Team India Home Match: ଟିମ୍ ଇଣ୍ଡିଆର ଘରୋଇ ସୂଚୀ ଘୋଷିତ
ବିସିସିଆଇ ବୁଧବାର ୨୦୨୫-୨୬ କ୍ରିକେଟ୍ ସିଜିନ ଲାଗି ଆନୁଷ୍ଠାନିକ ଭାବେ ଭାରତୀୟ କ୍ରିକେଟ୍ ଦଳର ଘରୋଇ ସୂଚୀ ଘୋଷଣା କରିଛି। ଭାରତୀୟ କ୍ରିକେଟ୍ ଦଳ ଅକ୍ଟୋବର ମାସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅହମଦାବାଦ ଓ କୋଲ୍କାତାରେ ଦୁଇଟି ଟେଷ୍ଟ୍ ଖେଳିବ।
ଏହା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨ଟି ଟେଷ୍ଟ୍, ୩ଟି ଦିନିକିଆ ଏବଂ ୫ଟି ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବ। ଏହି ଦୁଇ ଶୃଙ୍ଖଳା ପୂର୍ବରୁ ଟିମ୍ ଇଣ୍ଡିଆ ଇଂଲଣ୍ଡ ଯାଇ ସେଠାରେ ୫ ଟେଷ୍ଟ୍ ଖେଳିବ। ପୁଣି ଏସିଆ କପ୍ ଖେଳି ଇଣ୍ଡିଜ୍ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରେ ଅବତୀର୍ଣ୍ଣ ହେବ।

ଆସାମର ବର୍ଷାପାରା ଷ୍ଟାଡିୟମ୍ରେ ପ୍ରଥମ ଥର ଲାଗି ଟେଷ୍ଟ୍ ମ୍ୟାଚ୍ ଖେଳାଯିବ। ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଏଠାରେ ଖେଳାଯିବ। ପ୍ରଥମ ଟେଷ୍ଟ୍ ନୂଆଦିଲ୍ଲୀରେ ଆୟୋଜିତ ହେବ। ସେହିଭଳି ଘରୋଇ ଦିନିକିଆ ଋତୁର ମ୍ୟାଚ୍ଗୁଡ଼ିକ ରାଞ୍ଚି, ରାୟପୁର ଓ ବିଶାଖାପାଟଣାରେ ଖେଳାଯିବ। ଟ୍ବେଣ୍ଟି-୨୦ ଋତୁ କଟକରେ ଡିସେମ୍ବର ୯ ତାରିଖରୁ ଆରମ୍ଭ ହୋଇ ଚଣ୍ଡିଗଡ଼, ଧର୍ମଶାଳା, ଲକ୍ଷ୍ନୌ ଓ ଅହମଦାବାଦରେ ଶେଷ ହେବ। ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨୦୨୬ ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ପ୍ରସ୍ତୁତି ପର୍ବ ଭାବେ ନିଆଯିବ। ବିଶ୍ବକପ୍ ୨୦୨୬ ମସିହା ଫେବ୍ରୁଆରି ମାସରେ ଭାରତ ଓ ଶ୍ରୀଲଙ୍କାରେ ଆୟୋଜିତ ହେବ।
Mark your dates 🗓️
Test series vs West Indies ✅
All-format series vs South Africa ✅
Here's Team India's (Senior Men) schedule for the International Home Season 2025 🔽#TeamIndia | #INDvWI | #INDvSA | @IDFCFIRSTBank pic.twitter.com/ZJZJ4HFbLa
— BCCI (@BCCI) April 3, 2025
ୱେଷ୍ଟଇଣ୍ଡିଜ୍ ଗସ୍ତ
ପ୍ରଥମ ଟେଷ୍ଟ୍ ୨-୬ ଅକ୍ଟୋବର ପୂର୍ବାହ୍ନ ୯ଟା ୩୦ ଅହମ୍ମଦାବାଦ
ଦ୍ବିତୀୟ ଟେଷ୍ଟ୍ ୧୦-୧୪ ନଭେମ୍ବର ପୂର୍ବାହ୍ନ ୯ଟା ୩୦ କୋଲ୍କାତା
ଦକ୍ଷିଣଆଫ୍ରିକା ଗସ୍ତ
ପ୍ରଥମ ଟେଷ୍ଟ୍
୧୪-୧୮ ନଭେମ୍ବର
ପୂର୍ବାହ୍ନ ୯ଟା ୩୦ ନୂଆଦିଲ୍ଲୀ
ଦ୍ବିତୀୟ ଟେଷ୍ଟ୍
୨୨-୨୬ ନଭେମ୍ବର
ପୂର୍ବାହ୍ନ ୯ଟା ୩୦ ଗୁଆହାଟୀ
ପ୍ରଥମ ଦିନିକିଆ
୩୦ ନଭେମ୍ବର
ଅପରାହ୍ନ ୧.୩୦ ରାଞ୍ଚି
ଦ୍ବିତୀୟ ଦିନିକିଆ
୩ ଡିସେମ୍ବର
ଅପରାହ୍ନ ୧.୩୦ ରାୟପୁର
ତୃତୀୟ ଦିନିକିଆ
୬ ଡିସେମ୍ବର
ଅପରାହ୍ନ ୧.୩୦
ବିଶାଖାପାଟଣା
ପ୍ରଥମ ଟେଣ୍ଟି-୨୦
୯ ଡିସେମ୍ବର
ରାତି ୭ଟା ୩୦
କଟକ
ଦ୍ବିତୀୟ ଟେଣ୍ଟି-୨୦ ୧୧ ଡିସେମ୍ବର
ରାତି ୭ଟା ୩୦
ଚଣ୍ଡିଗଡ଼
ତୃତୀୟ ଟେଣ୍ଟି-୨୦
୧୪ ଡିସେମ୍ବର
ରାତି ୭ଟା ୩୦
ଧର୍ମଶାଳା
ଚତୁର୍ଥ ଟେଣ୍ଟି-୨୦
୧୭ ଡିସେମ୍ବର
ରାତି ୭ଟା ୩୦
ଲକ୍ଷ୍ନୌ
ପଞ୍ଚମ ଟେଣ୍ଟି-୨୦
୧୯ ଡିସେମ୍ବର
ରାତି ୭ଟା ୩୦
ଅହମଦାବାଦ












Click it and Unblock the Notifications