ବାରବାଟୀ ଷ୍ଟାଡିୟମରେ ପହଞ୍ଚିଲେ ଟିମ୍ ଇଣ୍ଡିଆ ଖେଳାଳି, ୩ ଘଣ୍ଟା କରିବେ ଅଭ୍ୟାସ
ବାରବାଟୀରେ ଟିମ୍ ଇଣ୍ଡିଆ । ମଙ୍ଗଳବାର ଟି-୨୦ ମ୍ୟାଚ୍ ପୂର୍ବରୁ ବାରବାଟୀ କ୍ରିକେଟ୍ ଷ୍ଟାଡିୟମରେ ପହଞ୍ଚିଛନ୍ତି ଟିମ୍ ଇଣ୍ଡିଆର ସମସ୍ତ ପ୍ଲେୟାର । ଏହାପରେ ଟିମ୍ ଇଣ୍ଡିଆ ପକ୍ଷରୁ ଆରମ୍ଭ ହେବ ଅଭ୍ୟାସ୍ । ଯେଉଁଥିରେ ପୋଲିସ ପ୍ରଶାସନ ଓ ବାରବାଟୀ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ।

ମଙ୍ଗଳବାର ଦିନ ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ । ଏହାପୂର୍ବରୁ ଉଭୟ ଦଳ ପର୍ଯ୍ୟାୟକ୍ରମେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ । ସମସ୍ତ ଖେଳାଳି ଭୁବନେଶ୍ୱର ସ୍ଥିତ ମେ ଫେୟାର ହୋଟେଲରେ ରହିଥିଲେ । ଏହାପରେ ସୋମବାର ଦିନ ପ୍ରଥମ ଟିମ୍ ଇଣ୍ଡିଆର ଖେଳାଳିମାନେ କଟକ ବାରବାଟୀ ଷ୍ଟାଡିୟମ ଆସିଛନ୍ତି । ମ୍ୟାଚ୍ ପୂର୍ବରୁ ଅଭ୍ୟାସ୍ ଲାଗି ଟିମ୍ ଇଣ୍ଡିଆ ବାରବାଟୀରେ ପହଞ୍ଚିଛନ୍ତି । ଅପରାହ୍ନ ୪ଟା ୩୦ ଯାଏଁ ଅଭ୍ୟାସ କରିବ ଟିମ୍ ଇଣ୍ଡିଆ । ଏହାପରେ ଅଭ୍ୟାସ କରିବ ଦକ୍ଷିଣ ଆଫ୍ରିକା ଟିମ୍ । ସଂଧ୍ୟା ସାଢେ ଆଠଟା ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ବାରବାଟୀରେ ଅଭ୍ୟାସ କରିଵ। ଚାରିଟା ୪୫ମିନିଟରେ ଦକ୍ଷିଣ ଆଫ୍ରିକା ଟିମ୍ ସାମ୍ବାଦିକ ସମ୍ମିଳନୀ କରିଵ। ଉଭୟ ଟିମ୍ ର ଅଭ୍ୟାସ ସାଧାରଣ ଦର୍ଶକ ଦେଖିଵା ପାଇଁ ଵ୍ୟଵସ୍ଥା କରାଯାଇଛି। ସାଧାରଣ ଦର୍ଶକଙ୍କ ପାଇଁ ୬ନମ୍ବର ଓ ୭ନମ୍ବର ଗ୍ୟାଲେରୀରୁ ଅଭ୍ୟାସ ଦେଖିଵା ପାଇଁ ଵ୍ୟଵସ୍ଥା ହୋଇଛି।ଦର୍ଶକ ସଂଖ୍ୟା ଅଧିକ ହେଲେ ଆଉ ଦୁଇଟି ଗ୍ୟାଲେରୀ ଖୋଲାଯିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି।
-
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ଇତିହାସ ରଚିଲା ଟିମ୍ ଇଣ୍ଡିଆ, ଫାଇନାଲରେ ୯୬ ରନରେ ଜିତି ଟାଇଟଲ ବଜାୟ ରଖିଲା ଭାରତ -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର !












Click it and Unblock the Notifications