲିଆ ଶେଷ ଟେଷ୍ଟ ମ୍ୟାଚ । ହାରିନି ଅଷ୍ଟ୍ରେଲିଆ କି ଜିତିନି ଭାରତ, କିମ୍ବା ଡ୍ର ବି ହୋଇ ନାହିଁ ମ୍ୟାଚ୍ । ମାତ୍ର ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ (WTC Final)ରେ ପହଞ୍ଚିଲା ଭାରତ । ତେବେ ଆପଣ ଏବେ ଭାବୁଥିବେ ଏମିତି କେମିତି ହେଲା ? ମ୍ୟାଚର ଫଳାଫଳ ଆସି ନଥିବା ବେଳେ କେମତି WTC ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ ?

ଆଜ୍ଞା, WTC ଫାଇନାଲ ସମୀକରଣ କେବଳ ଯେ ଭାରତ ମ୍ୟାଚର ବିଜୟ ପାରଜୟ କିମ୍ବା ଡ୍ର ଉପରେ ନିର୍ଭର କରୁ ନଥିଲା । WTC ଫାଇନାଲ ସମୀକରଣରଅନ୍ୟ ଏକ ପାର୍ଶ୍ୱ ଶ୍ରୀଲଙ୍କା ନ୍ୟୁଜଲାଣ୍ଡ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଫଳାଫଳ ଉପରେ ମଧ୍ୟ ନିର୍ଭର କରୁଥିଲା । ଆଉ ଯାହାର ଫଳାଫଳ ଆସି ସାରିଛି । ନ୍ୟୁଜିଲାଣ୍ଡଠାରୁ ଶ୍ରୀଲଙ୍କା ପରାସ୍ତ ହେବା ପରେ ତୃତୀୟ ସ୍ଥାନରେ ଥିବା ଶିହଂଳୀ ଦଳର WTC ଫାଇନାଲ ଟିକେଟ୍ କ୍ୟାନସଲ ହୋଇଛି । ଫଳରେ ଦ୍ବିତୀୟ ସ୍ଥାନରେ ଥିବା ଟିମ ଇଣ୍ଡିଆ ଏବେ ଅଷ୍ଟ୍ରେଲିଆକୁ WTC ଫାଇନାଲରେ ଭେଟିବ ।

ଉଲ୍ଲେଖଥାଉ କି, ଇନ୍ଦୋର ଟେଷ୍ଟ ଜିତିବା ପରେ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ସ୍ଥାନ ପାଇ ସାରିଛି । ଅର୍ଥାତ୍ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଥିବା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶେଷ ଫାଇନାଲ ସ୍ପଟ୍ ପାଇଁ ପରୋକ୍ଷ ଲଢେଇ ଜାରି ରହିଥିଲା । ତେବେ ଅହମ୍ମଦାବାଦରେ ଭାରତ ଖେଳୁଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ ଏବେ ଡ୍ର ଆଡକୁ ଗତି କରୁଛି । ତେଣୁ ଭାରତର ଫାଇନାଲ ଖେଳିବାର ଆଶା ଶ୍ରୀଲଙ୍କା ବନାମ ନ୍ୟୁଜିଲାଣ୍ଡ ମ୍ୟାଚ ଉପରେ ନିର୍ଭର କରୁଥିଲା ।

ତେବେ ଶ୍ରୀଲଙ୍କା ପାଇଁ WTC ଫାଇନାଲ ସମୀକରଣ ଏଇଆ ଥିଲେ ଯେ, ଯଦି ଦୁଇ ମ୍ୟାଚ୍ ବିଶିଷ୍ଟ ଘରୋଇ ଟେଷ୍ଟ ସିରିଜରେ ଶ୍ରୀଲଙ୍କା ଗୋଟିଏ ମ୍ୟାଚ୍ ହାରିଯାଏ କିମ୍ବା ଡ୍ର ହୁଏ । ତେବେ ଭାରତ ଯୋଗ୍ୟତା ଅର୍ଜନ କରିବ । ଆଉ ଏବେ ଶ୍ରୀଲଙ୍କା ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ରୋମାଞ୍ଚକ ଭାବେ ଦୁଇ ୱିକେଟରେ ପରାସ୍ତ ହୋଇଛି । ଯାହା ଫଳରେ ଭାରତ WTC ଫାଇନାଲର ଟିକେଟ୍ ହାତେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+