Team India Coach: କିଏ ହେବେ ଟିମ୍ ଇଣ୍ଡିଆର ଗୁରୁ ? କାହାର ମାର୍ଗଦର୍ଶନରେ ଖେଳିବ ଭାରତ ?
ଚାଲିଛି ନୂଆ କୋଚ୍ ଖୋଜା । କିଏ ହେବେ ଟିମ୍ ଇଣ୍ଡିଆର ଗୁରୁ । କାହାର ମାର୍ଗଦର୍ଶନରେ ଖେଳିବ ଭାରତ ? ଏବେ ସବୁଠି ସେହି ଗୋଟିଏ କଥା । କିଏ ହେବେ ହେଡ୍ କୋଚ୍, ତାପରେ ସେ ଭାରତୀୟ ନା ବିଦେଶୀ ।
ଆସନ୍ତା ଜୁନରେ ସରୁଛି ଭାରତୀୟ କ୍ରିକେଟ ଟିମ ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ । ଟି-୨୦ ବିଶ୍ୱକପ ପରେ ଟିମକୁ ସମ୍ଭାଳିବେ ନୂଆ କୋଚ୍ । ବିସିସିଆଇ କୋଚ୍ ଚୟନ ପକ୍ରିୟା ଆରମ୍ଭ କରିଦେଇଛି । ମେ ୨୭ ହେଉଛି ଆବେଦନର ଶେଷ ଦିନ । ଆଉ ଏହା ପୂର୍ବରୁ ଚର୍ଚ୍ଚାକୁ ଆସିଛନ୍ତି ଅନେଜ ଲୋକପ୍ରିୟ ଚେହେରା ।
ଗୌତମ ଗମ୍ଭୀର
୪୨ ବର୍ଷୀୟ ଗମ୍ଭୀର ବର୍ତ୍ତମାନ୍ କେକେଆର ଟିମର ମେଣ୍ଟର ଅଛନ୍ତି । ଗମ୍ଭୀରଙ୍କ ରଣନୀତିରେ ଦଳ ଚଳିତ ଆଇପିଏଲର ଫାଇନାଲରେ ପହଞ୍ଚିଛି । ଏଥିପାଇଁ ଟିମ ଇଣ୍ଡିଆ ମୁଖ୍ୟ କୋଚ ରେସରେ ଏଣିକି ଗମ୍ଭୀର ବିସିସିଆଇର ପ୍ରଥମ ପସନ୍ଦ ବୋଲି କୁହାଯାଉଛି । ସେ ୨୦୧୧ ବିଶ୍ଵକପ ବିଜେତା ଦଳର ସଦସ୍ୟ ଥିଲେ । ଆଉ ଦେଶକୁ ବିଭିନ୍ନ ମ୍ୟାଚ୍ ମଧ୍ୟ ଜିତାଇଛି ।
ମହିଲା ଜୟବର୍ଦ୍ଧନେ
ବାସ୍ତବରେ, କେତେକ ରିପୋର୍ଟରେ ଦର୍ଶାଯାଇଛି ଯେ ଗୌତମ ଗମ୍ଭୀର ଏବଂ ମହେଲା ଜୟବର୍ଦ୍ଧନେ ନାମ ଭାରତର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ ହେବା ପାଇଁ ଆଲୋଚନା ହେଉଛି, ଯିଏ ଜୁଲାଇ ୧, ୨୦୨୪ ରୁ ଡିସେମ୍ବର ୩୧, ୨୦୨୭ ପର୍ଯ୍ୟନ୍ତ ଏହି କାର୍ଯ୍ୟକାଳ ପାଇଁ ନିଯୁକ୍ତ ହେବେ । । ନ୍ୟୁଜ୍ ଏଜେନ୍ସି IANS କୁ କହିଛନ୍ତି ଯେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମହେଲା ଜୟବର୍ଦ୍ଧନେ ଚାକିରି ପାଇଁ ଆବେଦନ କରିନାହାନ୍ତି କିମ୍ବା ତାଙ୍କୁ କେହି ସମ୍ପର୍କ କରି ନାହାନ୍ତି ।
ଜୟବର୍ଦ୍ଧନେ, ଯିଏ ମୁମ୍ବାଇ ଇଣ୍ଡିଆନ୍ସକୁ ତିନୋଟି ଆଇପିଏଲ ଟାଇଟଲରେ ଆଗେଇ ନେଇଥିଲେ। ସେ ବର୍ତ୍ତମାନ ଫ୍ରାଞ୍ଚାଇଜର ଗ୍ଲୋବାଲ୍ ହେଡ୍ ଭାବରେ କାର୍ଯ୍ୟ କରୁଛନ୍ତି, ଯେଉଁଠାରେ ସେ SA20 ଏବଂ ILT20 ପରି ବିଭିନ୍ନ ଗ୍ଲୋବାଲ୍ ଟି -20 ଲିଗ୍ ରେ MI ଫ୍ରାଞ୍ଚାଇଜ୍ ର କୋଚିଂ ଏବଂ ସ୍କାଉଟିଙ୍ଗ୍ ଦାୟିତ୍ଵରେ ଅଛନ୍ତି । ସମ୍ପ୍ରତି ବିଶ୍ୱକପ ଅଭିଯାନରେ ସେ ଶ୍ରୀଲଙ୍କା ପୁରୁଷ ଦଳ ପାଇଁ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ରିକି ପଣ୍ଟିଂ
ବିଶ୍ବ କ୍ରିକେଟର ଜଣେ ସଫଳତମ ଅଧିନାୟକ ହେଉଛନ୍ତି ରିକି ପଣ୍ଟିଂ । ସେ ଦୁଇଥର ଅଷ୍ଟ୍ରେଲିଆକୁ ବିଶ୍ଵ ବିଜେତା କରିଛନ୍ତି । ସେ ଜଣେ ସଫଳ ବ୍ୟାଟର ମଧ୍ୟ । ତାଙ୍କ ଯାଦୁକରୀ ଅଧିନାୟକତ୍ଵ ଅଷ୍ଟ୍ରେଲିଆକୁ ବିଶ୍ୱ ବିଜେତା କରିବ । ବର୍ତ୍ତମାନ୍ ସେ ଦିଲ୍ଲୀ କ୍ୟାପିଟାଲସର କୋଚ୍ ଅଛନ୍ତି ।
ଷ୍ଟିଫେନ୍ ଫ୍ଲେମିଙ୍ଗ
ଚେନ୍ନାଇ ଆଇପିଏଲରୁ ବାଦ୍ ପଡ଼ିବା ପରେ ବିସିସିଆଇ ପୁଣିଥରେ ଫ୍ଲେମିଙ୍ଗଙ୍କୁ ରାଜି କରାଇବା ପାଇଁ ପ୍ରସ୍ତୁତ ହେଉଛି । ତେଣୁ ଏହି କାମ ପାଇଁ ଚେନ୍ନାଇ ତଥା ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କ ସାହାଯ୍ୟ ଲୋଡ଼ିଛି ବିସିସିଆଇ । ଧୋନୀ ଏବଂ ଫ୍ଲେମିଙ୍ଗ ଖୁବ ଭଲ ବନ୍ଧୁ, ତେଣୁ ମାହି ଫ୍ଲେମିଙ୍ଗଙ୍କୁ ଏହି ପଦବୀ ପାଇଁ ରାଜି କରାଇପାରନ୍ତି ବିସିସିଆଇ ବୋଲି ଆଶା ରଖିଛି । ପ୍ରଥମ ଚେନ୍ନାଇ ସୁପର କିଙ୍ଗସ ପାଇଁ ଜଣେ ଖେଳାଳି ଭାବରେ ଦଳରେ ସ୍ଥାନ ପାଇଥିବା ବେଳେ ପରେ ଦଳର କୋଚ୍ ଭୂମିକାରେ ରହିଛନ୍ତି ଷ୍ଟିଫେନ୍ ଫ୍ଲେମିଙ୍ଗ । ଏହାବ୍ୟତୀତ ଆଇପିଏଲରେ ଚେନ୍ନାଇକୁ ବ୍ୟାନ୍ ହୋଇଥିବା ବେଳେ ୨୦୧୬-୧୭ରେ ରାଇଜିଙ୍ଗ ପୁଣେ ସୁପର ଜିଆଣ୍ଟସ ପକ୍ଷରୁ କୋଚ୍ ଭାବରେ ଦାୟିତ୍ୱ ଦେଇଥିଲେ ଧୋନୀ ।












Click it and Unblock the Notifications