ଘୋଷଣା ହେଲା ଟିମ୍ ଇଣ୍ଡିଆର ଘରୋଇ ସିଜିନ୍ ଖେଳସୂଚୀ: ଭାରତ ଆସିବେ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ଇଂଲଣ୍ଡ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଚଳିତ ୨୦୨୩-୨୪ ଘରୋଇ ସିଜନ ପାଇଁ ଖେଳସୂଚୀ ଜାରି କରିଛି ବିସିସିଆଇ । ଦ୍ୱିପାକ୍ଷିକ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ଇଂଲଣ୍ଡ ଦଲ ଭାରତ ଆସିବେ ।
ତେବେ ଘରୋଇ ସିଜିନରେ ମୋଟ୍ ୫ଟି ଟେଷ୍ଟ, ୩ ଦିନିକିଆ ଓ ୮ଟି ଟି-୨୦ ମ୍ୟାଚ ଖେଳାଯିବ । ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ ପୂର୍ବରୁ ଭାରତ ଗସ୍ତରେ ଆସିବ ଅଷ୍ଟ୍ରେଲିଆ । ମୋହାଲୀ, ଇନ୍ଦୋର ଓ ରାଜକୋଟରେ ଏହି ମ୍ୟାଚ୍ ଗୁଡିକ ଖେଳାଯିବ । ବିଶ୍ୱକପ ଅକ୍ଟୋବର ୫ରେ ଆରମ୍ଭ ହେଉଥିବା ବେଳେ ଅଷ୍ଟ୍ରେଲିଆ ଏହା ପୂର୍ବରୁ ଭାରତ ସହ ୩ଟିକିଆ ଦିନିକିଆ ସିରିଜ ଖେଳିବ।

ଏହା ପରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ନଭେମ୍ବର ୨୩ରୁ ଆରମ୍ଭ ହେବ । ୨୦୨୪ ଆରମ୍ଭରେ ଭାରତ ଗସ୍ତରେ ଆଫଗାନିସ୍ତାନ ଆସିବ । ମୋହାଲୀ, ଇନ୍ଦୋର ଓ ବାଙ୍ଗାଲୋରରେ ୩ଟି ଟି୨୦ ମ୍ୟାଚ ଖେଳାଯିବ । ଏହି ସିରିଜର ସମାପ୍ତି ପରେ ଜାନୁୟାରୀ ୨୫ରୁ ଭାରତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଇଂଲଣ୍ଡ ବିପକ୍ଷରେ ଖେଳିବ । ମ୍ୟାଚ ଗୁଡିକ ହାଇଦ୍ରାବାଦ, ଭାଇଜାଗ, ରାଜକୋଟ, ରାଞ୍ଚି ଓ ଧର୍ମଶାଳାରେ ଖେଳାଯିବ ।
NEWS - BCCI announces fixtures for International Home Season 2023-24.
The Senior Men's team is scheduled to play a total of 16 International matches, comprising 5 Tests, 3 ODIs, and 8 T20Is.
More details here - https://t.co/Uskp0H4ZZR #TeamIndia pic.twitter.com/7ZUOwcM4fI
— BCCI (@BCCI) July 25, 2023
ଘରୋଇ ଋତୁ ଖେଳସୂଚୀ:
- ଭାରତ ବନାମ ଅଷ୍ଟ୍ରେଲିଆ
ପ୍ରଥମ ଦିନିକିଆ-ମୋହାଲୀ-ସେପ୍ଟମ୍ବର ୨୨- ଅପରାହ୍ନ ୧ଟା ୩୦ରୁ
ଦ୍ୱିତୀୟ ଦିନିକିଆ-ଇନ୍ଦୋର-ସେପ୍ଟମ୍ବର ୨୪-ଅପରାହ୍ନ ୧ଟା ୩୦ର
ତୃତୀୟ ଦିନିକିଆ-ରାଜକୋଟ-ସେପ୍ଟମ୍ବର ୨୭-ଅପରାହ୍ନ ୧ଟା ୩୦ର
- ଟି-୨୦ ସିରିଜ୍
ପ୍ରଥମ ଟି-୨୦: ଭାଇଜାଗ-ନଭେମ୍ବର ୨୩- ସନ୍ଧ୍ୟା ୭ଟାରୁ
ଦ୍ୱିତୀୟ ଟି-୨୦: ତ୍ରିଭେନ୍ଦ୍ରମ-ନଭେମ୍ବର ୨୬-ସନ୍ଧ୍ୟା ୭ଟାରୁ
ତୃତୀୟ ଟି-୨୦: ଗୌହାଟୀ-ନଭେମ୍ବର ୨୮-ସନ୍ଧ୍ୟା ୭ଟାରୁ
ଚତୁର୍ଥ ଟି-୨୦: ନାଗପୁର-ଡିସେମ୍ବର ୧-ସନ୍ଧ୍ୟା ୭ଟାରୁ
ପଞ୍ଚମ ଟି-୨୦: ହାଇଦ୍ରାବାଦ-ଡିସେମ୍ବର ୩-ସନ୍ଧ୍ୟା ୭ଟାରୁ
- ଭାରତ ବନାମ ଆଫଗାନିସ୍ତାନ
ପ୍ରଥମ ଟି୨୦: ମୋହାଲୀ - ଜାନୁୟାରୀ ୧୧
ଦ୍ୱିତୀୟ ଟି୨୦: ଇନ୍ଦୋର -ଜାନୁୟାରୀ ୧୪
ତୃତୀୟ ଟି୨୦: ବାଙ୍ଗାଲୋର -ଜାନୁୟାରୀ ୧୭
- ଭାରତ ବନାମ ଇଂଲଣ୍ଡ
ପ୍ରଥମ ଟେଷ୍ଟ: ହାଇଦ୍ରାବାଦ- ଜାନୁୟାରୀ ୨୫ରୁ ୨୯
ଦ୍ୱିତୀୟ ଟେଷ୍ଟ: ଭାଇଜାଗ-ଫେବୃୟାରୀ ୨ରୁ ୦୬
ତୃତୀୟ ଟେଷ୍ଟ: ରାଜକୋଟ-ଫେବୃୟାରୀ ୧୫ରୁ ୧୯
ଚତୁର୍ଥ ଟେଷ୍ଟ: ରାଞ୍ଚି-ଫେବୃୟାରୀ ୨୩ରୁ ୨୭
ପଞ୍ଚମ ଟେଷ୍ଟ: ଧର୍ମଶାଳା-ମାର୍ଚ୍ଚ ୭ରୁ ୧୧












Click it and Unblock the Notifications