ବିଶ୍ୱ ବିଜେତାଙ୍କ ହେବ ଭବ୍ୟ ସ୍ୱାଗତ, ଏମିତି କିଛି ଆୟୋଜନ କରିଛି ବିସିସିଆଇ
Indian Cricket Team: ବିଶ୍ୱ ବିଜେତା ହୋଇଛି ଭାରତୀୟ ପୁରୁଷ କ୍ରିକେଟ୍ ଦଳ । ଟି20 ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟାଇଟଲ୍ ହାତେଇଛି ଭାରତୀୟ ଦଳ । ଏହା ପରେ ଏହି ବିଜୟକୁ ଏକ ଉତ୍ସବ ରୂପେ ପାଳନ କରିବାକୁ ଘୋଷଣା କରିଛି ବିସିସିଆଇ । ଏପରିକି ଭାରତୀୟ କ୍ରିକେଟ୍ ଟିମ୍ ର ଭବ୍ୟ ସ୍ୱାଗତ ପାଇଁ ଆୟୋଜନ କରିଛି ବିସିସିଆଇ ।
ବିଶ୍ୱକପ୍ ଟାଇଟଲ୍ ଜିତିବା ପରେ ଭାରତୀୟ ଦଳ ବାରବାଡୋସରୁ ସ୍ୱଦେଶ ପାଇଁ ବାହାରିଥିଲେ । କିନ୍ତୁ ସେଠାରେ ପାଣିପାଗ ଖରାପ ଥିବାରୁ ସେଠାରେ ବିମାନ ଚଳାଚଳ ବନ୍ଦ ରହିଛି ।

ଏହା ପରେ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଦ୍ୱାରା ଖେଳାଳିମାନଙ୍କୁ ଆଣିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି । ସେହି ବିମାନରେ ସେମାନଙ୍କ ସହ କିଛି ଭାରତୀୟ ସାମ୍ବାଦିକଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସାମ୍ବାଦିକମାମେ ଟି -20 ବିଶ୍ୱକପ ଖବର କଭର୍ କରିବାକୁ ସେଠାକୁ ଯାଇଥିଲେ ।
ବର୍ତ୍ତମାନ ଇନଷ୍ଟାଗ୍ରାମରେ ଭାରତୀୟ କ୍ରିକେଟ୍ ଦଳର ପେଜ୍ ରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ବିଶ୍ୱକପରେ ଭାରତୀୟ ଦଳର ବିଜୟର ଉତ୍ସବ ସମ୍ପର୍କରେ ସୂଚନା ଦିଆଯାଇଛି । ଏହି ବିଜୟ ଉତ୍ସବ ମୁମ୍ବାଇରେ ପାଳନ କରାଯିବ । ଏଥିରେ ଅଂଶଗ୍ରହଣ କରିବାକୁ ଭାରତୀୟ ଦଳର ପ୍ରଶଂସକଙ୍କୁ ମଧ୍ୟ ଅନୁରୋଧ କରାଯାଇଛି ।
ଆସନ୍ତାକାଲି ଅର୍ଥାତ୍ 4 ଜୁଲାଇରେ ଟିମ୍ ଇଣ୍ଡିଆର ସ୍ୱାଗତ କରିବା ନେଇ ଲେଖାଯାଇଛି । ସେମାନଙ୍କୁ ଏକ ଖୋଲା ବସ୍ ରେ ସ୍ୱାଗତ କରିବା ସହ ବିଶ୍ୱକପ୍ ବିଜୟ ଉତ୍ସବ ପାଳନ କରାଯିବ । ଏହି ଉତ୍ସବ ମୁମ୍ବାଇର ମେରାଇନ୍ ଡ୍ରାଇଭରେ ଅପରାହ୍ନ 5 ଟାରେ ଅନୁଷ୍ଠିତ ହେବ ।












Click it and Unblock the Notifications