For Quick Alerts
Turn On Notification  
For Daily Alerts
Oneindia App Download

ହାରିଲା ଭାରତ, ଭାଙ୍ଗିଲା ହୃଦୟ: ଫାଇନାଲରେ ଇଂଲଣ୍ଡ-ପାକିସ୍ତାନ

୧୦ ୱିକେଟରେ ପରାଜୟ । ଲଜ୍ଜାଜନକ ପରାଜୟ । ନକ୍ଆଉଟ୍ ମ୍ୟାଚରେ ପରାଜୟ ପରେ ପରାଜୟ । ଗୋଟିଏ କି ଦୁଇଟି ନୁହେଁ, ଡଜନ ଡଜନ ମ୍ୟାଚରେ ମେନ ଇନ ବ୍ଲୁର ଏମିତି ଅବସ୍ଥା । ଆଜି ବି ହାରିଲା ଭାରତ, ଭାଙ୍ଗିଲା କୋଟି କୋଟି ଦେଶବାସୀଙ୍କ ହୃଦୟ । ଅଧାରେ ରହିଲା ଟି-୨୦ ବିଶ୍ୱକପ ସ

|

ଆଡିଲେଡ: ୧୦ ୱିକେଟରେ ପରାଜୟ । ଲଜ୍ଜାଜନକ ପରାଜୟ । ନକ୍ଆଉଟ୍ ମ୍ୟାଚରେ ପରାଜୟ ପରେ ପରାଜୟ । ଗୋଟିଏ କି ଦୁଇଟି ନୁହେଁ, ଡଜନ ଡଜନ ମ୍ୟାଚରେ ମେନ ଇନ ବ୍ଲୁର ଏମିତି ଅବସ୍ଥା । ଆଜି ବି ହାରିଲା ଭାରତ, ଭାଙ୍ଗିଲା କୋଟି କୋଟି ଦେଶବାସୀଙ୍କ ହୃଦୟ । ଅଧାରେ ରହିଲା ଟି-୨୦ ବିଶ୍ୱକପ ସ୍ୱପ୍ନ ।

T20 World Cup Semifinal

ସେମିରେ ଭାରତକୁ ୧୦ ୱିକେଟରେ ହରାଇ ଚଳିତ ଟି-୨୦ ବିଶ୍ୱକପ୍ କ୍ରିକେଟ ଫାଇନାଲରେ ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୬୮ ରନ୍ ସଂଗ୍ରହ କରିଥିଲା । ଆଉ ଯାହାକୁ ବିନା କୌଣସି ୱିକେଟ ହରାଇ ୧୬ ଓଭରରେ ହାସଲ କରିନେଲା ଇଂଲଣ୍ଡ । ଦଳ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ଖେଳ ଖେଳିଥିଲେ । ସେ ୩୩ ବଲରେ ୬୩ ରନର ଇନିଂସ ଖେଳିଥିଲେ ।

ଆଲେକ୍ସ ହେଲ୍ସ ଓ ଜୋଶ ବଟଲର ଉଭୟ ଆରମ୍ଭରୁ ଦମଦାର ବ୍ୟାଟିଂ କରିବା ସହ ଭାରତକୁ ପୂରା ମ୍ୟାଚରେ କମବ୍ୟାକ୍‌ କରିବାର କୌଣସି ସୁଯୋଗ ଦେଇ ନାହାନ୍ତି । ବିଶେଷ କରି ଆଜି ହେଲ୍ସଙ୍କ ଆକ୍ରମଣାତ୍ମକ ରୂପ ଦେଖିବାକୁ ମିଳିଛି । ସେ ପ୍ରଥମେ ୨୮ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ଏହାପରେ ସେ ବଡ଼ ବଡ଼ ଶଟ ଖେଳି ଶୀଘ୍ର ମ୍ୟାଚ୍‌ ଶେଷ କରିବା ମୁଡକୁ ଚାଲି ଆସିଥିଲେ । ତାଙ୍କୁ ବଟଲର ଭରପୂର ସହଯୋଗ କରିଥିଲେ । ସେ ମଧ୍ୟ ମଝିରେ ମଝିରେ ଚୌକା ଓ ଛକା ମାରି ଭାରତ ଉପରେ ଚାପ ବଳବତ୍ତର ରଖିଥିଲେ । ଏଥିସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ରମାଗତ ବଲରେ ଗୋଟିଏ ଚୌକା ଓ ଗୋଟିଏ ଛକା ମାରି ମାତ୍ର ୩୬ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

୧୬ତମ ଓଭରର ଶେଷ ବଲରେ ବଟଲର ଚମତ୍କାର ଢଙ୍ଗରେ ଶାମିଙ୍କୁ ଛକା ମାରି ମ୍ୟାଚ୍‌ ଶେଷ କରିଥିଲେ । ବଟଲର ଶେଷ ଯାଏ ୪୯ ବଲରେ ୮୦ ଓ ହେଲ୍ସ ୪୭ ବଲରେ ୮୬ ରନ କରି ଅପରାଜିତ ରହିଥିଲେ । ଇଂଲଣ୍ଡ ୧୦ ୱିକେଟରେ ୨୪ ବଲ ପୂର୍ବରୁ ମ୍ୟାଚ୍‌ ଜିତି ଫାଇନାଲରେ ପ୍ରବେଶ କରିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Team India Lost T20 World Cup Semifinal by 10 Wickets: England vs Pakistan Final
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X